୯ଦଫା ଦାବିକୁ ନେଇ ସିଟିଜେନ ଫୋରମ ପକ୍ଷରୁ ଏସ.ପି .ଙ୍କ ନିକଟରେ ଦାବି, ଚୋରି ଜାଗାରେ ପେଟ୍ରୋଲିଙ୍ଗ କରିବା ପାଇଁ ଏସ.ପି.ନିର୍ଦ୍ଦେଶ ।

Apr 20, 2025 - 19:57
0 63
୯ଦଫା ଦାବିକୁ  ନେଇ ସିଟିଜେନ ଫୋରମ ପକ୍ଷରୁ  ଏସ.ପି .ଙ୍କ ନିକଟରେ ଦାବି, ଚୋରି ଜାଗାରେ ପେଟ୍ରୋଲିଙ୍ଗ କରିବା ପାଇଁ  ଏସ.ପି.ନିର୍ଦ୍ଦେଶ ।

କେସିଙ୍ଗା,୨୦l୪ (ଷ୍ଟାରନିଉଜ ଓଡିଶା): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ସିଟିଜେନ ଫୋରମ ର ସଭାପତି ଡ଼.ହେମସାଗର ସାହା ଙ୍କ ନେତୃତ୍ୱରେ କେସିଙ୍ଗାସହର ସ୍ଥିତ ବିଦ୍ୟାପୀଠ ର ଏକ ସଭା ଗୃହ ରେ ଏକ ସାଧାରଣ ମିଟିଙ୍ଗ ରବିବାର ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବେରା କୋଣ୍ଡା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କେସିଙ୍ଗା ଏସ ଡ଼ି ପି ଓ ରଶ୍ମି ରଞ୍ଜନ ସେନାପତି, ନିର୍ବାହି ଅଧିକାରୀ ଚିନ୍ମୟ ଆଚାରୀୟ, ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।କେସିଙ୍ଗା ସହର ବିଭିନ୍ନ ୯ଦଫା ସମସ୍ୟା ଉପରେ ରବିବାର ଏସ ପି ଙ୍କୁ ଦାବି ଜଣାଇଥିଲେ । ଜଗନ୍ନାଥ ପଡା ରେ ଏକ ଆଉଟ ପୋଷ୍ଟ ସ୍ଥାପନ କରିବା ପାଇଁ ଦାବି କରାଯାଇଛି।ସହରରେ ବିଭିନ୍ନ ଜାଗାରେ ଚୋରି ହେଉଛି।ଚୋରି ରୋକିବାକୁ ଏସ.ପି.କେସିଙ୍ଗା ଆଇ ଆଇ ସି ଙ୍କୁ ବିଭିନ୍ନ ଜାଗାରେ ପେଟ୍ରୋଲିଂ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଜଗନ୍ନାଥ ମନ୍ଦିର ନିକଟରେ ଆଉଟ ପୋଷ୍ଟ ସ୍ଥାପନ, ଦେଶୀ କୁଚିଆ ମଦ ବିକ୍ରି ରୋକିବା,ସହରର ମଧ୍ୟ ଭାଗରେ ଥିବା କବାଡି ଗୋଦାମ ଗୁଡିକୁ ସ୍ଥାନାନ୍ତରିତ କରିବା,ଟ୍ରାଫିକ ସମସ୍ୟା ଦୂର କରିବା,ବ୍ୟବସାୟିକ ଙ୍କ ଗୋଦାମ ଗୁଡ଼ିକୁ ସହରର ବାହାରକୁ ସ୍ଥାନାନ୍ତରିତ କରିବା,ସହରର ମୁଖ୍ୟ ଜାଗାରେ ସି ସି କ୍ୟାମେରା ଲଗାଇବା,ପାଷ୍ଟିକୁଡି ଛକ ରେ ଦୁର୍ଘଟଣା ରୋକିବା ଆଦି ସମସ୍ୟା ଗୁଡିକୁ ଏସ ପି ଙ୍କ ନିକଟରେ ଦାବି ଜଣାଇଥିଲେ। ଲିଫ୍ଟ ଇରିଗେଶନ ଅଫିସ ଦୀର୍ଘ ବର୍ଷ ହେଲା ଅଚଳାବସ୍ଥା ପଡ଼ି ରହିଛି।ସେହି ୩୦ଡ଼ିସମିଲ ଜାଗାକୁ ଏନ ଏ ସି କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ସିଟିଜେନ ଫୋରମ ପକ୍ଷରୁ ଦାବି କରିଥିଲେ।ସିଟିଜେନ ଫୋରମ ପକ୍ଷରୁ ଏସ,ପି, ଡ଼ି ଏସ ପି, ଇ ଓ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇ ଥିଲା ମଞ୍ଚ ପରିଚାଳନା କରିଥିଲେ ସିଟିଜେନ ଫୋରମ ର ସମ୍ପାଦକ ବି.ଚନ୍ଦ୍ର ଶେଖର ଆଚାରି,ଧନ୍ୟବାଦ ଦେଇଥିଲେ କେସିଙ୍ଗା ମହାବିଦ୍ୟାଳୟ ର ଅଵସର ପ୍ରାପ୍ତ ଅଧ୍ୟକ୍ଷ ବିନୟ ନାଏକ। ଫୋଟୋ-ସିଟିଜେନ ଫୋରମ ପକ୍ଷରୁ ଏସ ପି ଙ୍କୁ ସମ୍ବର୍ଦ୍ଧନା।

 କେସିଙ୍ଗାରୁ ବିୟୁରୋ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User