ଜାତିଗତ ପ୍ରମାଣପତ୍ରକୁ ବିଷୟକୁ ନେଇ କୁଇ ସମାଜ ସେବା ସମିତି ଖଜୁରୀପଡ଼ା ବ୍ଲକ ପକ୍ଷରୁ ତହସିଲଦାରଙ୍କୁ ଦାବି ପତ୍ର।

May 23, 2025 - 20:09
0 237

ଖଜୁରୀପଡା, ୨୩l୫(ଷ୍ଟାର ନିୟୁଜ ଓଡ଼ିଶା): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ କୁଇ ସମାଜ ସେବା ସମିତି ପକ୍ଷରୁ ଜାତିଗତ ପ୍ରମାଣ ପତ୍ରକୁ ନେଇ ଦାବିପତ୍ର । ସୂଚନା ପ୍ରକାରେ ଖଜୁରୀପଡ଼ା ବ୍ଲକ ଅଞ୍ଚଳର ଜଣେ ଅଣ ଆଦିବାସୀ ସାଇଙ୍ଗା ପରିବର୍ତ୍ତନ ସହିତ ଜାଲିଆତି କରି କନ୍ଧ ଜାତିଗତ ପ୍ରମାଣପତ୍ର ହାସଲ କରିବା ପାଇଁ ଚେଷ୍ଟା ଚଳାଇଥିବାରୁ ଏହି ସୂଚନା କୁଇ ସମାଜ ସେବା ସମିତି ଷଢମୁଠା ଶାଖା କର୍ମ କର୍ତ୍ତା ମାନଙ୍କ ଦୃଷ୍ଟିକୁ ଆସିଥିଲା । ଏହାର ବିହିତ ବିଚାର ପାଇଁ ପୂର୍ବରୁ ମେ ମାସ ୧୩ ତାରିଖ ଦିନ କର୍ମ କର୍ତ୍ତା ତହସିଲଦାର ଶୁଭଶ୍ରୀ ରଥ ଓ ରାଜସ୍ବ ନିରୀକ୍ଷକ ମାନସ ରଞ୍ଜନ ସାହୁଙ୍କୁ ଅଭିଯୋଗ ପତ୍ର ଦେଇ ଥିଲେ । ଗୁରୁବାର ଦିନ ଏହାର ପ୍ରତିବାଦରେ ପୁଣି ଥରେ କୁଇ ସମାଜ ସେବା ସମିତି ଖଜୁରୀପଡ଼ା ବ୍ଲକ ପକ୍ଷରୁ ଦୁତୀ ମେଣ୍ଡି ସ୍ଥିତ ଆମ୍ବତୋଟା ଠାରେ ଶ୍ରୀ ଗୈାତମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ତହସିଲଦାରଙ୍କୁ ଆମର କନ୍ଧ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ ସମୟରେ ଘୋଷଣା ନାମାପତ୍ରରେ ସରପଞ୍ଚ, ଗ୍ରାମ ସଭ୍ୟ ଦସ୍ତଖତ ସହିତ ଆମର କୁଇ ସମାଜ କର୍ମକର୍ତ୍ତାଙ୍କ ସୁପାରିସ ଦସ୍ତଖତ କ୍ରମେ ଅନୁମୋଦନ କରିବାକୁ ଦାବି ପତ୍ର ଦିଆଯାଇଥିଲା । ତହସିଲଦାର ମହୋଦୟା ଏହି ବିଷୟରେ ଖଜୁରୀପଡ଼ା ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ବ ନୀରିକ୍ଷକଙ୍କୁ ସୂଚନା ପ୍ରଦାନ କରିବି ବୋଲି ସମାଜ କର୍ମ କର୍ତ୍ତାଙ୍କୁ କହିଥିଲେ । ଏଥିରେ ବେଙ୍ଗ୍ରିକିଆ ଶାଖା ସଭାପତି ଗୈାତମ ପ୍ରଧାନ, ସମ୍ପାଦକ ଲଳିତ କୁମାର ମଲିକ, ଷଢମୁଠା ଶାଖା ସଭାପତି ଭାଗୀରଥି କହଁର, ସହସମ୍ପାଦକ ଗୋକୁଳ ପାତ୍ର, ଉପସଭାପତି ବିଚିତ୍ର ବୀର୍ଯ୍ୟ ପ୍ରଧାନ,ବାର ପଲ୍ଲୀ ଶାଖା ସଭାପତି କୃଷ୍ଣଚନ୍ଦ୍ର କହଁର, ସମ୍ପାଦକ ପଦ୍ମଚରଣ କହଁର, ରତାବାରୀ ଶାଖା ସଭାପତି ପଙ୍କଜ ମଲିକ, ସମ୍ପାଦକ ରାମ ମାଝୀ, ଗୁଆ ହରିଡା ଶାଖା ସଭାପତି ମସ୍ତରାମ ମଲିକ, ସମ୍ପାଦକ ବିଶ୍ୱପତି ମଲିକ,ବରଗୋଛା ଶାଖା ସହସମ୍ପାଦକ ପ୍ରକାଶ ଦେହୁରୀ, କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସମ୍ପାଦକ ଅଚ୍ୟୁତ ଯାନୀ, କୁଇ ସମାଜ ଯୁବ ପରିଷଦ ଜିଲ୍ଲା କ୍ରୀଡ଼ା ସଭାପତି ସୁଜିତ୍ କୁମାର ମଲିକ,ଖଜୁରୀପଡା ବ୍ଲକ କୁଇ ସମାଜ ଯୁବ ପରିଷଦ ଉମେଶ ଝାଙ୍କର , ଖଜୁରୀପଡା ବ୍ଲକ ଯୁବ ଉପ ସଭାପତି ଅମର ମଲିକ, ବେଙ୍ଗ୍ରିକିଆ ପୂର୍ବତନ ଉପସଭାପତି ଶରତ କୁମାର କହଁର, ବାକାମେଣ୍ଡି ଉପଶାଖା ସଭାପତି ବନମାଳୀ ପ୍ରଧାନ, ସାନ୍ଦୁମେଣ୍ଡି ଉପଶାଖା ସଭାପତି ଭୃଙ୍ଗରାଜ ମଲିକ ,ପୂର୍ଣଚନ୍ଦ୍ର କହଁର, ଚତୃଭୁଜ ମଲିକ,ସମିର ପ୍ରସାଦ ଝାଙ୍କର,ସୁଧିର କହଁର କୁଇ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । କନ୍ଧମାଳ ଜିଲ୍ଲାର ଗୋଛାପଡା ସମେତ ଅନ୍ୟାନ୍ୟ ଅଞ୍ଚଳରେ ଏହାର କାର୍ଯ୍ୟକାରୀ କରାଯାଉଥିବା ବେଳେ ଖଜୁରୀପଡା ଓ ଫୁଲବାଣୀ ତହସିଲରେ ଏହା କାର୍ଯ୍ୟକାରୀ କରାଯାଉ ନାହିଁ ତେଣୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ପାଇଁ ଦାବି କରାଯାଇଛି ଯଦି ଏହା ୭ ଦିନ ମଧ୍ୟରେ କାର୍ଯ୍ୟକାରୀ କରା ନଯାଏ ତେବେ ଆମ୍ଭେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User