ଜୟପାଟଣା ମଣ୍ଡିରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ।

May 24, 2025 - 19:46
0 144

କଳାହାଣ୍ଡି/ଜୟପାଟଣା,୨୪l୫(ଷ୍ଟାରନିୟୁଜ ଓଡିଶା) :ଅଦିନିଆ ବର୍ଷାରେ ଚାଷୀଙ୍କ ଅର୍ଧେଜ ଧାନଅମଳ ହୋଇଥିବା ବେଳେ ଅର୍ଧେକ ବିଲରେ ଅମଳକ୍ଷମ ରହିଛି ।ଏହି ପରିପ୍ରେକ୍ଷୀରେ ଚଳିତ ୨୦୨୫-୨୬ ଆର୍ଥିକ ବର୍ଷର ରବିଧାନ ସଂଗ୍ରହ ପାଇଁ ଜୟପାଟଣା ପେକ୍ସ ପକ୍ଷରୁ ଜୟପାଟଣା ମଣ୍ଡିରେ ଧାନ କ୍ରୟ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ RMC କର୍ମଚାରୀ, ପେକ୍ସ ଷ୍ଟାଫ, ଚାଷୀ ବୃନ୍ଦ,ମିଲର୍ସ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେକଳାହାଣ୍ଡି ଜିଲ୍ଲାରେ ଅଧିକାଂଶ ସରକାରୀ ଜମି ଲୋକଙ୍କ ଅଧିକାରରେ ମାଲିକାନା ଭାବେ ରହିଥିବା ବେଳେ ସରକାରୀ ଖଳା କରିବାରେ ଜାଗା ମିଳୁନାହିଁ ଯାହା ଫଳରେ ଚାଷୀଙ୍କ ଅମଳ ହୋଇଥିବା ଧାନ ସୁଖାଇବା ବଡ ଚିନ୍ତା ଜନକ ହୋଇଛି । ଚାଷୀ ଚାଷ କରି ଚୋରି ଖାଇଲା ଭଳି ନିଜ କଷ୍ଟ ଅର୍ଜିତ ଧାନକୁ ଇତସ୍ତତଃ କରୁଥିବା ଦେଖିବାକୁ ମିଳେ । ତେଣୁ ଏଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେଇ ସ୍ଥାନେ ସ୍ଥାନେ ଖଳା ଚାଷୀଙ୍କୁ ଯୋଗାଇ ଦେବାକୁ ସାଧାରଣରେ ପ୍ରକାଶ ପାଇଛି।ବର୍ତ୍ତମାନ ରାଜ୍ୟ ସରକାର ରବିଧାନ କ୍ରୟପାଇଁ ବିନା କଟଣୀ ଛଟଣିରେ FAQ ମାନର ଧାନ ବନସ ସହ ୩୧୦୦ ଟଙ୍କାରେ ପେକ୍ସ ମାଧ୍ୟମରେ କିଣିବେ ।ତେଣୁ ଜୟପାଟଣା ମଣ୍ଡିରେ ୧୦ଟି ମିଲର୍ସ ଧାନ ଲିଫଟିଙ୍ଗ କରିବାକୁ ଦିଆଯାଇଛି । ଟୋକନ ସମସ୍ୟା ହେଲେ ୧୯୬୭ ନମ୍ବର ଜନାହିତରେ ଜାରି କରାଯାଇଛି ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User