ନାରୀ ଅଧିକାର ଅଭିଯାନ: ବିଜେଡି ମହିଳା କର୍ମୀଙ୍କ ବିକ୍ଷୋଭ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

Jun 04, 2026 - 17:28
0 13
ନାରୀ ଅଧିକାର ଅଭିଯାନ: ବିଜେଡି ମହିଳା କର୍ମୀଙ୍କ ବିକ୍ଷୋଭ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଧର୍ମଗଡ, ତା. ୦୪/୦୬ (ଷ୍ଟାର ନ୍ୟୁଜ ଓଡିଶା):ନାରୀ ସୁରକ୍ଷା, ସମାନ ଅଧିକାର ଏବଂ ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଦାବିରେ ଆଜି ଧର୍ମଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ “ନାରୀ ଅଧିକାର ଅଭିଯାନ” ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ଶତାଧିକ ମହିଳା କର୍ମୀ, ନେତୃବୃନ୍ଦ ଓ ସମର୍ଥକମାନେ ଯୋଗଦେଇ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ।
ପ୍ରତିବାଦକାରୀମାନେ ଅଭିଯୋଗ କରିଥିଲେ ଯେ, ଦେଶରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ସେହିପରି ଦିନକୁ ଦିନ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ଦୁଷ୍କର୍ମ, ଘରୋଇ ହିଂସା ଓ ମହିଳାଙ୍କ ପ୍ରତି ଅସୁରକ୍ଷିତ ପରିବେଶକୁ ନେଇ ସରକାରଙ୍କ ନିଷ୍କ୍ରିୟତା ଉପରେ ସେମାନେ କ୍ଷୋଭ ପ୍ରକାଶ କରିଥିଲେ।
ସଭାରେ ବକ୍ତାମାନେ କହିଥିଲେ ଯେ, ମହିଳା ସଶକ୍ତିକରଣ କେବଳ ନାରା କିମ୍ବା ଘୋଷଣାରେ ସୀମିତ ନ ରହି ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେବା ଆବଶ୍ୟକ। ମହିଳାଙ୍କ ସୁରକ୍ଷା, ସମ୍ମାନ, ଶିକ୍ଷା, ରୋଜଗାର ଏବଂ ସମାନ ସୁଯୋଗକୁ ନିଶ୍ଚିତ କରିବା ପାଇଁ ସରକାର ଦୃଢ଼ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେମାନେ ଦାବି କରିଥିଲେ।
ପରେ ଏକ ଶୋଭାଯାତ୍ରାରେ ଯୋଗଦେଇ ପ୍ରତିବାଦକାରୀମାନେ ବ୍ଲକ କାର୍ଯ୍ୟାଳୟ ପରିସରକୁ ଯାଇ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ତହସିଲ ପ୍ରଶାସନ ମାଧ୍ୟମରେ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନେତୃତ୍ୱରେ ନର୍ଲା ବିଧାୟକ ମନୋରମା ମହାନ୍ତି, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଲଳିତା ନାଏକଙ୍କ ସମେତ ବହୁ ମହିଳା ନେତ୍ରୀ, କର୍ମୀ ଓ ସ୍ଥାନୀୟ ଦଳୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User