ଚେନାଇରାଧା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Jun 20, 2025 - 16:18
0 23
ଚେନାଇରାଧା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ, ୨୦/୦୬(ଷ୍ଟାରନିୟୁଜ ଓଡିଶା)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ସୁନାମଧନ୍ୟ ଚେନାଇ ରାଧା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ଏସ. ଭେଙ୍କଟେସନଙ୍କ ୮୦ତମ ଜନ୍ମଦିବସକୁ ଆଜି ନିଆରା ଢଙ୍ଗରେ ପାଳନ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ସର୍ବ ପ୍ରଥମେ କେକ କାଟି ଜନ୍ମଦିବସ ପାଳନ କରିବା ପରେ ପରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି। ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ରକ୍ତଦାନ ଶିବିରରେ ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ଭବାନୀଶଙ୍କର ଲେଙ୍କା, ବେଦାନ୍ତ ଲିମିଟେଡ ପାୱାର ପ୍ଲାଣ୍ଟ ମୁଖ୍ୟ ପ୍ରବୋଧ କୁମାର ସିଂହ, ସଞ୍ଜୟ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର ପ୍ରତାପ ସିଂଦେଓ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ବରିଷ୍ଠ ନାଗରିକ କାମରାଜ ଦଳବେହେରା, ଆଇଜାକ କମ୍ପାନୀର ପ୍ରକଳ୍ପ ଇନଚାର୍ଜ ପ୍ରଫୁଲ୍ଲ ବେହେରା ପ୍ରମୁଖ ଯୋଗଦେଇଥିଲେ। ଚେନାଇରାଧା ଆବାସିକ ପରିଚାଳକ ଦିଲିପ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଶିବିରକୁ ଭି. ଶିବ କୁମାର, ସନ୍ତୋଷ କୁମାର ସାହୁ, ଅନୁଜ ସାସମଲ, ରାକେଶ ଜେନା ପ୍ରମୁଖ ପରିଚାଳନା କରିଥିଲେ। ଓଡ଼ିଶା ରକ୍ତଭଣ୍ଡାରର ଟେକ୍ନିସିଆନ ଅଜିତ କୁମାର ନାଏକ, ସଞ୍ଜୀବ ମହାଖୁଡ଼, ଗିରୀଶ ନାଏକ, ଡୋଳାମଣି ମାଝୀ ପ୍ରମୁଖ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ସେହିପରି ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମକର୍ତ୍ତା ତଥା ଲାଞ୍ଜିଗଡ ପ୍ରେସ କ୍ଳବ ପକ୍ଷରୁ ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା, ରମେଶ ନାୟକ, ଦିଲୀପ ନାଏକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 6
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User