5ମ ଦିନରେ ପହଂଚିଲା ଓଏଭି ଶିକ୍ଷକ ସଂଘର ଆନ୍ଦୋଳନ |ସରକାର ଯଦି କର୍ଣ୍ଣପାତ ନକରନ୍ତି ତେବେ ଚଳିତ ମାସ 8ତାରିଖରୁ ଅଭିଏ ଶିକ୍ଷକ ସଙ୍ଘ ରାଜରାସ୍ତାକୁ ଓ଼ଲ୍ଳେଇବା ନେଇ ଚେତାବନୀ ।
ଝରିଗାଁ,୨l୧୨ (ଷ୍ଟାର ନିୟୁଜ ଓଡିଶା ):ଓଡିଶା ଆଦର୍ଶ ବିଦ୍ୟାଳୟକୁ ଆରମ୍ଭ ହୋଇ 10ବର୍ଷ ପୁରିଯାଇଥିଲେ ମଧ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭବିଷ୍ୟତ ପାଇଁ ସରକାର କୌଣସି ପ୍ରକାର ଚିନ୍ତା କରୁନାହାନ୍ତି, ଏପରିକି ଓଏଭି ଶିକ୍ଷକ ସଙ୍ଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରକଳ୍ପ ଅଧିକାରୀ, ଉପରିସ୍ଥ ଅଧିକାରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଜିଲ୍ଲାପାଳ, ସମସ୍ତ ଜନ ପ୍ରତିନିଧି (ଏମ ପି ଓ ଏମ ଏଲ ଏ ) ଓ ସମସ୍ତ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀ ମାନଙ୍କୁ ନିଜ ସମସ୍ୟା ବିଷୟରେ ଜଣେଇ ଆସୁଥିବା ସ୍ୱତେ ପ୍ରଶାସନ ଏମାନଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି |ଯେଉଁଥିପାଇଁ ଓଏଭି ଶିକ୍ଷକ ସଙ୍ଘ ଆନ୍ଦୋଳନକୁ ଓ଼ଲ୍ଳେଇଵାକୁ ବାଧ୍ୟ ହୋଇଛି ଓ ଆଜି ଆନ୍ଦୋଳନ 5ମ ଦିନରେ ପହଂଚି ସାରିଛି |ଆମ ଓଡିଶାରେ 30ଟି ଜିଲ୍ଲାରେ 314 ଟି ଆଦର୍ଶ ବିଦ୍ୟାଳୟ ରହିଛି ଓ ତହିଁରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ନିଜ ନିଜ ବିଦ୍ୟାଳୟ ସମ୍ମୁଖରେ ଶାନ୍ତିପୂର ଧାରଣା ଦେଇଥିବା ଦେଖିବାକୁ ମିଳିଛି |ସଙ୍ଘର 13ଗୋଟି ପ୍ରମୁଖ ଦାବୀ ରହିଛି |ଉକ୍ତ ଦାବୀ ଗୁଡିକ ହେଲା,1-ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, HRMS ID ମାଧ୍ୟମରେ ଦରମା ଦେବା ଏବଂ ବିଦ୍ୟଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ହାଇ ସ୍କୁଲ ଶିକ୍ଷକଙ୍କ ପରି ଅନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା,2. ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା, 3. ଶାରୀରିକ ଶିକ୍ଷା, ସଙ୍ଗୀତ,ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ପେ ପ୍ରଦାନ କରିବା, 4. ପ୍ରତ୍ୟକଟି ଆଦର୍ଶ ବିଦ୍ୟଳୟ ରେ ଓଡ଼ିଆ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା,5. ପ୍ରତ୍ୟେକ ବିଦ୍ୟାଳୟରେ ସାଇନ୍ସ କମର୍ସ ଭଳି ଆର୍ଟ୍ସ ଷ୍ଟ୍ରିମ୍ ଖୋଲିବା, 6. ପ୍ରତ୍ୟେକ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା,7. ଆର୍ଟ ଶିକ୍ଷକ ପାଇଁ ଟିଜିଟି ଭିଜୁଆଲ ଆର୍ଟ ମାନ୍ୟତା ଦେବା,8. ଓଏଭି କର୍ମଚାରୀଙ୍କ ସନ୍ତାନ ପାଇଁ ପ୍ରବେଶ ହେତୁ ବିଶେଷ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା,9. ଜୁନିୟର କ୍ଲାର୍କ କର୍ମଚାରୀଙ୍କ ଚାକିରି ରେ ନିୟମିତ କରିବା,10. ଓଏଭି ଛାତ୍ରଛାତ୍ରୀମାନଙ୍କୁ ଏନ୍ଏମ୍ଏମ୍ଏସ୍ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି ଦେବା, ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ଛାତ୍ର ଛାତ୍ରୀ ଭଳି ନିଟ୍ ଏବଂ ଜେଇଇ ପରୀକ୍ଷାରେ ୧୫% ସ୍ଥାନ ସଂରକ୍ଷଣ,11. ପୂର୍ବରୁ ଓଏଭି ରେ ଟିଜିଟି ଭାବେ କାର୍ଯ୍ୟ କରି ପୁନର୍ବାର ପିଜିଟି ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ କରିବା, ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କ ପୂର୍ବ ସେବା ଅବଧିକୁ ବର୍ତ୍ତମାନ ସେବାରେ ମିଶାଇବା,12. ପୂର୍ବବତ୍ ରାଜ୍ୟ ସ୍ତରରେ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ଅର୍ଥ ମଞ୍ଜୁର କରିବା,13. ପିଏମ୍ ଶ୍ରୀ ସ୍କୁଲ ରେ ଓଏଭି କୁ ଅନ୍ତର୍ଭୁକ୍ତ କରିବା ଆଦି ସମସ୍ୟାର ସମାଧାନ କରି ଶିକ୍ଷା ର ଗୁଣବତ୍ତା କର୍ମଚାରୀଙ୍କ ନ୍ୟାୟ ପାଇଁ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।ଉପରୋକ୍ତ ଦାବୀ ଗୁଡିକ ଯଦି ସରକାର ପୂର୍ଣ୍ଣ ନକରନ୍ତି ତେବେ ଆସନ୍ତା 8ତାରିଖରୁ ଆନ୍ଦୋଳନ ତୀବ୍ର ହେବ ବୋଲି ସଙ୍ଘ ପକ୍ଷରୁ ସୂଚନା ମିଳିଛି |ସଙ୍ଘର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ମଧ୍ୟ ବିଦ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଉଥିବା ଦେଖିବାକୁ ମିଳିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?