୭୬ତମ ବନ ମହୋତ୍ସବରେଫୁଲବାଣୀ ବନଖଣ୍ଡ ପକ୍ଷରୁ ଅଶୋକ ପରିଡାଙ୍କୁ ପ୍ରକୃତି ବନ୍ଧୁ ପ୍ରଦାନ।

Jul 08, 2025 - 05:50
0 26
୭୬ତମ ବନ ମହୋତ୍ସବରେଫୁଲବାଣୀ ବନଖଣ୍ଡ ପକ୍ଷରୁ ଅଶୋକ ପରିଡାଙ୍କୁ ପ୍ରକୃତି ବନ୍ଧୁ ପ୍ରଦାନ।

ଫୁଲବାଣୀ, ୭l୭ (ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାର ଜିଲାସ୍ତରୀୟ ୭୬ତମ ବନ ମହୋତ୍ସବ ଉପଲକ୍ଷେ ଫୁଲବାଣୀ ବନଖଣ୍ଡ ସମ୍ମିଳନୀ କକ୍ଷରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କୋଟପାଲୀଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଜଙ୍ଗଲ ସୁରକ୍ଷା ,ବୃକ୍ଷ ରୋପଣ, ବୃକ୍ଷକୁ ବଞ୍ଚାଇବା, ପରିବେଶ ସୁରକ୍ଷା,ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା,ଜୈବ ବିବିଧତା ରକ୍ଷା କରିବା, ଜଳ ପରିଚାଳନା,ଉତ୍ତାପ ବୃଦ୍ଧି, ମୃତ୍ତିକା ସଂରକ୍ଷଣ, ଜଳର ପୂନରଭରଣ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ କନ୍ଧମାଳ ଜିଲାର ସାମାଜିକ କର୍ମୀ ପରିବେଶ ପ୍ରେମୀ ଅଶୋକ ପରିଡାଙ୍କୁ ଅତିଥି ମାନେ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଅଶୋକ ପରିଡା ୧୯୯୨ମସିହାରୁ ଜିଲା ପରିବେଶ ସମିତି ଆନୂକୁଲ୍ୟରେ ଅବିଭକ୍ତ ବୌଦ୍ଧ ଫୁଲବାଣୀ ଜିଲାରେ ଜଙ୍ଗଲ ସୁରକ୍ଷା ଓ ପରିବେଶ ସୁରକ୍ଷା ସଚେତନତା ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଆସୁଛନ୍ତି । ପୂର୍ବରୁ ଫୁଲବାଣୀରେ ପରିମଳ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରି ଉଦ୍ଭିଦ ମିତ୍ର ଓ ପୌର ପରିଷଦ ପକ୍ଷରୁ ଶ୍ରେଷ୍ଠ ପରିମଳ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ଜିଲା ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ପ୍ରାକୃତିକ ସମ୍ପଦର ପରିଚାଳନା ପାଇଁ ଜଳ ଜମି ଜଙ୍ଗଲ, ଜୀବଜନ୍ତୁ ଓ ଜନର ସୁପରିଚାଳନା ଉପରେ ୧୯୯୬-୯୭ମସିହାରୁ ତାଲିମ ପ୍ରଦାନ କରିଆସୁଛନ୍ତି। । ୨୦୨୩ରେ ପ୍ରେରଣା ଇଣ୍ଟରନେସନାଲ ପକ୍ଷରୁ ଗ୍ରୀନ ଆର୍ମି କମାଣ୍ଡାଣ୍ଟ ଆୱାଡରେ ସମ୍ମାନିତ କରାଯାଥିଲା । ଗୁଦାରୀ ଓ ରାଶିମେଣ୍ଡି ଠାରେ ବୃକ୍ଷ ରୋପଣ କରି ୧୯୯୩ ମସିହାରେ 'ମାନୀ' ସ୍ୱଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା ।୭୬ତମ ବନ ମହୋତ୍ସବ ପାଳନ ଅବସରରେ ସକାଳୁ କେନ୍ଦ୍ରୀୟ ବିଦ୍ୟାଳୟ ପାର୍କ ନିକଟରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ଆଲୋଚନା ରେ ବୌଦ୍ଧ ଜଙ୍ଗଲ ବିଭାଗ କର୍ପୋରେସନର ସାଧାରଣ ପରିଚାଳକ ପ୍ରଭାକର ନାୟକ,ଜି ଉଦୟଗିରି ଫରେଷ୍ଟ ତାଲିମ କଲେଜର ଅଧ୍ୟକ୍ଷ ଦିବାକର ବେହେରା ବାଲିଗୁଡା ଏସିଏଫ ସୂର୍ଯ୍ୟକାନ୍ତ ବେହେରା, ଜି ଉଦୟଗିରି ଏସିଏଫ କାଜଲ ନାୟକ ,ଫୁଲବାଣୀ ବନଖଣ୍ଡର ସ୍ୱେଛାସେବୀ ପାଟନର ପାହାଡର ନିର୍ଦ୍ଦେଶକ ପଞ୍ଚାନନ ମିଶ୍ର ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ଓ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବାଲିଗୁଡା କଲେଜର ଅଧ୍ୟାପକ ବିଭୁତି ଭୂଷଣ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବ୍ଲକର ଆଠ ଜଣଙ୍କୁ ପ୍ରକୃତି ବନ୍ଧୁ ଓ ସୁଡ୍ରୁକୁମ୍ପା ନୂଆସାହି ବନ ସଂରକ୍ଷଣ ସମିତିକୁ ବିଜୁ ପଟନାୟକ ବନ ପୁରସ୍କାର ପ୍ରଦାନ କରାଯାଇଥିଲା । ଫୁଲବାଣୀ ବନଖଣ୍ଡର ସମସ୍ତ ବନପାଳ ଓ ଫରେଷ୍ଟର ମାନେ ଯୋଗଦାନ କରିଥିବା ବେଳେ ଫୁଲବାଣୀ ଏସିଏଫ ଶ୍ୱେତଲିନା ସାହୁ ସଂଯୋଜନା କରିଥିଲେ । ବହୁ ଛାତ୍ରଛାତ୍ରୀ ଓ ବନସଂରକ୍ଷଣ ସମିତି ସଦସ୍ୟ ପାହାଡର କର୍ମକର୍ତ୍ତା ଯୋଗଦାନ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User