ନୂତନ ଶ୍ରେଣୀଗୃହର ଛାତରୁ ଝରୁଛି ପାଣି

Jul 25, 2026 - 11:23
 0  4
ନୂତନ ଶ୍ରେଣୀଗୃହର ଛାତରୁ ଝରୁଛି ପାଣି

ଧର୍ମଗଡ଼, ୨୫/୦୭ (ଷ୍ଟାର ନ୍ୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଖନାତରା କେନ୍ଦ୍ରୀୟ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୧୫ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ନୂତନ ଶ୍ରେଣୀଗୃହ ପ୍ରଥମ ବର୍ଷାରେ ହିଁ ବିବାଦକୁ ଆସିଛି। ଛାତର ବିଭିନ୍ନ ସ୍ଥାନରୁ ବର୍ଷା ପାଣି ଗଳୁଥିବାରୁ ଶ୍ରେଣୀଗୃହ ଭିତରେ ପାଣି ଜମୁଛି ଏବଂ ଛାତ୍ରଛାତ୍ରୀଙ୍କ ବହି, ଖାତା ଓ ପାଠ୍ୟ ସାମଗ୍ରୀ ଭିଜି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ଅଭିଯୋଗ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଶ୍ରେଣୀଗୃହର ତୁରନ୍ତ ମରାମତି ଦାବି କରିଛନ୍ତି।
ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR