ମେଲୋଡି କାର୍ଯ୍ୟକ୍ରମରେ ରକ୍ତରଞ୍ଜିତ କାଣ୍ଡ : ନାଚୁଥିବା ଯୁବକଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

May 21, 2026 - 14:08
 0  18
ମେଲୋଡି କାର୍ଯ୍ୟକ୍ରମରେ ରକ୍ତରଞ୍ଜିତ କାଣ୍ଡ : ନାଚୁଥିବା ଯୁବକଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କଳାହାଣ୍ଡି ଜିଲ୍ଲା,ତା. ୨୧/୦୫ (ଷ୍ଟାର ନ୍ୟୁଜ ଓଡିଶା)ଭବାନୀପାଟଣା ସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ସଦର ବିଧାୟକଙ୍କ ମେଲୋଡି କାର୍ଯ୍ୟକ୍ରମ ସମୟରେ ଏକ ଚଞ୍ଚଲ୍ୟକର ଛୁରାମାଡ ଘଟଣା ଘଟିଛି । କାର୍ଯ୍ୟକ୍ରମ ଦେଖି ନାଚୁଥିବା ସମୟରେ ସଦର ଥାନା ଅନ୍ତର୍ଗତ କନାବିରା ଗାଁର ଦିନେଶ ଶବର (୨୪)ଙ୍କୁ ୧୦ରୁ ଅଧିକ ଯୁବକ ହଠାତ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଆକ୍ରମଣକାରୀମାନେ ଦିନେଶଙ୍କୁ ମାଡ଼ ମାରିବା ସହ ପଛପଟେ ଛୁରି ସାହାଯ୍ୟରେ ଆକ୍ରମଣ କରିଥିବାରୁ ସେ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଲୋକ ଓ ପୋଲିସ ତୁରନ୍ତ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।
ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାକୁ ନେଇ ଆହତ ଯୁବକଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନଥିବା ଜଣାପଡ଼ିଛି । ଘଟଣା ପଛର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR