ଭ୍ରାମ୍ୟମାଣ ରଥ ଓ ଚାରା ବିତରଣ କେନ୍ଦ୍ର ଉଦଘାଟନ ।

Jul 08, 2025 - 07:48
0 42
ଭ୍ରାମ୍ୟମାଣ ରଥ ଓ ଚାରା ବିତରଣ କେନ୍ଦ୍ର ଉଦଘାଟନ ।

କ ନୂଆଗାଁ ,୭l୭ (ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା କ ନୂଆଗାଁ ବନାଞ୍ଚଳ ପକ୍ଷରୁ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନକ କରାଯାଇଥିବା ବେଳେ ଏହି ଅବସରରେ ବନ ବିଭାଗ କାର୍ଯ୍ୟ।ଳୟ ସମ୍ମୁଖରେ ଚାରା ବିତରଣ କେନ୍ଦ୍ର ଉଦଘାଟନ କରାଯାଇଛି । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା,ଉପାଦକ୍ଷ୍ୟ ଧବଳେଶ୍ବର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲିକ, ସରପଞ୍ଚ ଗୁନୁ ଲତା ମଲିକ,ବନାଞ୍ଚଳ ଅଧିକାରୀ ରମାକାନ୍ତି କହଁର ଉପସ୍ଥିତ ରହି ଚାରା ବିତରଣ କେନ୍ଦ୍ର ଉଦଘାଟନ କରିଥିଲେ । ଏହା ପରେ ସମସ୍ତ ଅତିଥ୍ ଭ୍ରାମ୍ୟମାଣ ରଥ ଶୁଭାରମ୍ଭ କରିଥିଲେ ଏବଂ ଉପସ୍ଥିତ ଜନ ସାଧାରଣଙ୍କୁ ପରିବେଶ ସୁରକ୍ଷିତ ରଖୁବା ପାଇଁ ମା ପାଇଁ ଗଛ ଟିଏ ଲଗାଇବା ପାଇଁ ନିବେଦନ କରିଥିଲେ । ଏହା ପରେ ବନ ବିଭାଗ ପକ୍ଷରୁ ଲିମାର ପଦରଠାରେ ବୃକ୍ଷ ରୋପଣ କରାଯାଇଥିଲା । ସାଧାରଣ ଲୋକ ଙ୍କୁ ଏକ ଟଙ୍କା ରେ ଚାରା ବିତରଣ କରାଯାଉଛି । ଫଳରେ ବହୁ ଜନ ସାଧାରଣ ଚାରା ନେବା ନିମନ୍ତେ ଭିଡ଼ ଜମାଇବା ସହ ଚାରା ନେବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବନପାଳ ସୁଶାନୁ କୁମାର ବୈଶାଖୀ, ସନ୍ତୋଷ କୁମାର ସେନାପତି ,ବନପାଳ ଅରୁଣ କୁମାର ଦାସ, ବନରଖି ରୁପିଙ୍ଗା ମଲିକ,ସୁଦେଷ୍ଟା ବେହେରା,କିରଣ କଳା ସ୍ବାଇଁ,ସୁଯୋତା ସାହୁ,ସୁଦେଷ୍ଟା ବେହେରା, ପଙ୍କଜିନି ବେହେରା,ସହ ପାର ଫରେଷ୍ଟ ଷ୍ଟାଫ୍ ମନୋଜ ପ୍ରଧାନ,ମାନଶ ଭୂଇଁ,ଶ୍ରୀମନ୍ତ ଗୈଡ,ରବିନ୍ଦ୍ର ପ୍ରଧାନ ସହ‌ଯୋଗ କରିଥିବା ବେଳେ ସମସ୍ତ ବନ କର୍ମ ଚାରି ଉପସ୍ଥିତ ରହିଥିଲେ ।ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ୫୦ ହେକ୍ଟର ଜମିରେ ଦଶ ହଜାର ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ବନମହୋତ୍ସବ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ ।

 କ ନୂଆଗାଁ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User