ବିଜୁଳି ଆଲୁଅ ସାତ ସପନ, ପ୍ରଶାସନର ଦୃଷ୍ଟି ଆଢୁଆଳରେ ଉପାନ୍ତ ଅଞ୍ଚଳର ୪ ଗାଁ।

Apr 14, 2025 - 06:13
Updated: 1 year ago
0 235
ବିଜୁଳି ଆଲୁଅ ସାତ ସପନ, ପ୍ରଶାସନର ଦୃଷ୍ଟି ଆଢୁଆଳରେ ଉପାନ୍ତ ଅଞ୍ଚଳର ୪ ଗାଁ।

ଫିରିଙ୍ଗିଆ,୧୩l୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳରେ ଅଧିକାଂଶ ଗାଁରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୁଅ ଜଳିପାରି ନାହିଁ । ସରକାରଙ୍କ ତରଫରୁ ଜନସାଧାରଣଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା ଏମାନଙ୍କ ପାଇଁ ଯେମିତି ସାତ ସପନ ପାଲଟିଛି । ବିଭିନ୍ନ ଯୋଜନା ମାଧ୍ୟମରେ ଜନସାଧାରଣଙ୍କ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରାଯାଉଛି କିନ୍ତୁ ତାହା ଜନସାଧାରଣଙ୍କ ପାଖରେ ପହଞ୍ଚି ପାରୁନଥୂବାବେଳେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଉପାନ୍ତ ଅଞ୍ଚଳବାସୀ ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବାବେଳେ ଆଜି ପର୍ଯ୍ୟନ୍ତ ସାଧାରଣ ଭାବରେ ମୌଳିକ ସୁବିଧା ନ ପା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏମିତି ଗାଁ ଦେଖୁବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୋଏରିମାଣ୍ଡୁ ପଞ୍ଚାୟତର ଦୁବସରା, ବେରେଣୀ, ଅଡ଼ା ବାଲି, ଗ୍ରାବାସୀ ଭଳି ୪ଟି ଗାଁରେ । ଏହି ଗାଁମାନଙ୍କରେ ଆଜି ପର୍ଯ୍ୟନ୍ତ ଜନସାଧାରଣ ବିଦ୍ୟୁତ ଆଲୁଅ ନ ଥିବାରୁ ଡିବିରୀରେ କିମ୍ବା କାଠ ଜାଳି ରାତିରେ ଆଲୁଅ ବ୍ୟବହାର କରି ପିଲାଙ୍କ ପାଠ ପଢା ହେଉ କି ସମସ୍ତ ବ୍ୟବସ୍ଥା କରିଥାନ୍ତି । ଦୀର୍ଘ ୧୫ବର୍ଷ ତଳେ ଏହି ଗାଁମାନଙ୍କରେ ବିଜୁଳି ଯୋଗାଇବା ପାଇଁ ସର୍ଭେ ମଧ୍ଯ ହୋଇଥିଲା କିନ୍ତୁ ସର୍ଭେ ପରେ ଗୋଟିଏ ଦୁବସରା ଗାଁରେ କେବଳ ବିଦ୍ୟୁତ ଖୁଣ୍ଟ ପୋତି ଗାଁରେ ବିଦ୍ୟୁତ ଟ୍ରାନ୍ସଫରମର ରଖି ଦେଇ ତାର ନ ଟାଣି ସମ୍ପୂର୍ଣ୍ଣ ବିଦ୍ୟୁତ ସଂଯୋଗ ହୋଇଥିବା କହି ଠିକାଦାର ବିଲ କରି ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ସହ ମିଶି ଟଙ୍କା ଖାଇ ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଅନ୍ୟପଟେ ଅନ୍ୟ ୩ଗାଁରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୁଅ ସାତ ସପନ ପାଲଟିଥିବାବେଳେ ୪ଗାଁର ପ୍ରାୟ ୧ ସହରୁ ଊର୍ଦ୍ଧ୍ବ ପରିବାର ବିଜୁଳି ଆଲୁଅରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇ ରହିଛନ୍ତି । ବିଦ୍ୟୁତ ସଂଯୋଗ ପାଇଁ ଏହି ୪ଗାଁର ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ବିଧାୟକ, ସାଂସଦ ଏମିତି କି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ମଧ୍ୟ ଲିଖୂତ ଅଭିଯୋଗ କରିଛନ୍ତି ।  କେହି ଏମାନଙ୍କ ସମସ୍ୟାକୁ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି ସମୂହ ଗ୍ରାମବାସୀ । କେବଳ ନିର୍ବାଚନ  ସମୟ ଆସିଲେ କୁଜି ନେତାମାନଙ୍କ ପାଦ ଏହି ଗାଁମାନଙ୍କରେ ପଡ଼ି ଥାଏ ଓ ସବୁ କରିଦେବାକୁ ପ୍ରତିଶ୍ରୁତି ମଧ୍ୟ ମିଳିଥାଏ , କିନ୍ତୁ ନିର୍ବାଚନ ସରିଲେ କାହାର ପାଦ ପଡ଼ି ନ ଥାଏ  କହିଛନ୍ତି ଗ୍ରାମବାସୀ । ବହୁ ବାର ଲିଖୂତ ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ କେହି ଗୁରୁତ୍ବ ଦେଉନଥିବାରୁ ଅଞ୍ଚଳର କିଛି ଶିକ୍ଷିତ ଯୁବକ ଗାଁ ଲୋକଙ୍କୁ ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲିଖୂତ ଅଭିଯୋଗ ସହ ତୁରନ୍ତ ଗାଁରେ ବିଦ୍ୟୁତ ସଂଯୋଗ କରି ସାଧାରଣ ଲୋକଙ୍କୁ ବିଦ୍ୟୁତ ଆଲୁଅ ଯୋଗାଇଦେବାକୁ  କରିବେ ବୋଲି କହିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User