ପୋଲିସ ଓ ଦୁର୍ଗାପୂଜା କମିଟି କର୍ମକର୍ତ୍ତାଙ୍କ ବୈଠକ।

Sep 17, 2025 - 06:25
0 52
ପୋଲିସ ଓ ଦୁର୍ଗାପୂଜା କମିଟି କର୍ମକର୍ତ୍ତାଙ୍କ ବୈଠକ।

ଝରିଗାଁ,୧୭l୯(ଷ୍ଟାର ନିୟୁଜ ଓଡିଶା): ଝରିଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗାପୂଜା କିଭଳି ଶାନ୍ତି ଶୃଙ୍ଖଳା ଭାବେ ଅନୁଷ୍ଠିତ ହେବ ସେନେଇ ଝରିଗାଁ ପୋଲିସ ଏବଂ ବିଭିନ୍ନ ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ଏବଂ ମହେଶ ପଟ୍ଟନାୟକ ଉପସ୍ଥିତ ରହି ଚଳିତ ବର୍ଷ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳା ସହ କରିବା ପାଇଁ ପରାମର୍ଶ ଦେଇଥିଲେ।ବିଶେଷ କରି ଟ୍ରାଫିକ ସମସ୍ୟା ଓ ବିଦ୍ୟୁତକୁ ନେଇ କୌଣସି ଅଘଟଣ ନହେବା ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ କହିବା ସହ ବିଦ୍ୟୁତ ବିଭାଗ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ନିରାପଦ ପ୍ରମାଣ ପତ୍ର ଆଣିବା ପାଇଁ କହିଥିଲେ।ସେହିପରି ଭସାଣି ସମୟରେ ବାଣ ଏବଂ ଡିଜେ ବଜାଇବା ପାଇଁ ସମ୍ପୂର୍ଣ୍ଣ ବାରଣ କରିଥିଲେ।ଦୁର୍ଗାପୂଜା କମିଟି ସଦସ୍ୟ ପୋଲିସକୁ ସହଯୋଗ କରିବା ସହ ଶାନ୍ତି ଶୃଙ୍ଖଳା ଭାବେ ପୂଜା କରିବା ସହ ଗାଡି ରଖିବା ଯଥେଷ୍ଟ ସ୍ଥାନ ରଖିବା ପାଇଁ କୁହାଯାଇଥିଲା।ଉକ୍ତ ବୈଠକରେ ଝରିଗାଁ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସନ୍ନ ମାଝୀ,ସ୍ଥାନୀୟ ସରପଞ୍ଚ ଯୋଗେଶ୍ୱର ପୂଜାରୀ,ବଣିକ ସଙ୍ଘ ସଭାପତି ଅନିଲ ଜୈନ, ଉପ ସଭାପତି ରମେଶ ପଟ୍ଟନାୟକ,କିଶୋର ମଣ୍ଡଳ, ମନୋଜ ନାୟକ,ପ୍ରମୁଖ ସହ ଝରିଗାଁ,ଧନପୁର,ଛୋଟାଗୁଡ଼ା ପୂଜା କମିଟି ସଭାପତି ସମ୍ପାଦକ, ସଦସ୍ୟ,ବୁଦ୍ଧିଜୀବୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User