ବଡ଼ନୀ ସାପ୍ତାହିକ ହାଟପିଣ୍ଡି ଉପରେ ନାହିଁ ଛାତ, ବର୍ଷାଋତୁରେ ସମସ୍ୟା ଭୋଗୁଛନ୍ତି ବ୍ୟବସାୟୀ ।

Jul 11, 2025 - 16:38
 0  139
ବଡ଼ନୀ ସାପ୍ତାହିକ ହାଟପିଣ୍ଡି ଉପରେ ନାହିଁ ଛାତ, ବର୍ଷାଋତୁରେ ସମସ୍ୟା ଭୋଗୁଛନ୍ତି ବ୍ୟବସାୟୀ ।

ଝରିଗାଁ,୧୧l୭ (ଷ୍ଟାର ନିୟୁଜ ଓଡିଶା) : ତିରିଶ ବର୍ଷରୁ ଉର୍ଦ୍ଧ ସମୟ ହେବ ଆଞ୍ଚଳିକ ସାପ୍ତାହିକ ହାଟ ବସୁଛି ବଡନି ଗାଁରେ । ୨୫ ଖଣ୍ଡ ଗାଁ ଲୋକେ କିଣାବିକା କରିବାକୁ ଏହି ରବିବାରିଆ ସାପ୍ତାହିକ ହାଟକୁ ଆସିଥାନ୍ତି। ଝରିଗାଁ ବ୍ଲକର ପାଲିଆ ପଞ୍ଚାୟତ ଅନ୍ତର୍ଗତ ଏହି ହାଟ ଉପରେ ପାଲିଆ, ଫୁଫୁଗାଁ ଏବଂ ଡ଼ାବୁଗାଁ ବ୍ଲକ ସୀମାନ୍ତ ମେଦେନା ଓ ଅଞ୍ଚଳା ପଞ୍ଚାୟତ,ଏପରି ଚାରି ପଞ୍ଚାୟତ ବାସୀ ଏହି ହାଟ ଉପରେ ନିର୍ଭର କରି ଆସୁଛନ୍ତି। ଝରିଗାଁ ଡାବୁ ଗାଁ ମୁଖ୍ୟ ରାସ୍ତାର ପ୍ରାୟ ୧୬ କିମି ବାଟ ପରେ ବାମ ପାର୍ଶ୍ୱରେ ରହିଛି ବଡ଼ନୀ ଗ୍ରାମ। ହାଟପଦାକୁ ଯିବାକୁ ହେଲେ ମୁଖ୍ୟ ପ୍ରବେଶ ରାସ୍ତା ଭାବେ ସରକାରୀ ସେବାଶ୍ରମ ସ୍କୁଲ ବାଟ ଦେଇ ଯିବାକୁ ହୁଏ। ଗାଁ ଓ ହାଟପଦା ଯିବାକୁ ଏହା ମୁଖ୍ୟ ରାସ୍ତା ଭାବେ ରହିଛି। ଯେଉଁ ରାସ୍ତାର ଅବସ୍ଥା ବର୍ତମାନ ଅତି ଶୋଚନୀୟ। କାଦୁଅ ମାଟି ସାଙ୍ଗକୁ ପଚପଚ ରାସ୍ତା। ଚାଲୁ ଚାଲୁ ଖସି ପଡିବା ସମ୍ଭାବନା ବେଶି। ଗାଡ଼ି ମଟର ଚକ କାଦୁଅରେ ଘୋରି ହୋଇ ଯାଉଛି। ପରସ୍ତ ପରସ୍ତ କାଦୁଅ ଯାନବାହାନ ଚଳାଚଳ ଓ ଲୋକଙ୍କ ଚାଲିବା କଷ୍ଟକର ହେଉଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟକୁ ଯିବା ଆସିବା କରିବା ସମସ୍ୟା ହେଉଛି।ପକ୍କା ରାସ୍ତା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ପକ୍କା ରାସ୍ତା ନିର୍ମାଣ ହୋଇପାରି ନାହିଁ। ଦୟନୀୟ ରାସ୍ତା ଦେଇ ସାପ୍ତାହିକ ହାତକୁ ଯିବାକୁ ପଡ଼େ ଲୋକଙ୍କୁ। ପ୍ରାୟ ଦେଢ ଏକର ଜମିରେ ବସୁଛି ଏହି ହାଟ। ତିନି ଦଶନ୍ଧି ରୁ ଉର୍ଦ୍ଧ ସମୟ ହେବ ହାଟ ବସିବା ଆରମ୍ଭ ହୋଇ। ହାଟପଦା କହିଲେ ଗ୍ରାମକୁ ଲାଗି ରହିଛି ହାଟ। କେତୋଟି ତେନ୍ତୁଳି ଓ ବରଗଛ ତଳେ ଆରମ୍ଭ ହୋଇଥିଲା ହାଟ ବସିବା। ହାଟପଦା ପ୍ରାଙ୍ଗଣରେ ରହିଛି ଗ୍ରାମ୍ୟଦେଵୀଙ୍କ ଛୋଟ ମନ୍ଦିର ଟିଏ। ସମୟକ୍ରମେ ହାଟପଦାର ଉନ୍ନତିକରଣ ପାଇଁ ପ୍ରଶାସନ ଖୋଲା ଆକାଶ ତଳେ ଛାତ ବିହୀନ ପିଣ୍ଡି ନିର୍ମାଣ କରିଥିଲା। ପର୍ଯ୍ୟାୟକ୍ରମେ ୨୪ ଗୋଟି ପିଣ୍ଡି ନିର୍ମାଣ ହୋଇଥିଲା। ଏସବୁ ବର୍ତ୍ତମାନ ଜରାଜୀର୍ଣ୍ଣ ହୋଇ ନଷ୍ଟ ହେବାକୁ ବସିଲାଣି। ୮ ଟି ପିଣ୍ଡି ସମ୍ପୂର୍ଣ ନଷ୍ଟ ହୋଇଥିବା ବେଳେ ଦୁଇଟି ପିଣ୍ଡି ଉପରେ ଟିଣ ଛପର ରହିଛି। ଅବଶିଷ୍ଟ ୧୪ ଟି ପିଣ୍ଡି ଅବସ୍ଥା ଠିକ ନାହିଁ। ବଜାର କୁ ଆସୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ପାନୀୟ ଜଳ ବ୍ୟବସ୍ଥା ନାହିଁ । ୨୦୧୧ - ୧୨ ଆର୍ଥିକ ବର୍ଷରେ ବଜାର ପିଣ୍ଡି ନିର୍ମାଣ ହୋଇଥିଲା। ପ୍ରାୟ ପନ୍ଦର ବର୍ଷ ତଳେ ନିର୍ମିତ ପିଣ୍ଡି ସମ୍ପୂର୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଗାଁ ସହ ଲାଗି ରହିଛି ହାଟପଦା ତେଣୁ ପିଇବା ପାଣି ପାଇଁ ଗାଁ ନଳକୂପ ଉପରେ ନିର୍ଭର କରନ୍ତି ହାଟକୁ ଆସୁଥିବା ଲୋକେ। ବ୍ୟବସାୟୀ ସବୁ ନିଜସ୍ଵ ଖର୍ଚ୍ଚରେ ପିଣ୍ଡି ସଜାଡି ପଲିଥିନ ଟାଣି ଦୋକାନ ପୋସରା ବସାଇଥାନ୍ତି। ମୁଖ୍ୟତଃ ଏହି ହାଟ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଛି। ପାଞ୍ଚ ଦଶ କିଲୋମିଟର ଦୂରବର୍ତ୍ତୀ ଗାଁ ଲୋକେ ଏହି ସାପ୍ତାହିକ ବଜାର କୁ ଆସୁଛନ୍ତି। ବର୍ତମାନ ବର୍ଷା ଋତୁ ଜାରି ରହିଛି। ସାମାନ୍ୟ ବର୍ଷା ହେଉ କି ଭୀଷଣ ବର୍ଷା କାଦୁଅ ରାସ୍ତା ଯୋଗୁଁ ସମସ୍ୟା ଭୋଗୁଛନ୍ତି ହାଟକୁ ଆସୁଥିବା ଲୋକ ଏବଂ ସ୍ଥାନୀୟ ଗାଁ ବାସୀ। ପଞ୍ଚାୟତ ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ବଡ଼ନୀ ଗାଁ ସାପ୍ତାହିକ ବଜାରର ଆବଶ୍ୟକୀୟ ଉନ୍ନତିକରଣ ଏବଂ ନବୀକରଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟରେ ମଙ୍ଗୁ ପୂଜାରୀ, ହରି ପୂଜାରୀ, ତ୍ରିନାଥ ପୂଜାରୀ, ଡମ୍ବରୁଧର ଭତରା, ଜିତେନ୍ଦ୍ର ମେହେର, ଜିତେନ୍ଦ୍ର ମିଶ୍ର, ସତୀର ଜାନୀ, ନୀଳାମ୍ବର ହରିଜନ, ଲଖଣ ହରିଜନ, ଲକିଚନ୍ଦ୍ର ପୂଜାରୀ, ଛବିଲାଲ ମେହେର, ଅନ୍ତରାମ ଗୌଡ଼, ଦିବାକର ଗୌଡ଼, ଅକୁର ଗୌଡ଼, ପ୍ରମୁଖ ଦାବି ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow