ବଡ଼ ଦାମାପାଲା ଗ୍ରାମରେ ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ସାଧାରଣ ବୈଠକ ପଞ୍ଚାୟତ ସ୍ତରୀୟ କର୍ମକର୍ତା ଚୟନ |

Jun 9, 2025 - 11:12
 0  5
ବଡ଼ ଦାମାପାଲା ଗ୍ରାମରେ ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ସାଧାରଣ ବୈଠକ ପଞ୍ଚାୟତ ସ୍ତରୀୟ କର୍ମକର୍ତା ଚୟନ  |

ପାପଡାହାଣ୍ଡି (ଷ୍ଟାର ନିୟୁଜ ଓଡିଶା )ତା 0୯/0୬-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଂଚାୟତ ଅନ୍ତର୍ଗତ ବଡ଼ ଦାମାପାଲା ଗ୍ରାମର ଆମ୍ବତୋଟା ଠାରେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ସଭାପତି ଅର୍ଜୁନ ସମରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ବାଘ, ଜିଲ୍ଲା ସମ୍ପାଦକ ମଣିରାମ ହରିଜନ, ଜିଲ୍ଲା ସମ୍ପାଦକ ଡମ୍ବରୁ ସୁନା, ଜିଲ୍ଲା ସଭ୍ୟ ପବିତ୍ର ଜଗତ, ପାପଡାହାଣ୍ଡି ବ୍ଲକ ସଭାପତି ଈଶ୍ୱର ମିର୍ଗାନ, ଝରିଗାଁ ବ୍ଲକ ସଭାପତି ପ୍ରତାପ ଦୁରିଆ, ଝରିଗାଁ ବ୍ଲକ ଉପ ସଭାପତି ଚୈତନ୍ୟ ପନକା, ଉପ ସଭାପତି ହରିହର ଦୁର୍ଗା, ଉମରକୋଟ ବ୍ଲକ ବଡ଼ ଭରଣ୍ଡୀ ମଣ୍ଡଳର ମଣ୍ଡଳ ସଭାପତି ହରି ହରିଜନ, ରଇବାରୁ ହରିଜନ, ଝରିଗାଁ ଅଂଚଳର ସମାଜସେବୀ ରମେଶ ହରିଜନ, ଟନେଶ କୁମାର ଦୁରିଆଙ୍କ ସମେତ ବିଭିନ୍ନ ବ୍ଲକ ତଥା ପଂଚାୟତର କାର୍ଯ୍ୟକର୍ତା ମାନେ ମଂଚାସୀନ ରହିଥିଲେ |ବଡ଼ ଦାମାପାଲା ଗ୍ରାମର ଅନୁସୂଚିତ ଜାତିର ଜନସାଧାରଣ ସର୍ବ ପ୍ରଥମେ ଆମନ୍ତ୍ରିତ ଅତିଥି ମାନଙ୍କୁ ଡିଜେ ବାଜା ବଜେଇ ସାନ ଦାମାପାଲା ଗ୍ରାମ ଠାରୁ ବଡ଼ ଦାମାପାଲା ଠାରେ ଆୟୋଜିତ ମଞ୍ଚ ପର୍ଯ୍ୟନ୍ତ ଭବ୍ୟ ସ୍ୱାଗତ ସହ ପାଛୋଟି ନେବା ପରେ ମଞ୍ଚାସିନ କରେଇ ଫୁଲହାର ଓ ଉପ ଢୌକନ ଦେଇ ସ୍ୱାଗତ ଜଣେଇବା ପରେ ମଞ୍ଚ ଉପରେ ଭାରତର ସମ୍ବିଧାନ ପ୍ରଣେତା ତଥା ଅନୁସୂଚିତ ଜାତିର ଜନସାଧାରଣଙ୍କ ଆତ୍ମା ଡ଼କ୍ଟର ଭୀମ ରାଓ ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ଚିତ୍ରର ପୂଜାର୍ଚନା ପୂର୍ବକ ନଡ଼ିଆ ଭାଙ୍ଗି ସଭା ଆରମ୍ଭ କରାଯାଇଥିଲା |ଆମନ୍ତ୍ରିତ ଅତିଥିଗଣ ନିଜ ନିଜ ପରିଚୟ ପ୍ରଦାନ ପୂର୍ବକ ସମାଜର ଉନ୍ନତି ଉପରେ ନିଜ ନିଜ ଅବିଭାଷଣ ରଖିଥିଲେ |ପରେ ପଂଚାୟତବାସୀଙ୍କ ଦ୍ୱାରା ମନୋନୀତ ନୂତନ କର୍ମକର୍ତା ମାନଙ୍କୁ ପୁଷ୍ପମାଲ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ |ଖୁଟୁବାଇ ପଞ୍ଚାୟତ ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ନୂତନ ସଭାପତି ଭାବେ ସୁଶାନ୍ତ ହରିଜନ, ଉପ ସଭାପତି ଭାବେ ବଳରାମ ହରିଜନ,ସମ୍ପାଦକ ଭାବେ ପଦଲାମ ହରିଜନ, ସହ ସମ୍ପାଦକ ଭାବେ ରଇବାରୁ ହରିଜନ, କୋଷାଧକ୍ଷ ଭାବେ ପଦଲାମ ହରିଜନ ଏବଂ ଉପଦେଷ୍ଟା ଭାବେ ପତି ହରିଜନଙ୍କୁ ଚୟନ କରାଯାଇଥିବା ବେଳେ ଡ଼ୁମରଧର ମିର୍ଗାନ, ଦାନ ଗାଣ୍ଡା, ଜଳଧର ହରିଜନ, ମଙ୍ଗଳସାଏ ହରିଜନ ଓ ରାମକୃଷ୍ଣ ହରିଜନଙ୍କୁ କମିଟିର ସଭ୍ୟ ଭାବେ ଚୟନ କରାଯାଇଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow