ଓଡ଼ିଶା କଳାକାର ସଂଘର ‘ଗନ୍ଧର୍ବ କଳା ସମ୍ମାନ–୨୦୨୬’ରେ ସମ୍ମାନିତ ହେଲେ ଯୁବ କଳାକାର ଗୌରୀଶଙ୍କର ଦୁର୍ଗା

Jul 25, 2026 - 10:52
 0  2
ଓଡ଼ିଶା କଳାକାର ସଂଘର ‘ଗନ୍ଧର୍ବ କଳା ସମ୍ମାନ–୨୦୨୬’ରେ ସମ୍ମାନିତ ହେଲେ ଯୁବ କଳାକାର ଗୌରୀଶଙ୍କର ଦୁର୍ଗା

ଭବାନୀପାଟଣା/ଭୁବନେଶ୍ୱର, ୨୫l୭(ଷ୍ଟାରନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର ପ୍ରତିଭାବାନ ଯୁବ କଳାକାର ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗୌରୀଶଙ୍କର ଦୁର୍ଗାଙ୍କୁ ଓଡ଼ିଶା କଳାକାର ସଂଘ (ଓକେଏସ୍) ପକ୍ଷରୁ ‘ଗନ୍ଧର୍ବ କଳା ସମ୍ମାନ–୨୦୨୬’ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଗୌରୀଶଙ୍କର ଦୁର୍ଗା ନିଜର ସଙ୍ଗୀତ ପ୍ରତିଭା ବଳରେ ରୁଷ, ଲଣ୍ଡନ ଓ ଦୁବାଇ ପରି ଆନ୍ତର୍ଜାତୀୟ ମଞ୍ଚରେ କଳାହାଣ୍ଡି ଓ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଏହା ପୂର୍ବରୁ ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଯୁବ କଳାକାର ସ୍କଲାରସିପ୍ ପୁରସ୍କାର ମଧ୍ୟ ପାଇସାରିଛନ୍ତି।
ରାଜ୍ୟ ଓ ଜାତୀୟ ସ୍ତରର ଶତାଧିକ ମଞ୍ଚରେ ସଙ୍ଗୀତ ପରିବେଷଣ କରି ସେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଏହି ସମ୍ମାନ ପ୍ରାପ୍ତି ପରେ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।
ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଗୁରୁ ଜୟନ୍ତ କୁମାର ବେହେରା, ଶାନ୍ତନୁ କୁମାର ବେହେରା, ସତ୍ୟନାରାୟଣ ସିଂହ, ଅକ୍ଷୟ କୁମାର ଦାସ, ଗୁରୁ ଧ୍ୟାନାନନ୍ଦ ପଣ୍ଡା, ଗୁରୁ ଚିନ୍ତୁ ପ୍ରସାଦ ନାଏକ, ଗୁରୁ ଦୟାଲେଶ କୁମାର ସିଂହ, ଗୁରୁ ପ୍ରଦୀପ କୁମାର ସିଂହଙ୍କ ସହ ପିତା ଦଶରଥ ଦୁର୍ଗା ଓ ମାତା ଦ୍ରୌପଦୀ ଦୁର୍ଗା ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR