ମେଦିନୀପୁର ଗ୍ରାମପଂଚାୟତ ରେ ଶିଶୁ ସଭା ଅନୁଷ୍ଠିତ l

Apr 29, 2025 - 19:27
0 72
ମେଦିନୀପୁର ଗ୍ରାମପଂଚାୟତ ରେ  ଶିଶୁ ସଭା ଅନୁଷ୍ଠିତ l

 ଭବାନିପାଟଣା,୨୯l୦୪(ଷ୍ଟାରନିଉଜ ଓଡିଶା) :ରିଖରେ ଗ୍ରା;ପ କାର୍ଯ୍ୟଳୟ ମେଦିନୀପୁ ର ସଭା ଗୃହରେ ସରପଞ୍ଚ ଶ୍ରୀ ଗୌରୀ କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ଏବଂ ପିରାମଲ ଫାଉଣ୍ଡେସନ, ନୀତି ଆୟୋଗ ଅନୁଷ୍ଠାନ ତରଫ ରୁ ଉପସ୍ଥିତ ଥିବା ଉପାସନା ରାୟ ଏବଂ ଫେମିନା ନାୟକ ତଥା ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଅଧିକାରୀ ,ଏବଂ ଅଙ୍ଗନବାଡ଼ି ସୁପରଭାଇଜର, ତଥା ପାର୍ଶ୍ୱ ସ୍ୱାକ୍ଷରିତ ଗ୍ରା;ପ ର ବିଭିର୍ଣ୍ଣ ଗ୍ରାମ ର ଆସିଥିବା ବାଳକ, ବାଳିକା ଙ୍କ ଉପସ୍ଥିତରେ ବାଳ ସଭା ଅନୁଷ୍ଠିତ କରାଗଲା ଏବଂ ନିମ୍ନ ଲିଖିତ ବିଷୟ ଉପରେ ଆଲୋଚନା ହୋଇଥିଲା ଯଥା ୧- ଶିଶୁ ଅଧିକାର ସମ୍ବନ୍ଧରେ , ୨- ବାଲ୍ୟ ବିବାହ, ୩- ଶିଶୁ ଶ୍ରମିକ, ୪- କନ୍ୟା ଭୃଣ ହତ୍ୟା, ୫- ଲିଙ୍ଗ ସମାନତା, ୬-, ଶିକ୍ଷା ଅଧିକାର, ୭- ଶିଶୁ ମାନଙ୍କ ପାଇଁ ସରକାର ଙ୍କ ଯୋଜନା, ୮- ଶିଶୁ ସୁରକ୍ଷା. ଉପରୋକ୍ତ ବିଷୟ ବସ୍ତୁ ଉପରେ ଉପାସନା ରାୟ ଏବଂ ଫେମିନା ନାୟକ ପ୍ରାଞ୍ଜଳ ଭାବରେ ଉପସ୍ଥିତ ସମସ୍ତ ଙ୍କୁ ବୁଝାଇ ଥିଲେ, ଏଥି ସହିତ ଶିଶୁ ବିକାଶ ଅଧିକାରୀ N B soren CDPO, ଭବାନୀପାଟଣା ଏବଂ ସମସ୍ତ ବିଷୟ ଉପରେ ବୁଝାଇ ଥିଲେ ତାହା ସହିତ ବାଲ୍ୟ ବିବାହ ବିଷୟରେ ଏକ ରାଲି କରା ଯାଇଥିଲା, ଶେଷରେ ଟୁନୀଳତା ମେଡମ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User