୨୬ ବର୍ଷର ଗୌରବମୟ ଦେଶସେବା ପରେ ସିଆରପିଏଫ ଯବାନ ସଂଜୀବ କୁମାର ଭୋଇଙ୍କୁ ଭବ୍ୟ ସମ୍ବର୍ଦ୍ଧନା
କେସିଙ୍ଗା, ତାରିଖ:୧l୬(ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ଗର୍ବ ତଥା ଟୁଁଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟ ଭୋଇଙ୍କ ସୁପୁତ୍ର ସଂଜୀବ କୁମାର ଭୋଇ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ରେ ଦୀର୍ଘ ୨୬ ବର୍ଷ ଧରି ନିଷ୍ଠାର ସହ ଦେଶସେବା କରି ଅବସର ଗ୍ରହଣ କରି ନିଜ ଜନ୍ମମାଟିକୁ ଫେରିଥିବା ବେଳେ ତାଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି।
ସଂଜୀବ କୁମାର ଭୋଇଙ୍କ ଘର ପ୍ରତ୍ୟାବର୍ତ୍ତନ ଅବସରରେ କେସିଙ୍ଗା ଓ ଖlସବାହାଲ ଅଞ୍ଚଳର ଶତାଧିକ ଲୋକ ବାଜା, ଘଣ୍ଟ, ଶଙ୍ଖଧ୍ୱନି ଓ ଫୁଲମାଳା ସହ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ଓ ଲୋକମାନେ ଉତ୍ସାହର ସହିତ ତାଙ୍କୁ ପାଛୋଟି ନେଇ ଘର ପର୍ଯ୍ୟନ୍ତ ପହଞ୍ଚାଇଥିଲେ।
ଉପସ୍ଥିତ ଜନସାଧାରଣ ସଂଜୀବ ଭୋଇଙ୍କ ଦୀର୍ଘ ୨୬ ବର୍ଷର କର୍ମମୟ ଜୀବନ ଏବଂ ଦେଶ ପ୍ରତି ତାଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କ ନିଷ୍ଠା, ଶୃଙ୍ଖଳା ଓ ଦେଶପ୍ରେମ ଯୁବପିଢ଼ୀଙ୍କ ପାଇଁ ପ୍ରେରଣାଦାୟକ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଥିଲେ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କେବଳ ସଂଜୀବ ଭୋଇଙ୍କ ପ୍ରତି ସମ୍ମାନ ନୁହେଁ, ବରଂ ଦେଶସେବା ପ୍ରତି ଅଞ୍ଚଳବାସୀଙ୍କ ଶ୍ରଦ୍ଧା ଓ କୃତଜ୍ଞତାର ଏକ ସୁନ୍ଦର ନିଦର୍ଶନ ଭାବେ ପରିଗଣିତ ହୋଇଛି।
କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ ଷ୍ଟାର ନ୍ୟୁଜ ଓଡ଼ିଶା
What's Your Reaction?