ଚାକରି କରାଇଦେବା ନାଁ ରେ ଠକେଇ, କୋଡ଼ିଙ୍ଗା ଥାନାରେ ମାମଲା ରୁଜୁ | ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ଵାକ୍ଷର ଓ ଷ୍ଟାମ୍ପ ବ୍ୟବହାର କରିଛି ଠକ ।

Aug 28, 2025 - 00:59
 0  13
ଚାକରି କରାଇଦେବା ନାଁ ରେ ଠକେଇ, କୋଡ଼ିଙ୍ଗା ଥାନାରେ ମାମଲା ରୁଜୁ | ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ଵାକ୍ଷର ଓ ଷ୍ଟାମ୍ପ ବ୍ୟବହାର କରିଛି ଠକ ।

କୋଷାଗୁମୁଡା,୨୭l୮(ଷ୍ଟାର ନିୟୁଜ ଓଡିଶା): ଚାକରି କରାଇଦେବା ନାଁ ରେ ଠକେଇ ଅଭିଯୋଗ ନେଇ ଥାନାରେ ଦ୍ୱାରସ୍ତ ହୋଇଥିବା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନାରେ। ବର୍ତ୍ତମାନ କୋଷାଗୁମୁଡା ବ୍ଲକର ଦୁଇ ଯୁବତୀ ତଥା ଦୁଇ ଭଉଣୀ, କର୍ଚ୍ଚାମାଳ ଗାଁ ର ଜଣେ ଯୁବକ ଶଙ୍କରଦା ଗାଁର ଜଣେ ଯୁବକ ପୋଇତିଗୁଡା ଗାଁର ଜଣେ ଯୁବକ ଦୋଳପତି ପୁଟ(ମାଥିଲି) ତଥା ମାଲକାନଗିରି ଜିଲ୍ଲାର ଜଣେ ଯୁବକଙ୍କ ଠାରୁ ଓ ଚିର୍ମା ଗ୍ରାମର ଜଣେ ଯୁବକଙ୍କ ଠାରୁ IEC ପ୍ରାଇଭେଟ ଲିମିଟେଡ଼ ଭୁବନେଶ୍ୱର ଏକ ଘରୋଇ ସଂସ୍ଥା ବର୍ତ୍ତମାନର ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଲେଟର ପେଡରେ ଶ୍ରୀ ଗଣ୍ଡଙ୍କ ସ୍ଵାକ୍ଷର ଓ ଷ୍ଟାମ୍ପ ମାରି ଜଇଁନିଙ୍ଗ ଲେଟର ମଧ୍ୟ ନିଜ ନିଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରିଶିଵ କରିବା ପାଇଁ ଲେଟର କରିଥିବା ଦେଖିବାକୁ ମିଳିଛି । ଏହି ଠିକାସଂସ୍ଥା ଓ କୋଡ଼ିଙ୍ଗାର ସାହୁବାବୁ ବିଭିନ୍ନ ବିଭାଗରେ ଚାକିରୀ କରାଇଦେବି କହି ପ୍ରାୟ ଲକ୍ଷାଧିକ ଟଙ୍କା ନିଜ ଆକାଉଣ୍ଟ ଓ ସହଯୋଗୀଙ୍କ ଆକାଉଣ୍ଟରେ ନେଇ ଚୁପ ହୋଇ ରହିଯାଇଛି ଠକ।ଏଭଳି ରାକେଟ କୋଷାଗୁମୁଡାରେ ଦିନକୁ ଦିନ ବଢିବାକୁ ଲାଗିଥିବା ସାଧାରଣରେ ଶୁଣିବାକୁ ମିଳୁଛି। ବର୍ଷ ବର୍ଷ ବିତିଯାଇଥିଲେ ସୁଦ୍ଧା ଠକ ଚାକିରୀ ଯୋଗାଈ ନଦେବା କୁ ନେଇ ସମସ୍ତ ଯୁବକ ଏକତ୍ରିତ ହୋଇ ରବିବାର ସନ୍ଧ୍ୟାରେ କୋଡ଼ିଙ୍ଗା ଥାନା ରେ ବ୍ୟକ୍ତିଗତ ଭାବରେ ଗୋଟିଏ ଗୋଟିଏ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଥିଲେ ।ସମସ୍ତ ଯୁବକ ମାନଙ୍କ ଅଭିଯୋଗ ପ୍ରକାରେ କୋଡ଼ିଙ୍ଗାରେ ରହୁଥିବା ଜଣେ ନିଲମ୍ବିତ ଶିକ୍ଷକ ତଥା ପ୍ରଦୀପ୍ତ କୁମାର ସାହୁ ନାମକ ବ୍ୟକ୍ତି ବିଭିନ୍ନ ଚାକରି କରେଇ ଦେବା ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡପ କରି ଚୁପ ବସି ରହିଛନ୍ତି ବୋଲି ଅଭିଯୋଗ କରିବା ସହ ପ୍ରମାଣର ନକଲ କପି ପୋଲିସକୁ ଅଭିଯୋଗୋକାରି ମାନେ ଦେଇଛନ୍ତି। ଅନ୍ୟପଟେ ଯେଉଁମାନେ ଚାକିରି ଖଣ୍ଡେ ପାଇବା ଆସାରେ କିଏ ତ ସୁନା ବନ୍ଧକ ରଖିଛି ତ କିଏ ଜମି ବନ୍ଧକ ରଖି ଧାର ଉଦ୍ଧାର କରି ଟଙ୍କା ଦେଇଥିଲେ |କିନ୍ତୁ ଟଙ୍କା ଦେବାର ବର୍ଷେ ବିତିଗଲା ସୁଦ୍ଧା ନାଁ ମିଳିଲା ଚାକରି ନାଁ ମିଳୁଛି ଦେଇଥିବା ଟଙ୍କା | ଯାହାକୁ ନେଇ ବାରମ୍ବାର ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ମାଗୁଥିବା ସ୍ୱତେ ମଧ୍ୟ ଟଙ୍କା ଫେରସ୍ତ କରୁନଥିବା ଅଭିଯୋଗ କରିଛନ୍ତି। ଏଠି ବଡ଼ ପ୍ରଶ୍ନ ଅଧିବାସୀ ଅଧ୍ୟୁଷିତ ଦୁର୍ଗମ କୋଷାଗୁମୁଡା ବ୍ଲକରେ ଚାକରି କରିବାକୁ ଆସି କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି ଗରିବ ନିରିହ ଆଦିବାସୀ ଯୁବକଙ୍କୁ ନିଜ ନିଜ ଜାଲ ରେ ପକାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରୁଛନ୍ତି। ନିରିହ ଆଦିବାସୀ ଅଞ୍ଚଳରେ ଏଭଳି ରାକେଟ ଚଳାଇ ଟଙ୍କା ହଡପ କରୁଛନ୍ତି | ପରେ ଟଙ୍କା ଫେରସ୍ତ ମାଗିଲେ ନାଲି ଆଖି ଦେଖାଉଛନ୍ତି ବୋଲି ଥାନାରେ ଏତଲା ଦେଇଥିବା ଯୁବକମାନେ ମତ ଦେଇଥିବା ଦେଖିବାକୁ ମିଳିଥିଲା। ଯୁବକମାନେ କୋଡ଼ିଙ୍ଗାରେ ରହୁଥିବା ପ୍ରଦୀପ୍ତ କୁମାର ସାହୁଙ୍କ ନାମରେ ଟଙ୍କା ହଡପ କରିଥିବା ସିଧାସିଧା ଏତଲା କପିରେ ଉଲ୍ଲେଖ କରିଥିବା ସୂଚନା ଯୋଗ୍ୟ। ପ୍ରଦୀପ୍ତ କୁମାର ସାହୁ ଶିକ୍ଷକ ଭାବେ ବଡ ଆମ୍ବଡା ସାରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ରହିଥିଲେ କିନ୍ତୁ ବର୍ତମାନ କାର୍ଯ୍ୟରୁ ନିଲମ୍ବିତ ହୋଇ ଘରେ ବସି ରହିଛନ୍ତି ଏବଂ ଅଞ୍ଚଳର ଗରିବ ନିରିହ ସରଳ ଯୁବକ ଯୁବତୀ ମାନଙ୍କୁ ଚାକରି କରାଇ ଦେବା ନାରେ ତାଙ୍କ ଜାଲ ରେ ପକାଇ ଟଙ୍କା ହଡପ କରୁଛନ୍ତି | ଯାହା ବର୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କମ୍ପୁଟର ଶିକ୍ଷକ ହେଉ ବା ସୁଭଦ୍ରା ହେଲ୍ପ ଡେସ୍କରେ ବା ସିକୁରିଟି ଚାକରି ପାଇଁ ବିଭିନ୍ନ ଘରୋ lଇ ସଂସ୍ଥାରେ ଚାକରି କରାଇବା ନାଁରେ ସେ ଗ୍ରାମ ଗ୍ରାମ ବୁଲି ବେକାର ଯୁବକ ଯୁବତୀ ମାନଙ୍କୁ ମୁ ଚାକିରି କରାଇଦେବି କହି ଲୁଟି ଚାଲିଛନ୍ତି |ଏଠି ବଡ଼ ପ୍ରଶ୍ନ ଏତେବଡ ରକେଟରେ ସେ ଜଣେ ଅଛନ୍ତି ନାଁ ଆଉ କେତେଜଣ ସାମିଲ ରହିଛନ୍ତି ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଚାଲିଛି। ଚାକିରୀ ଦେବା ପାଇଁ ଠକ ମାନେ ଓଡ଼ିଶାର ଶିକ୍ଷା ମନ୍ତ୍ରୀ ତଥା ନିିତ୍ୟନନ୍ଦ ଗଣ୍ଡଙ୍କ ସ୍ଵାକ୍ଷର ଓ ଷ୍ଟାମ୍ପ ପେପେରରେ ନିିଯୁକ୍ତି ପତ୍ର ଦେଇଥିବା ଦେଖିବାକୁ ମିଳିଛି ।ବର୍ତ୍ତମାନ ଏତଲା ଦେବା ପରେ କୋଡ଼ିଙ୍ଗା ଥାନାଧିକାରୀଙ୍କ ଦ୍ଵାରା ଦୁଇ ପକ୍ଷକୁ ଥାନାରେ ଡାକି ମଙ୍ଗଳବାର ଦିନ ଜଣ ଜଣ ଙ୍କ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ ଏବଂ ଏହି ଥାନା ପରିସରରେ ଅଭିଯୋଗ କରିଥିବା ଯୁବକ ଓ ଯୁବତୀମାନଙ୍କୁ ଟଙ୍କା ଫୋନ ପେ ଓ କେସ ମାଧ୍ୟମରେ ଫେରସ୍ତ କରିଥିବା ଜଣାପଡ଼ିଛି ।ବର୍ତ୍ତମାନ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନକୁ ବର୍ତ୍ତମାନ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଧରିବା ସହ ଏତେ ବଡ଼ ରାକେଟକୁ ଧରିବାରେ କେତେ ସଫଳ ହେବ ଆଗକୁ ଦେଖିବାରେ ରହିଲା ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow