ବାଲାଜୀ ବିହାର ଛାତ୍ର ଶୁଭଙ୍କର ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପାଇଁ ଯୋଗ୍ୟ ବିବେଚିତ.

Aug 27, 2025 - 19:46
0 51
ବାଲାଜୀ ବିହାର ଛାତ୍ର ଶୁଭଙ୍କର ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପାଇଁ ଯୋଗ୍ୟ ବିବେଚିତ.

ଭବାନୀପାଟଣା ତା. ୨୭/୮( ଷ୍ଟାର ନିୟୁଜ ଓଡିଶା) ଚଳିତ ଶିକ୍ଷା ବର୍ଷ 2025-26 ବିଭାଗ ଓ ସଂଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଗତ ଦୁଇ ଦିନ ଧରି ଜୟପୁର, ନବରଙ୍ଗପୁର ଓ ମୁଖିଗୁଡ଼ା ଠାରେ ଅନୁଷ୍ଠିତ ହୋଇଥିଲା. ଏହି ମେଳାରେ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର, ବାଲାଜୀ ବିହାର ର ଛାତ୍ର ଛାତ୍ରୀ ଭାଗ ନେଇଥିଲେ. ନବରଙ୍ଗପୁର ଠାରେ ଅନୁଷ୍ଟିତ ହୋଇଥିବା ସଂସ୍କୃତି ଜ୍ଞାନ କଥା କଥନୀ ପ୍ରତିଯୋଗୀତାରେ  ଭଉଣୀ ଇଶାନୀ ନାଗ ଓ ସାଇ ଶ୍ରୁତି ପାତ୍ର ଭାଗ ନେଇ ଦିତୀୟ ସ୍ଥାନ,ମୁଖିଗୁଡ଼ା ଠାରେ ଅନୁଷ୍ଟିତ ହୋଇଥିବା ବିଜ୍ଞାନ ପତ୍ର ବାଚନ ରେ ଇତିଶ୍ରୀ ରଣା ବିଭାଗ ସ୍ତରରେ ପ୍ରଥମ ଓ ସଂଭାଗ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି. ସେହିପରି ଜୟପୁର ଠାରେ ଅନୁଷ୍ଠିତ ହୋଇଥିବା ଗଣିତ ପ୍ରକଳ୍ପ ରେ ଭାଇ ଶୁଭଙ୍କର ପ୍ରଧାନ ପ୍ରଥମ ହୋଇ କେନ୍ଦୁଝର ରେ ହେବାକୁ ଥିବା ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପାଇଁ ଯୋଗ୍ୟ ବିବେଚିତ ହୋଇ ବିଦ୍ୟାଳୟ କୁ ଗୌରାବନ୍ବିତ କରି ଥିବାରୁ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ଯ ସମେତ ସମସ୍ତ ଗୁରୁଜୀ, ଗୁରୁମା ଶୁଭ କାମନା ଜଣାଇଛନ୍ତି.

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User