କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ଠାରେ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଜିଲ୍ଲା ଏବଂ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ର ସମୀକ୍ଷା ଅନୁଷ୍ଠିତ:

ଭବାନୀପାଟଣା , ୧୦/୦୭/: (ଷ୍ଟାରନିୟୁଜ ଓଡିଶା)କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ଠାରେ ଜିଲ୍ଲାପାଳଙ୍କ କାର୍ୟାଳୟ ର ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଜିଲ୍ଲା ଏବଂ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ସଭା ରେ ରେ ଶ୍ରୀମତୀ ଅନିତା କର୍ଣ, ଯୁଗ୍ମ ସଚିବ ,ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା କେନ୍ଦ୍ର ପ୍ରଭାରୀ ଅଧିକାରୀ ,ନୀତି ଆୟୋଗ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି ଏବଂ ଏହି ସମୀକ୍ଷା ସଭା ରେ ଶ୍ରୀ ପାୱାର ସଚିନ ପ୍ରକାଶ,କଳାହାଣ୍ଡି ଜିଲ୍ଲାପାଳ,ଶ୍ରୀ ଦୟାମୟ ପାଢ଼ୀ, ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଜ଼ିଲ୍ଲା ପରିଷଦ,କଳାହାଣ୍ଡି , ଶ୍ରୀ ବୈତାରୁ ଦୀପ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଶ୍ରୀକାନ୍ତ ଦଳେଇ, ଉପ ନିର୍ଦେଶକ ,ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ,କଳାହାଣ୍ଡି, ଉପ ଜିଲ୍ଲାପାଳ, ଭବାନୀପାଟଣା,ଜିଲ୍ଲା ର ସମସ୍ତ ଜିଲ୍ଲା ଅଧିକାରୀ ଏବଂ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥୁ.ରାମପୁର , ମ .ରାମପୁର , କୋକସରା , ଜୁନାଗଡ, ନର୍ଲା ,ଲାଞ୍ଜିଗଡ ଯୋଗ ଦେଇଥିଲେ l ଏହି ସମୀକ୍ଷା ସଭା ରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ର ୬ ଗୋଟି କ୍ଷେତ୍ର ଉପରେ ଯଥା
୧- ସ୍ୱାସ୍ଥ୍ୟ ଓ ପୋଷଣ
୨- ଶିକ୍ଷା
୩- କୃଷି ଓ ଜଳ ସମ୍ପଦ
୪- ଆର୍ଥିକ ଅନ୍ତର୍ଭୁକ୍ତି ଓ ଦକ୍ଷତା ବିକାଶ
୫ - ମୌଳିକ ଭିତ୍ତିଭୂମି
୬ -ସାମାଜିକ ବିକାଶ
ର ସମସ୍ତ ସୂଚକାଙ୍କ ଉପରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା l ବିଶେଷକରି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମୃତ୍ୟୁ ହାର ହ୍ରାସ, ମାତୃ ମୃତ୍ୟୁ ହାର ହ୍ରାସ , ଗର୍ଭବତୀ ମହିଳାଙ୍କ ପରୀକ୍ଷା ଓ ଟୀକାକରଣ, ଜନ୍ମ ସମୟରେ ଲିଙ୍ଗ ଅନୁପାତ, , ଶିଶୁ ର ସମ୍ପୂର୍ଣ୍ଣ ଟିକାକରଣ ,ନି, ମହିଳା ଓ ଶିଶୁ ଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ , ରକ୍ତ ହୀନତା ନିରାକରଣ ,ଗୁଣାତ୍ମକ ଶିକ୍ଷା, ମୃତ୍ତିକା, କୃଷି ଉତ୍ପାଦନ ବୃଦ୍ଧି, ଫସଲ ବୀମା , ପ୍ରମାଣିତ ଗୁଣବତ୍ତା ବିହନ ବଣ୍ଟନ, ପ୍ରତିଘରେ ବିଦ୍ୟୁତ୍ ସଂଯୋଗୀକରଣ , ପ୍ରତିଘରେ ପାନୀୟ ଜଳ ଯୋଗାଣ ଉପରେ ସମୀକ୍ଷା କରାଯାଇଥିଲା l କଳାହାଣ୍ଡି ଜିଲ୍ଲା ର ୧୧୨ ଟି ଆକାଂକ୍ଷା ଜିଲ୍ଲା ମାନଙ୍କ ମଧ୍ୟରେ କରାଯାଇଥିବା ପ୍ରତିଯୋଗିତା ରେ ୩ ଥର ଉତ୍ତମ ସ୍ଥାନ ପ୍ରଦର୍ଶନ କରିଥିବାରୁ ୯ କୋଟି ଟଙ୍କା ପୁରସ୍କାର ରାଶି ନୀତି ଆୟୋଗ , ଭାରତ ସରକାରଙ୍କ ଠାରୁ ଗ୍ରହଣ କରିଅଛି l
ଶ୍ରୀମତୀ ଅନିତା କର୍ଣ, ଯୁଗ୍ମ ସଚିବ ,ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା କେନ୍ଦ୍ର ପ୍ରଭାରୀ ଅଧିକାରୀ ,ନୀତି ଆୟୋଗ କହିଥିଲେ ୨ ଟି ଗ୍ରାମ କୁ ଆଦର୍ଶ ଗ୍ରାମ ହିସାବରେ ନେଇ ତାର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ ପରବର୍ତୀ ସମୟରେ ତାହା ଅନ୍ୟ ଗ୍ରାମ ପାଇଁ ଆଦର୍ଶ ପରି କାର୍ଯ୍ୟ କରାଯାଇ ପାରିବ lସେ ଭିଟାମିନ ଯୁକ୍ତ ଚାଉଳ ପିଡ଼ିଏସ ମାଧ୍ୟମରେ ବଣ୍ଟନ କରିବା ଦ୍ୱାରା ଅପପୃଷ୍ଟି ରୋକିବାରେ କେତେ ସଫଳ ହୋଇଛି ତାର ଏକ ସର୍ଭେ କରିବା ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l ଜିଲ୍ଲାପାଳ, ଶ୍ରୀ ପାୱାର ସଚିନ ପ୍ରକାଶ କହିଥିଲେ ଗତ ବର୍ଷ ୬ ଟି ସୁଚକାଙ୍କ ର ସମ୍ପୂର୍ଣ୍ଣକରଣ ପାଇଁ ସମ୍ପୂର୍ଣ୍ଣତା ଅଭିଯାନ କରାଯାଇଥିଲା, ଯାହାଦ୍ୱାରା ଜିଲ୍ଲାରେ ୫ଟି ସୁଚକାଙ୍କ ୧୦୦% ସଫଳତା ଜନସାଧାରଣ ଙ୍କୁ ମିଳିପାରିଥିଲା lଆମ ଜିଲ୍ଲା ରେ ୭ ଟି ମା ଗୃହ ଅଛି ଏବଂ ଆବଶ୍ୟକତା ଅନୁଯାଇ ୩ ଟି ମା ଗୃହ ପାଇଁ ସରକାରଙ୍କୁ ପ୍ରସ୍ତାବ ପଠା ଯାଇଛି l ଧାନ ଫସଲ ପରିବର୍ତେ ଅନ୍ୟାନ୍ୟ ଅଣଧାନ ଫସଲ ଯଥା ମକା ,କପା ,ଡ଼ାଲି ଓ ତୈଳବୀଜ ଇତ୍ୟାଦି ଜାତୀୟ ଫସଲ ଚାଷ କରିବାପାଇଁ ଗୁରୁତ୍ୱ ଆରୋପ କରିଥିଲେ l ଶେଷରେ ସମସ୍ତ ଜିଲ୍ଲା ଅଧିକାରୀ ଏବଂ ବ୍ଲକ ଅଧିକାରୀ ମାନଙ୍କୁ ଜିଲ୍ଲା ର ବିକାଶ ଏବଂ ବ୍ଲକ ର ବିକାଶ ପାଇଁ କାର୍ଯ୍ୟ କରିବାକୁ ଶ୍ରୀମତୀ ଅନିତା କର୍ଣ, ଯୁଗ୍ମ ସଚିବ ,ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା କେନ୍ଦ୍ର ପ୍ରଭାରୀ ଅଧିକାରୀ ,ନୀତି ଆୟୋଗ ନିର୍ଦେଶ ଦେଇଥଲେ l
ପରିଶେଷ ରେ ଶ୍ରୀ ଦଳେଇ, ଉପ ନିର୍ଦେଶକ ,ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ,କଳାହାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା
What's Your Reaction?






