ମେଦନା ଗ୍ରାମରେ ସତ୍ୟ ସନାତନ ମହିମା ଧର୍ମର ବାନା ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଶ୍ଵ ଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ।

May 22, 2025 - 18:30
 0  139
ମେଦନା ଗ୍ରାମରେ  ସତ୍ୟ ସନାତନ ମହିମା ଧର୍ମର ବାନା ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଶ୍ଵ ଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ।

ଡାଵୁଗାଁ,୨୨l୫( ଷ୍ଟାର ନିୟଜ ଓଡ଼ିଶା): ନବରଙ୍ଗପୁର ଜିଲା ଡାଵୁଗାଁ ବ୍ଲକ ଅନ୍ତର୍ଗତ ମେଦନା ପଂଚାୟତ ସଦର ମହକୁମା ସ୍ଥିତ ମହିମା ଟୁଙ୍ଗୀ ପରିସରରେ ନିର୍ମାଣ ଚାଲିଥିବା ନୂତନ ବାନା ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ଆଜି ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବା ସହିତ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ ଉକ୍ତ ଧାର୍ମିକ କାର୍ଯ୍ୟକ୍ରମରେ ବକ୍କଳଧାରୀ ବ୍ରହ୍ମଅବଧୂତ ଅନାଦିବାବା , ବ୍ରହ୍ମ ଅବଧୂତ ଡମ୍ବରୁ ବାବା ଏବଂ ବ୍ରହ୍ମ ଅବଧୂତ ରାମଚ଼ନ୍ଦ୍ର ବାବାଙ୍କ ସମେତ ମେଦ ନା ଏବଂ ଆଖପାଖ ପଂଚାୟତ ଓ ବ୍ଲକର ଶତାଧିକ ସାଧୁ ସନ୍ଥ, ବୈରାଗୀ,ଭକ୍ତମାନଙ୍କ ଉପସ୍ଥିତିରେ ନୂତନ ବାନା ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ସର୍ବ ପ୍ରଥମେ ସମସ୍ତ ମହିମା ଧର୍ମାବଳମ୍ବି ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ପବିତ୍ର ନଦୀ କୂଳରୁ ଜଳ ସଂଗ୍ରହ କରି ମନ୍ଦିର ପିଠରେ ଶୁଭ ଅନୁକୂଳ କଳସ ସ୍ଥାପନ କରାଯାଇଥିଲା।ଆଜି ସଂନ୍ଧ୍ୟାରୁ ଅହରାତ୍ର ବ୍ୟାପି ମହିମା ଧର୍ମା ବଳମ୍ବିମାନଙ୍କ ନାମ ସଂକୀର୍ତନ ସହିତ ଅଖଣ୍ଡ ଦୀପ ଓ ଅଖଣ୍ଡ ବ୍ରହ୍ମ ଧୁନୀ ପ୍ରଜ୍ବଳନ ସହ ଯଜ୍ଞ କାର୍ଯ୍ୟ ସମ୍ପାଦନ ହେବା ନେଇ ସୂଚନା ମିଳିଛି। ପୂର୍ବତନ ବ୍ଲକ ଚେୟାରମ୍ୟାନ ବଂଶିଧର ମାଝୀ,ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ ଓ ମେଦନା ଗ୍ରାମର ଗ୍ରାମବାସୀ ଓ ଭକ୍ତବୃନ୍ଦ ମାନଙ୍କ ସହଯୋଗ ରେ ବିଶ୍ୱଶାନ୍ତି ପାଇଁ ଅନୁଷ୍ଠିତ ହୋଇଥିବା ବୈଦିକ ସତ୍ୟସନାତନ ମହିମା ଧର୍ମର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।

What's Your Reaction?

like

dislike

love

funny

angry

sad

wow