ପନିପରିବା ଦର ଆକାଶ ଛୁଆଁ, ଖାଉଟି ମୁଣ୍ଡରେ ଚଡକ ।

Jul 9, 2025 - 05:09
 0  13
ପନିପରିବା ଦର ଆକାଶ ଛୁଆଁ, ଖାଉଟି ମୁଣ୍ଡରେ ଚଡକ ।

ଉମରକୋଟ,୮l୭(ଷ୍ଟାର ନିୟୁଜ ଓଡିଶା ):  ପୁଣି ଦର ବୃଦ୍ଧି ଲେଉଟିଛି । ଗତ ଦୁଇ ମାସ ତଳେ ଥିବା ପନିପରିବା ଦର ହଠାତ ବୃଦ୍ଧି ଘଟିଛି। ଦୁଇ ସପ୍ତାହ ହେବ ପନିବରିବା ଦର ବୃଦ୍ଧି ହୋଇ ଏବେ ଆକାଶ ଛୁଆଁ ହେବାରେ ଲାଗିଛି । ଗରିବଙ୍କୁ ସତେ ଯେମିତି ପନିପରିବା ବଜାର ମନା ହୋଇଛି। ପରିବା କିଣିଲେ ପକେଟ ଖାଲି ହେଲେ ଭର୍ତ୍ତି ହେଉନି ବ୍ୟାଗ୍ । ସବୁ ପରିବା ଦର 50 ରୁ ଶହେ ଟଙ୍କା। ଅଧିକାଂଶ ସ୍ଥାନରେ ସବୁଜ ପରିବା ଦର କିଲୋ ପ୍ରତି ଶହେ ଟଙ୍କା । ଉତ୍ପାଦନକୁ ବାଧା ଦେଉଛି ଲଗାଣ ବର୍ଷା । ବର୍ଷା ପାଇଁ ପ୍ରଭାବିତ ହୋଇଛି ପରିବା ବଜାର। ଆବଶ୍ୟକ ଅନୁସାରେ ପରିବା ଆସି ପାରୁନାହିଁ । ଆଉ ଯାହା ଆସୁଛି ସେସବୁ ପଚି ସଢି ଯାଉଛି। ଯେଉଁଥିପାଇଁ ଏବେ ପରିବା ଦର ଶୁଣିଲେ ଡର ମାଡୁଛି । ନୀତି ଦିନ ବ୍ୟବହାର ହେଉଥିବା ସବୁ କଞ୍ଚା ପନିପରିବା କିଛି ବି 50 ଟଙ୍କା ତଳକୁ ନାହିଁ। ତାହା ପୁଣି ପଡୋଶୀ ଉପରେ ଭରସା । ଏବେ ପ୍ରଶ୍ନ ଉଠୁଛି , କେବେ ଆତ୍ମନିର୍ଭରଶୀଳ ହେବ ଆମ ରାଜ୍ୟ। ବଜାରରେ ବିଭିନ୍ନ ପ୍ରକାରର ପରିବା ଅଛି ସତ ହେଲେ ହାତ ମାରିବାକୁ ଡର ଲାଗୁଛି । ବାଇଗଣ କିଲୋ ପ୍ରତି 60 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଜହ୍ନି 50, କଲରା 80, କାକୁଡ଼ି 50, ଭେଣ୍ଡି 50, ପୋଟଳ 60-80, ବିନ୍ସ 100-120, ଝୁଡଙ୍ଗ 40, ଟମାଟୋ 50 ଟଙ୍କା, ଗାଜର 50 ଟଙ୍କା କିଲୋରେ ବିକ୍ରି କରୁଛନ୍ତି ଖୁଚୁରା ବ୍ୟବସାୟୀ । ଅନ୍ୟପଟେ ପରିବା ଦୋକାନୀ ନିଜେ କିଣିବାକୁ ଡରୁଛନ୍ତି, ବିକିବେ କଣବୋଲି ପଚାରିବା ସାଙ୍ଗକୁ ବର୍ଷା ପାଇଁ ପରିବା ଆସିବା ବନ୍ଦ ହୋଇଥିବା ଅଭିଯୋଗ କରିଛନ୍ତି । ଗ୍ରାହକ ମଧ୍ୟ ଚଢ଼ା ଦରରେ ପରିବା କିଣୁଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ସ୍ଥାନୀୟ ଅଂଚଳରେ ପନି ପରିବା ଉତ୍ପାଦନ ସମୟରେ ଦର ନିୟନ୍ତ୍ରଣ ରହୁଛି । କିନ୍ତୁ ଯେତେବେଳେ ସ୍ଥାନୀୟ ଅଂଚଳର ଉତ୍ପାଦନ କମିଯାଉଛି ସେତେବେଳେ ବାହାର ରାଜ୍ୟର ପନିପରିବା ଆସୁଛି ସେତେବେଳେ ଦର ବୃଦ୍ଧି ଘଟୁଛି । ସ୍ଥାନୀୟ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଚାଷୀ ସେମାନଙ୍କ ଉତ୍ପାଦିତ ପନିପରିବାକୁ ଶାଗ ମାଛ ଦରରେ ମଧ୍ୟସ୍ତିଙ୍କ ମାଧ୍ୟମରେ ବିକ୍ରି କରି ଦେଉଛନ୍ତି । ଯେଉଁଥିପାଇଁ ସେମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଶୀତଳ ଭଣ୍ଡାର ସୁବିଧା ଥିଲେ ହୁଏତଃ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଗଚ୍ଛିତ ରଖି ବଜାରର ଚାହିଦା ମୁତାବକ ନିଜ ସାମଗ୍ରୀ ବିକ୍ରି କରି ଲାଭାନ୍ୱିତ ହେଇ ପାରନ୍ତେ । କିନ୍ତୁ ସରକାର ଏଥିପ୍ରତି ଗୁରୁତ୍ୱ ଦେଇନଥିବାରୁ ଚାଷୀ ଶୋଷଣର ଶିକାର ହେଉଛନ୍ତି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଦର ଦାମ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବାରୁ ଖାଉଟି ମୁଣ୍ଡରେ ଚଡକ ପଡିଛି । ବର୍ତ୍ତମାନ ଅଧିକାଂଶ ପନିପରିବା ବାହାର ରାଜ୍ୟ ଆନ୍ଧ୍ର, ରାୟପୁର, ଭଳି ଜାଗାରୁ ଆସୁଥିବା ବେଳେ ବର୍ଷା ଯୋଗୁଁ ଅର୍ଦ୍ଧେକ ବାଟରେ ପଚି ନଷ୍ଟ ହୋଇଯାଉଛି। କିଛି ପରିବା ଟ୍ରକ ବର୍ଷା ପାଇଁ ଆସି ପାରୁନାହିଁ। ତେଣୁ ବସ୍ତାଏ ପରିବା ଅଧା ନଷ୍ଟ ବାହାରୁ ଥିବାରୁ ଆଉ ଅଧା ପରିବାକୁ ଏମିତି ଅଧିକ ଦରରେ ବିକିବାକୁ ଖୁଚୁରା ବ୍ୟବସାୟୀ ବାଧ୍ୟ ହେଉଥିବା ନେଇ କହିଛନ୍ତି ଗୋଦାମ ମାଲିକ। ତେବେ ବର୍ଷା ଲାଗିରହିଲେ ଆଗକୁ ପନିପରିବା ଦରବୃଦ୍ଧି ତ ଦୂର କଥା ମିଳିବା ମୁସ୍କିଲ ହୋଇଯିବ ବୋଲି ମତ ପ୍ରକାଶ ପାଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow