କ୍ରୀଡା ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣେଇଲେ ବିଧାୟକ ନରସିଂହ ଭତରା ।

ଝରିଗାଁ,୩l୫ ( ଷ୍ଟାର ନିୟୁଜ ଓଡ଼ିଶା): ଝରୀଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅଧୀନ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ବି ଏସ ପଦର ସରକାରୀ ହାଇସ୍କୁଲର କ୍ରୀଡା ଶିକ୍ଷକ ସପନ ବୈରାଗୀ ଓଡ଼ିଶା କ୍ରୀଡା ସଂଘ ପକ୍ଷରୁ ଆସନ୍ତା ୫ ତାରିଖ ଠାରୁ କଟକ ଠାରେ ଆରମ୍ଭ ହେବାକୁ ଥିବା ରାଜ୍ୟ ସ୍ତରୀୟ ଗ୍ରୀଷ୍ମ କାଳୀନ ଏଥେଲେଟିକ କୋଚିଂ ଶିବିରରେ କ୍ରୀଡା କୋଚ ଭାବେ ମନୋନୀତ ହେବାପରେ ଝରିଗାଁ ବିଧାୟକ ନରସିଂହ ଭତରା ସପନ ବୈରାଗୀଙ୍କୁ ନିଜ ବାସ ଭବନକୁ ଡାକି ଫୁଲହାର ଦେଇ ସମ୍ବର୍ଦ୍ଧନା ଜଣେଇଛନ୍ତି |ଏହି ସମ୍ବର୍ଦ୍ଧନା ସମୟରେ ସମାଜସେବୀ ପଞ୍ଚାନନ ବାବୁଲି, ଝରିଗାଁ ମିଡ଼ିଆ ସଂଯୋଜକ ଗିରି ମାଝୀ ଉପସ୍ଥିତ ରହି ଶ୍ରୀ ବୈରାଗୀଙ୍କୁ ସମ୍ବର୍ଦ୍ଧନା ଜଣେଇବା ସହ ବ୍ଲକ ଏବଂ ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ଓ ବୈରାଗୀଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି |ପ୍ରକାଶ ଥାଉ କି ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅଧୀନ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବିଏସ ପଦର ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସପନ ବୈରାଗୀଙ୍କୁ ଓଡିଶା କ୍ରୀଡା ସଙ୍ଘ ପକ୍ଷରୁ ଆସନ୍ତା 5ତାରିଖ ଠାରୁ କଟକ ଠାରେ ଆରମ୍ଭ ହେବାକୁ ଥିବା ରାଜ୍ୟ ସ୍ତରୀୟ ଗ୍ରୀଷ୍ମ କାଳୀନ ଏଥେଲେଟିକ କୋଚିଂ ଶିବିରରେ କ୍ରୀଡା କୋଚ ଭାବେ ମନୋନୀତ ହୋଇଛନ୍ତି |ରାଜ୍ୟ କ୍ରୀଡା ସଙ୍ଘର ସଂପାଦକ ଅଭିଜିତ ପାଲ, ସପନଙ୍କୁ ଦେଇଥିବା ପତ୍ରରେ ଆସନ୍ତା ୪ ତାରିଖ ସୁଦ୍ଧା ବାରବାଟୀ ଷ୍ଟାଡିୟମ କଟକ ଠାରେ ପହଞ୍ଚିଵା ପାଇଁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଗ୍ରୀଷ୍ମ କାଳୀନ କୋଚିଂ ଶିବିର ୫ ତାରିଖ ଠାରୁ ଆରମ୍ଭ ହେବ ଏଥିରେ ରାଜ୍ୟର ପ୍ରତେକ ଜ଼ିଲ୍ଲାରୁ ଖେଳାଳି ମାନେ ଯୋଗଦେବେ | ଏକମାସ ଧରି ଏହି କୋଚିଂ କ୍ୟାମ୍ପ ଚାଲିବ ବୋଲି ଏହି ପତ୍ର ରେ ଉଲ୍ଲେଖ ରହିଛି। ସମଗ୍ର ଓଡ଼ିଶାର ୭ ଜଣ କ୍ରୀଡା ଶିକ୍ଷକଙ୍କୁ ଓଡ଼ିଶା କ୍ରୀଡା ସଂଘ କୋଚ ଭାବେ ମୋନାନିତ କରିଛି ଓ ସେମାନଙ୍କ ମଧ୍ୟରୁ ସପନ ବୈରାଗୀ ଜଣେ। ସମଗ୍ର ନବରଙ୍ଗପୁର ଜିଲାରୁ ସପନ ବୈରାଗୀ ଜଣେ ମାତ୍ର କ୍ରୀଡ଼ା ଶିକ୍ଷକ ଯିଏ କି ଏହି ସମ୍ମାନ ଜନକ ଗ୍ରୀଷ୍ମ କାଳୀନ କୋଚିଂ ଶିବିର ପାଇଁ କୋଚ ଭାବେ ମନୋନୀତ ହେଇଛନ୍ତି।ଏହି ଖବର ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା ସପନଙ୍କୁ ନିଜ ବାସ ଭବନରେ ଡାକି ତାଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଓ ନବରଙ୍ଗପୁର ଜ଼ିଲ୍ଲା କେମିତି କ୍ରୀଡା କ୍ଷେତ୍ରରେ ଆଗକୁ ବଢିବେ ସେ ବିଷୟରେରେ ସପନଙ୍କ ସହ ଆଲୋଚନା କରିଛନ୍ତି |ତତ ସହିତ ସପନଙ୍କ ଭଳି ପରିଶ୍ରମ କରି ନିଜ ନିଜ ଲକ୍ଷ୍ୟ ହାସଲ କରିବା ସହ ଅଂଚଳ ତଥା ଜିଲ୍ଲାର ନା ରଖିବାକୁ ଶିକ୍ଷକ, କ୍ରୀଡା ଶିକ୍ଷକ ଓ ଖେଳାଳି ମାନଙ୍କ ନିମନ୍ତେ ବାର୍ତା ଦେଇଛନ୍ତି | ଜିଲା କ୍ରୀଡା ସଙ୍ଘ ପକ୍ଷରୁ ସପନଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିବା ବେଳେ ବିଭିନ୍ନ ମହଲରୁ ସପନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।
What's Your Reaction?






