ପାଟ ତେଲେଙ୍ଗେନି ମାତାଙ୍କ ଚୈତ୍ରପର୍ବ ଅନୁଷ୍ଠିତ।

ଡାବୁଗାଁ,୨୩l୪ ( ଷ୍ଟାର ନିୟୁଜ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଦନା ପଂଚାୟତ ଅନ୍ତର୍ଗତ ବୁଟିଆଗୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ତେଲେଙ୍ଗେଣିଙ୍କ ବାର୍ଷିକ ଉତ୍ସବ "ଚୈତ୍ରପର୍ବ "ବେସ ଧୁମଧାମରେ ପାଳିତ ହୋଇଯାଇଛି |ମାଙ୍କ ପୂଜାରୀ ମଧୁ ପୂଜାରୀ, ଦଶା ପୂଜାରୀ, ଯୋଗେଶ୍ୱର ପୂଜାରୀ, ଦୁଲବ ପୂଜାରୀ, ସୋମନାଥ ଶିରା, ରାମଚନ୍ଦ୍ର ଗାଣ୍ଡା, ଅନ୍ତୁ ମେହେର, କମଳୁ ମହୁରୀଆ, ରାମଚନ୍ଦ୍ର ଟୁଡ଼ବୁଡିଆ, କୃଷ୍ଣ ନାଙ୍ଗାରଚୀ ଓ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ମାଙ୍କ ଏହି ଚୈତ୍ରଯାତ୍ରା ବେଶ ଧୁମଧାମରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି |ପ୍ରଥମେ ଦେବାଦେବୀଙ୍କ ପ୍ରତୀକ ଲାଠି, କୁର୍ସି, ପାଲିଙ୍କି କୁ ପୂଜାରୀଙ୍କ ଘରେ ପୂଜାର୍ଚନା କରିବା ପରେ ଗ୍ରାମବାସୀ ସମସ୍ତେ ଏକ ଶୋଭାଯାତ୍ରାରେ ବାହାରି ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ଓ ସେଠାରେ ଵିଧି ବିଧାନ ମୁତାବକ ମାଙ୍କ ପୂଜାର୍ଚନା କରାଯାଇଥିଲା |ମାଙ୍କ ଏହି ଯାତ୍ରା ଦେଖିବାକୁ ମେଦନା ଓ ଆଖପାଖ ଗ୍ରାମର ଶତାଧିକ ଜନସାଧାରଣ ମନ୍ଦିର ପ୍ରାଙ୍ଗଣରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି |ଜନସାଧାରଣ ମାନଙ୍କ ମନରଞ୍ଜନ ପାଇଁ ମେଦନା ଗ୍ରାମର ନୂତନ ନାଟକ ରାତ୍ରରେ ମଞ୍ଚସ୍ଥ ହୋଇଥିବା ଦେଖିବାକୁ ମିଳିଛି |ନାଟକ ଦେଖିବା ପାଇଁ ରାତ୍ରିରେ ଶତାଧିକ ଜନସାଧାରଣ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






