ଆଦର୍ଶ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

Dec 02, 2025 - 08:36
0 40
ଆଦର୍ଶ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ଝରିଗାଁ,୨l୧୨ (ଷ୍ଟାର ନିୟୁଜ ଓଡ଼ିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ କେବିଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜନ୍ମେଜୟ ନାୟକ ଆଜି ତାଙ୍କ ଚାକିରୀ ଜୀବନରୁ ଅବସର ନେଇଥିବା ବେଳେ ଝରିଗାଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ତାଙ୍କୁ ଅବସର କାଳୀନ ମାନପତ୍ର ସହିତ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି |ଶ୍ରୀ ନାୟକ 2005ମସିହାରେ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ କଲେଗାଁ ପି ୟୁ ପି ଏସ ବିଦ୍ୟାଳୟ ରୁ ଶିକ୍ଷକ ଭାବେ ତାଙ୍କ ଚାକିରୀ ଜୀବନ ଆରମ୍ଭ କରିଥିଲେ |ଉକ୍ତ ବିଦ୍ୟାଳୟରେ ଦୁଇ ବର୍ଷ ଶିକ୍ଷକତା କରିବା ପରେ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ କେବିଡି ସରକାରୀ ବିଦ୍ୟାଳୟ କୁ ସ୍ଥାନାନ୍ତର ହୋଇ ସେଠାରେ ଦୀର୍ଘ 17ବର୍ଷ ଧରି ଶିକ୍ଷାଦାନ କରିବା ପରେ ଆଜି ଚାକିରୀ ଜୀବନରୁ ଅବସର ନେଇଛନ୍ତି |ସେ ଜଣେ ମେଳାପୀ, ପରୋପକାରୀ,ଛାତ୍ର ବତ୍ସଳ ଶିକ୍ଷକ ଥିଲେ| ଦୀର୍ଘ ବର୍ଷ ଧରି ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ରହି ବିଦ୍ୟାଳୟର ଅନେକ ଉନ୍ନତି ସାଧନ କରିଥିଲେ |ତାଙ୍କର ଅବସର ଗ୍ରହଣ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅବିଭାବକ ମାନେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ବାକି ଜୀବନ ସୁଖମୟ ହେଉ ବୋଲି କାମନା କରିଛନ୍ତି |ଆଜି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଏକ ଅବସରକାଳୀନ ସଭାର ଆୟୋଜନ ହୋଇଥିଲା |ଆୟୋଜିତ ଉକ୍ତ ସଭାରେ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଂଜୀବ କୁମାର ସାହୁ ଶ୍ରୀ ନାୟକଙ୍କୁ ଅବସରକାଳୀନ ମାନପତ୍ର, ଫୁଲତୋଡ଼ା ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧନା ଜଣେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗୌରାଙ୍ଗ ପାତ୍ର, ସୁର ସାହୁ, ସିଆରସିସି ଧର୍ମୁ ମାଝୀ, ସଂଜୀବ ସାହୁ, ରତନ କୁମାର ଦାଶ, ବିବିନ ବିହାରୀ ନାୟକ, ଅନ୍ତରାମ ନାୟକଙ୍କ ସମେତ ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଶ୍ରୀ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣେଇଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User