ଅବିଭକ୍ତ ଆଟିଗାଁ ଗ୍ରାମ ପଂଚାୟତ ପକ୍ଷରୁ ଭାରତ ରତ୍ନ ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମଜୟନ୍ତୀ ପାଳିତ।

Apr 21, 2025 - 06:28
 0  19
ଅବିଭକ୍ତ ଆଟିଗାଁ ଗ୍ରାମ ପଂଚାୟତ ପକ୍ଷରୁ ଭାରତ ରତ୍ନ ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମଜୟନ୍ତୀ ପାଳିତ।

କଳାହାଣ୍ଡି,୨୧l୪ (ଷ୍ଟାରନିଉଜ ଓଡିଶା):ବହୁଜନ ମଞ୍ଚ ଆଟିଗାଁ _ତଳମଲା ଅଂଚଳରେ ସଭାପତି ଧୀମାନ ରାମେଶ୍ୱର ଦୁର୍ଗାଙ୍କ ନେତୃତ୍ୱ ଏବଂ ଆୟୋଜକ ଧୀମାନ ପ୍ରେମଲାଲ ନାଏକ ଓ ସର୍ବୋପରି ଧୀମାନ ଯତୀନ୍ଦ୍ର କର ସମାଜସେବୀ, ପ୍ରକୃତି ବନ୍ଧୁଙ୍କ ତତ୍ୱାବଧାନ ରେ ଜୟ ଭୀମ, ଜୟ ସମ୍ବିଧାନ, ବାବାସାହେବ ଅମର ରହେ ନାରାରେ ପ୍ରକମ୍ପିତ ହେଲା ଆଟିଗାଁ -ତଳମଲା ଅଂଚଳ ।ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ତଳମଳା ଛକରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିବା ସହିତ ଆଟିଗାଁ ସ୍ଥିତ ଦୁର୍ଗା ମଣ୍ଡପରେ ପହଞ୍ଚିଥିଲା।ଏହି ଅବସରରେ ମୂଖ୍ୟ ଅତିଥି ଭାବେ ADDO ବରଗଡ଼ ଧିମାନ କ୍ଷୀରୋଦ ନାଗ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କମଳିନୀ ଯାଦବ, ସମ୍ମାନିତ ଅତିଥି ଭାବେ ସମସ୍ତଙ୍କର ପ୍ରିୟ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଧୀମାନ ବିନ୍ଦୁ ମହାନନ୍ଦ ଯୋଗଦାନ କରିଥିଲେ। ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଶ୍ରୀ ଲିଙ୍ଗରାଜ ଆଜାଦ,AOSCF ସଭାପତି ଧି. ଶ୍ରୀବତ୍ସ ତାଣ୍ଡି, AOSCF ସାଧାରଣ ସମ୍ପାଦକ ତଥା ଆଇନଜୀବୀ ସୂର୍ଯ୍ୟ ନାରାୟଣ କୁମାର, ଦିଗାମ୍ବର ଦୁରିଆ,ସରୋଜ ନାଏକ, ଛବିଲାଲ ନିଆଲ ବରିଷ୍ଠ ଆଇନଜୀବୀ, କନକ ଟିଭିର ବରିଷ୍ଠ ସାମ୍ବାଦିକ ବିରଞ୍ଚି ଜାଲ, ହାତୀରାମ ଦୁର୍ଗା, ଗୋଲାମୁଣ୍ଡା ଡମ ସମାଜର ସଭାପତି ଶ୍ରୀ ରାମକୁମାର ସେନାପତି, ଫରଙ୍ଗ ଗ୍ରାମରୁ ଉଦିଆ ନିଆଲ, ଶିକ୍ଷାବିତ୍ତ ସୁବାଷ ଚନ୍ଦ୍ର ବାଗ, ଭୁବନେ ସୁନାନୀ, ସରପଞ୍ଚ କବିତା ବାଗ, ରମଣୀ ଦୁରିଆ, ଧବଳେଶ୍ୱର ବାଗ ଅବସରପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କ ପ୍ରବନ୍ଧକ, କୌଶିକ ଦୁର୍ଗା, ସମାଜସେବୀ ବେଣୁପାଣି ଦୁର୍ଗା, ରଶ୍ମି ରଞ୍ଜନ ସୁନା, ବିନୋଦ ନାଏକ ଆଇନଜୀବୀ ତଥା ଉପ ସଭାପତି ଧର୍ମଗଡ ବାର ଆସୋସିଏସନ, ରଞ୍ଜନ ଜାଲ, ମନୋଜ ସୁନାନୀ, ଶିବ ପ୍ରସାଦ ସୁନାନୀ, ଜଗଦିଶ ସୁନାନୀ ଏଡଭୋକେଟ, ତ୍ରିଲୋଚନ ନାଏକ, ରଞ୍ଜନ ଜାଲ, ଜଗଦିଶ ଯାଦବ, ଶିକ୍ଷାବିତ ରତ୍ନାକର ବେମାଲ, ନାରୀ ନେତ୍ରୀ ଏସ. ସୁଜାତା, ବୈକୁଣ୍ଠ ଜାଲ ପ୍ରମୁଖ ଯୋଗଦେଇ ବାବାସାହେବ ଡକ୍ଟର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସାମୁହିକ ମାଲ୍ୟାର୍ପଣ କରିଥିଲେ। ଏହା ପରେ ତ୍ରୀଶରଣ ଗାନ କରାଯାଇ ଥିଲା। ଅତିଥି ମାନେ ଉପସ୍ଥିତ ଜନସାଧାରଣଙ୍କୁ ବାବାସାହେବଙ୍କ ଜୀବନୀ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବାବାସାହେବ ଛାତ୍ର ଜୀବନରୁ କିପରି ଶୋଷଣ, ଅତ୍ୟାଚାର ଓ ଜାତିଭେଦର ଶୀକାର ହୋଇ ମଧ୍ୟ କଲମ୍ବିଆ ଇଂଲଣ୍ଡ ଆଦି ବିଶ୍ଵ ସ୍ତରୀୟ ବିଶ୍ଵବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ସମାପନ କରିଥିଲେ ତାହା ଆଜିକାର ଶୋଷିତ ସମାଜର ଛାତ୍ରଛାତ୍ରୀ ଙ୍କ ପାଇଁ ଅନୁକରଣୀୟ ବୋଲି କହିଥିଲେ । ଦିନକୁ ଦିନ ଭାରତରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଇବା ସହିତ ବୈଜ୍ଞାନିକ ମନୋଭାବକୁ ଅଣଦେଖା କରୁଥିବା ଚିନ୍ତାର ବିଷୟ ବୋଲି ଉଦବେଗ ପ୍ରକାଶ କରିଥିଲେ। ADDO ଶ୍ରୀ ସୁନା କଠିନ ପରିସ୍ଥିତି ସହିତ କିପରି ମୁକାବିଲା କରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହୁଏ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଥିଲେ । ସେହିପରି ଆମନ୍ତ୍ରିତ ସମସ୍ତ ଅତିଥି ନିଜର ଓଜସ୍ଵିନୀ ଅଭିଭାଷଣ ଦ୍ଵାରା ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ନିଜ ବକ୍ତବ୍ୟ ଦ୍ଵାରା ଦୃଷ୍ଟି ଆକର୍ଷଣ କରିଥିଲେ। ଶିକ୍ଷ୍ୟାବିତ ଶ୍ରୀ ପ୍ରେମଲାଲ ନାଏକ , ଆଇନଜୀବୀ ସୂର୍ଯ୍ୟନାରାୟଣ କୁମାର ଓ ଆମ୍ବେଦକର ବିଚାରଧାରା ର ଦୃଢ଼ ସମର୍ଥକ ଦିଗାମ୍ବର ଦୁରିଆ, ଛବିଲାଲ ନିଆଲ ମଧ୍ୟ ସରଗର୍ଭକ ଅଭିଭାଷଣ ରଖିଥିଲେ । 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

like

dislike

love

funny

angry

sad

wow