ବିଶ୍ୱ ପରିବେଶ ଦିବସ ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବୃକ୍ଷରୋପଣ ଓ ସଚେତନତା ଶୋଭାଯାତ୍ରା

Jun 5, 2026 - 16:22
 0  35
ବିଶ୍ୱ ପରିବେଶ ଦିବସ ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବୃକ୍ଷରୋପଣ ଓ ସଚେତନତା ଶୋଭାଯାତ୍ରା

କେସିଙ୍ଗା, ତା.୫ l୬:( ଷ୍ଟାରନିୟୁଜ ଓଡିଶା )ବିଶ୍ୱ ପରିବେଶ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ୍ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସର ମୂଳ ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ପ୍ରକୃତି ପ୍ରେମ ଓପରିବେଶ ସଂରକ୍ଷଣରଭାବନାକୁ ସୁଦୃଢ଼ କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା, ଇକୋ କ୍ଲବ୍‌ର ଭାରପ୍ରାପ୍ତ ଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ଏବଂ ବନପାଳ ଯଶୋବନ୍ତ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରା ଗଛ ରୋପଣ କରାଯାଇଥିଲା। କେବଳ ବୃକ୍ଷରୋପଣରେ ସୀମିତ ନ ରହି ଚାରାଗଛର ଯତ୍ନ, ରକ୍ଷଣାବେକ୍ଷଣ ଏବଂ ଦୀର୍ଘମିଆଦି ସଂରକ୍ଷଣ ପାଇଁ ଛାତ୍ରୀମାନଙ୍କୁ ସଙ୍କଳ୍ପବଦ୍ଧ କରାଯାଇଥିଲା।
ଏହା ସହିତ ପରିବେଶ ସୁରକ୍ଷା, ବୃକ୍ଷରୋପଣର ଆବଶ୍ୟକତା ଓ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସବୁଜ ପୃଥିବୀ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଯାଇଥିଲା।
କାର୍ଯ୍ୟକ୍ରମକୁ ସଫଳ କରିବାରେ ହେମନ୍ତ କୁମାର ବାଗ, କହ୍ନେଇଲାଲ ସାହୁ, ଅଜୟ କୁମାର ସାହୁଙ୍କ ସମେତ ସ୍ଥାନୀୟ ବନ ବିଭାଗର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ପରିବେଶ ସୁରକ୍ଷା ପାଇଁ ଏଭଳି ଜନସଚେତନତାମୂଳକ କାର୍ଯ୍ୟକ୍ରମ ସମାଜରେ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବା ସହ ଯୁବପିଢ଼ିଙ୍କ ମଧ୍ୟରେ ପ୍ରକୃତି ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରୁଛି ବୋଲି ମତ ପ୍ରକାଶ

What's Your Reaction?

like

dislike

love

funny

angry

sad

wow

SUJAYA EDITOR