ଝରିଗାଁ ବ୍ଲକ କଂଗ୍ରେସର ମଶାଲ ସଭାଯାତ୍ରା।

Apr 16, 2025 - 13:07
 0  146
ଝରିଗାଁ ବ୍ଲକ କଂଗ୍ରେସର ମଶାଲ ସଭାଯାତ୍ରା।

ଝରିଗାଁ,୧୬l୪(ଷ୍ଟାର ନିୟୁଜ ଓଡ଼ିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କଂଗ୍ରେସ ପକ୍ଷରୁ ଆଜି ଦୁର୍ଗା ମଣ୍ଡପ ଠାରୁ ଶିରାଗୁଡା ଛକ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ସଭା ଅନୁଷ୍ଠିତ ହୋଇଥିଲା।କଂଗ୍ରେସ କର୍ମୀମାନେ ହାତରେ ମଶାଲ ଧରି ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ।ବିଶେଷ କରି ନାରୀ ସୁରକ୍ଷା ଓ ନିର୍ଯ୍ୟାତନା ପ୍ରତିବାଦରେ ମଶାଲ ଯାତ୍ରା ହୋଇଥିବା ବେଳେ ଝରିଗାଁ ବସଷ୍ଟାଣ୍ଡ ଠାରେ ଝରିଗାଁ ବ୍ଲକ କଂଗ୍ରେସ ସଭାପତି ତାମ୍ବୁ ଦାସ ପନକାଙ୍କ ସଭାପତିତ୍ୱ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାଗିରଥି ନାୟକ ଏବଂ ବରିଷ୍ଟ କଂଗ୍ରେସ ନେତା ମହେଶ୍ୱର ଭତ୍ରା ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ନାରୀ ମାନେ ସୁରକ୍ଷା ନଥିବା ସହ ନିର୍ଯ୍ୟାତନା ହେଉଥିବା ଏବଂ ବର୍ଦ୍ଧିତ ଗ୍ୟାସ ଦର ନେଇ ପ୍ରତିବର କରିଥିଲେ।ଏହି କାର୍ଯ୍ୟକ୍ରମରେ ଝରିଗାଁ ସରପଞ୍ଚ ଜଗେଶ୍ୱର ପୂଜାରୀ, ଗୋବିନ୍ଦା ପଟ୍ଟନାୟକ, ଭିକାରୀ ନାୟକ,ଖଗେଶ୍ବର ନାୟକ,ରବୀନ୍ଦ୍ର ନାୟକ,ହଳଧର ସାନ୍ତା,ବୁଲୁ ଗୌଡ଼,ଗୋବିନ୍ଦା ପଟ୍ଟନାୟକ, ପବିତ୍ର ମାଠିଆ,ରାମ ପୂଜାରୀ,ପ୍ୟାରିଲାଲ ସରି,ଉର୍ମିଳା ସାହୁ,ସୂର୍ଯ୍ୟ ସାନ୍ତା,ସନମତୀ ସନାନୀ, ସାବିତ୍ରୀ ଗୌଡ଼,ସୁନାଇ ସାନ୍ତା ପ୍ରମୁଖ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow