ଜବାହାର ନବୋଦୟ ବିଦ୍ଯାଳୟ ନର୍ଲାର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ନବୋଦୟ ବିଦ୍ଯାଳୟ ପ୍ରତିଷ୍ଠା ଦିବସ ପାଳନ

Apr 13, 2025 - 21:45
0 89
ଜବାହାର ନବୋଦୟ ବିଦ୍ଯାଳୟ ନର୍ଲାର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ନବୋଦୟ ବିଦ୍ଯାଳୟ ପ୍ରତିଷ୍ଠା ଦିବସ ପାଳନ

କଳାହାଣ୍ଡି,୧୩l୪: ଆଜିର ଦିନ ୧୩ ତାରିଖ ଏପ୍ରିଲ ମାସ ୧୯୮୬ ମସିହାରେ ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଦେଶର ଗ୍ରାମାଞ୍ଚଳରେ ରହୁଥିବା ଗରିବ ଛାତ୍ରଛାତ୍ରୀମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ଜବାହାର ନବୋଦୟ ବିଦ୍ଯାଳୟର ପରିକଳ୍ପନା କରିଥିଲେ। ତେଣୁ ଏପ୍ରିଲ ୧୩ ତାରିଖକୁ "ନବୋଦୟ ବିଦ୍ଯାଳୟ ପ୍ରତିଷ୍ଠା ଦିବସ" ଭାବରେ ପାଳନ କରାଯାଏ। ସମଗ୍ର ଭାରତର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ପାଠପଢି ଦେଶ ବିଦେଶରେ ବଡ ବଡ ସରକାରୀ ଓ ବେସରକାରୀ ଚାକିରୀ କରିବା ସହିତ ବିଜନେସ୍, ସାମାଜିକ, ରାଜନୈତିକ ଓ ବିଭିନ୍ନ କ୍ଷେତ୍ରରେ ନିଜର ନାମ ଅର୍ଜନ କରିପାରିଛନ୍ତି। ଏହି ଅବସରରେ ଆଜି ଦେଶର ବିଭିନ୍ନ କୋଣଅନୁକୋଣରେ ପାଳନ ହେବା ସହ କଳାହାଣ୍ଡି ଜିଲ୍ଲାରେ ଜବାହାର ନବୋଦୟ ବିଦ୍ଯାଳୟ ନର୍ଲାର ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରତିଷ୍ଠା ଦିବସ ପାଳନ କରିବା ସହ ଭବାନିପାଟଣା ସହର ସ୍ଥିତ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଦହି ପଣା ବଣ୍ଟନ କରାଯାଇଥିଲା। ଭିଷଣ ଗରମରେ ସହରର ହଜାର ହଜାର ଲୋକ ପଣାର ଉପଭୋଗ କରିଥିଲେ। ଏଥରେ ପୁରାତନ ଛାତ୍ରଛାତ୍ରୀ ସଭାପତି ଗୋଲକ ବିହାରୀ ଭୋଇ, କୋଷାଧ୍ୟକ୍ଷ କାର୍ତ୍ତିକ ସୁନା, ଶିବରଞ୍ଜନ ଶତପଥୀ, ସୁଧନ୍ୱା ବାଗ, ବସନ୍ତ ନାଏକ, ଯଶୋବନ୍ତ ପ୍ରଧାନୀ, ପ୍ରଣବ ପ୍ରଧାନ, ଲକ୍ଷ୍ମୀନାରାୟଣ ପଣ୍ଡା, ସଞ୍ଜୟ ରଣା, ହେମନ୍ତ ମାଝୀ, ହେମରାଜ କୁମାର, କେଦାର ଖମାରୀ, ଅଜିତ କୁମାର ସାହୁ, ସଞ୍ଜୟ ନାଗ, ସୁବ୍ରତ ସ୍ୱାଇଁ, ଅନନ୍ତ ମହାପାତ୍ର, ମମତା ମହାପାତ୍ର, ଭବାନୀ ବାଗ, ପ୍ରଦିପ ହରପାଲ, ମଳୟ ନାଏକ, ଆନନ୍ଦ ନାଏକ, ରଶ୍ମିତା ନିଆଲ, ସାନ୍ତନୁ ମହାରଣା, ବିମଲ କିଶୋର ନାଏକ ଓ କୁବେର ପାତ୍ର ସହିତ ୫୦ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ସାମିଲ ଥିଲେ। ରିଚାର୍ଡ ସରକାରୀ କର୍ମଚାରୀ ସଂଘର ସଭାପତି ଶ୍ରୀ ଶରତ ଚନ୍ଦ୍ର ନାୟକ ମଧ୍ଯ ଆସି ପଣା ବଣ୍ଟନରେ ସହଯୋଗ କରିଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍ ଷ୍ଟାରନିଉଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Wow Wow 0
Sad Sad 0
Angry Angry 0

Comments (0)

User