ସଂସ୍କାର ଭାରତୀ କଳାହାଣ୍ଡି ଶାଖା ପକ୍ଷରୁ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ

ବାନୀପାଟଣା, ୧୦।୦୭ (ଷ୍ଟାରନିୟୁଜ ଓଡିଶା) ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ମନ୍ତ୍ରକୁ ସିଦ୍ଧ କରିବା ସହ ସଂସ୍କାର ଭାରତୀ କଳାହାଣ୍ଡି ଶାଖା ଆଜି ଗୁରୁପୂର୍ଣ୍ଣିମା ଉତ୍ସବ ସ୍ଥାନୀୟ ଲେଖକ କଳା ପରିଷଦ ଭବାନୀପାଟଣା ସଭାଗୃହରେ ଭକ୍ତି ଓ ଶ୍ରଦ୍ଧା ସାଥିରେ ପାଳନ କରିଛି। ବିଶିଷ୍ଟ ଶିଳ୍ପୀ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ସଂସ୍କାର ଭାରତୀ ଜିଲ୍ଲା ସଭାପତି ଭାଗୀରଥି ବେହେରା ନଗର ସଭାପତି ପ୍ରୀତି ପଟ୍ଟନାୟକ ଗୁରୁପୂର୍ଣ୍ଣିମା ଉପରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ବିଶିଷ୍ଟ ଘୁମୁରା ଗୁରୁ ପବିତ୍ର ଗହୀରଙ୍କୁ କଳାଗୁରୁ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବ ପ୍ରତିଭା ସୌରଭ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଲୋକ କୁମାର ସାହୁ ସହାୟତା କରିଥିଲେ। ବିଶିଷ୍ଟ ନାଟ୍ୟକାର ଅଶୋକ ପାତ୍ର, ପ୍ରାନ୍ତ ମହାମନ୍ତ୍ରୀ ଉମେଶ ଚନ୍ଦ୍ର ପଣ୍ଡା, ତାପସ ପଟେଲ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା
What's Your Reaction?






