ଜବାହର ଉଚ୍ଚ ବିଦ୍ୟାପୀଠ ବାଳସିରେ ବିଶ୍ୱ ପରିବେଶ ଦିବସ ପାଳିତ, ବୃକ୍ଷରୋପଣ ଓ ସଚେତନତା ରାଲି ଅନୁଷ୍ଠିତ

Jun 05, 2026 - 16:42
Updated: 3 months ago
0 33
ଜବାହର ଉଚ୍ଚ ବିଦ୍ୟାପୀଠ ବାଳସିରେ ବିଶ୍ୱ ପରିବେଶ ଦିବସ ପାଳିତ, ବୃକ୍ଷରୋପଣ ଓ ସଚେତନତା ରାଲି ଅନୁଷ୍ଠିତ

କେସିଙ୍ଗା,ବାଳସି,ତା.୫ l୬:( ଷ୍ଟାରନିୟୁଜ ଓଡିଶା ) ଶୁକ୍ରବାର ଦିନ ଜବାହର ଉଚ୍ଚ ବିଦ୍ୟାପୀଠ, ବାଳସି ଠାରେ ବିଶ୍ୱ ପରିବେଶ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଭୟ କୁମାର ଦେବତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀ କୈବଲ୍ୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଏବଂ ଷ୍ଟେଟ ଆର.ପି. ଶ୍ରୀ ଶୁଭମ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣର ବାର୍ତ୍ତା ନେଇ ଛାତ୍ରଛାତ୍ରୀମାନେ ଗ୍ରାମ ପରିକ୍ରମା କରି ଏକ ସଚେତନତା ରାଲି ଆୟୋଜନ କରିଥିଲେ। ରାଲି ମାଧ୍ୟମରେ ଗଛ ଲଗାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଜନସାଧାରଣଙ୍କୁ ସଚେତନକରାଯାଇଥିଲାପରେବିଦ୍ୟାଳୟ ପରିସରରେଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଭୂମିକାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ୧୦୦ଟି ମଞ୍ଜି ସଂଗ୍ରହ କରି ଚାରା ପ୍ରସ୍ତୁତ କରାଯାଇଥିବା ସୂଚନାମିଳିଛି।
ଅତିଥିମାନେ ତାଙ୍କ ବକ୍ତବ୍ୟରେ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଓ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ବିଦ୍ୟାଳୟର  ପୁରାତନ ଛାତ୍ର ରାହୁଲ ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ କରିଥିଲେ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User