ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ।

Sep 17, 2025 - 06:29
0 58
ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ।

ଝରିଗାଁ,୧୬l୯ ( ଷ୍ଟାର ନିୟୁଜ ଓଡିଶା ) :ଝରିଗାଁ ଥାନା ଅଧୀନ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ମହଣ୍ଡି ଗ୍ରାମରେ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବୃଦ୍ଧ ଜଣକ ହେଲେ ନାଡା ଭତରା (୭୨)। ପ୍ରାପ୍ତ ସୂଚନା ପ୍ରକାରେ ଘରଠାରୁ ପ୍ରାୟ ପାଞ୍ଚ ଶହ ମିଟର ଦୂରରେ ଥିବା ପୋଖରୀ କୁ ଗାଧୋଇବାକୁ ଯାଇ ଅସାବଧାନତା ଯୋଗୁ ଗୋଡ଼ ଖସି ପାଣି ରେ ପଡିବା ଯୋଗୁଁ ବୃଦ୍ଧ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ପୋଖରୀ ରେ ମୃତ ଶରୀର ଭାସୁଥିବା ଦେଖି ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିଲେ। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଝରିଗାଁ ଥାନାକୁ ଜଣାଇଥିଲେ। ପରିବାର ପକ୍ଷରୁ ପୁତୁରା ଗୁନଧର ଭତରା ଝରିଗାଁ ଥାନା ରେ ଲିଖିତ ଏତଲା ଦେବା ପରେ ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କ ନିର୍ଦ୍ଦେଶନାରେ ଏ ଏସ ଆଇ ବେଦବ୍ୟାସ ବଞ୍ଜାରା ଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ୟୁ ଡି କେସ ନଂ ୨୬/୨୫ ଏକଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ପୋଲିସ ସୂଚନା ଦେଇଛି। ସନ୍ଧ୍ୟା ହେବାରୁ ଆସନ୍ତା କାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୁଚନା ଦେଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User