୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସାମାଜିକ ସୁରକ୍ଷା ଅଧିକାରୀ ସଂଘ

Jul 21, 2026 - 21:13
 0  30
୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସାମାଜିକ ସୁରକ୍ଷା ଅଧିକାରୀ ସଂଘ

ଭବାନୀପାଟଣା, ୨୧l ୭(ଷ୍ଟାରନ୍ୟୁଜ୍ ଓଡ଼ିଶା):ଅଲ୍ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (AOBSSOA) ପକ୍ଷରୁ ବିଭିନ୍ନ ସାଙ୍ଗଠନିକ ସମସ୍ୟାର ସମାଧାନ ଓ ଦରମା ବୃଦ୍ଧି ସମେତ ୮ ଦଫା ଦାବି ଉପସ୍ଥାପନ କରି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଦିନେଶ କୁମାର କହଁରଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ହସ୍ତାନ୍ତର କରିଥିଲେ।
ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (BSSO), ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (SSSO), ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଓ ଜୁନିଅର ଆସିଷ୍ଟାଣ୍ଟମାନେ ଉପସ୍ଥିତ ରହି ସଂଘର ଦାବିକୁ ସମର୍ଥନ ଜଣାଇଥିଲେ।
ସଂଘ ପକ୍ଷରୁ କୁହାଯାଇଛି ଯେ, ସାମାଜିକ ସୁରକ୍ଷା ବିଭାଗ ସହ ଅନ୍ୟ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସଫଳତାର ସହ ପାଳନ କରୁଥିଲେ ମଧ୍ୟ ସେମାନଙ୍କ ପେ-ଲେଭଲ୍‌ରେ କୌଣସି ଉନ୍ନତି ହେଉନାହିଁ। ଏହା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
ଦାବିପତ୍ରରେ ୨୦୨୩ରେ ପ୍ରକାଶିତ ସାମାଜିକ ସୁରକ୍ଷା ଅଧିକାରୀ କ୍ୟାଡର ପୁନର୍ଗଠନକୁ ତୁରନ୍ତ କାର୍ଯ୍ୟକାରୀ କରିବା, ପେ-ଲେଭଲ୍‌ ୯ରୁ ୧୦କୁ ବୃଦ୍ଧି, ଗ୍ରାମ ପଞ୍ଚାୟତ ସ୍ତରରେ ସହାୟକ ନିଯୁକ୍ତି, ବକେୟା MACP ପ୍ରଦାନ, ୨୦୧୪ ପୂର୍ବରୁ ଯୋଗଦେଇଥିବା BSSOମାନଙ୍କୁ ନୋସନାଲ ଇନକ୍ରିମେଣ୍ଟ, ଜୁନିଅର ଆସିଷ୍ଟାଣ୍ଟଙ୍କ କ୍ୟାଡର ଗଠନ ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟମାନଙ୍କ ନିୟମିତକରଣ ସମେତ ୮ଟି ପ୍ରମୁଖ ଦାବି ସାମିଲ ରହିଛି।
ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ପ୍ରତିନିଧି ଦଳର ସମସ୍ତ ଦାବିକୁ ଧୈର୍ଯ୍ୟର ସହ ଶୁଣିବା ସହ ଏହି ସ୍ମାରକପତ୍ରକୁ ଶୀଘ୍ର ରାଜ୍ୟ ସରକାରଙ୍କ ସମ୍ପୃକ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରେରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସରକାରୀ ସ୍ତରରେ ଦାବିଗୁଡ଼ିକର ସକାରାତ୍ମକ ବିଚାର କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR