ବିଦ୍ୟାଳୟ ପାଇଁ ଗୌରବ ଆଣିଲେ ସୋନିଆ ବେଗମ ।

ଝରିଗାଁ,୪l୫ (ଷ୍ଟାର ନିୟୁଜ ଓଡ଼ିଶା): ଗତ ମେ ମାସ 2ତାରିଖରେ ମାଟ୍ରିକ ରିଜଲ୍ଟ ବାହାରି ଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି |ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷାରେ ବ୍ଲକ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଜଣାପଡିଛି |ଚଳିତ ବର୍ଷ ଝରିଗାଁ ଗୋଷ୍ଠୀ ଶିକ୍ଷାକେନ୍ଦ୍ର ଅଧୀନରେ ଥିବା ପାଲିଆ ପଂଚାୟତ ଅନ୍ତର୍ଗତ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପାସହାର 97%ରହିଥିବା ବେଳେ ବିଦ୍ୟାଳୟର ମେଧାବୀ ଛାତ୍ରୀ ସୋନିଆ ବେଗମ 502ମାର୍କ ରଖି ଏ2 ଗ୍ରେଡ଼ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି |ପ୍ରକାଶ ଥାଉ କି, ଚଳିତ ବର୍ଷ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର 94ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅଫ କରିଥିବା ବେଳେ 91ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ |ତନମଧ୍ୟରେ ଏ2 ଗ୍ରେଡ଼ ରେ ଜଣେ, ବି1 ଗ୍ରେଡ଼ରେ 8ଜଣ, ବି2 ଗ୍ରେଡ଼ରେ 23ଜଣ, ସି ଗ୍ରେଡ଼ରେ 46ଜଣ,ଡି ଗ୍ରେଡ଼ରେ 10ଜଣ ଏବଂ ଇ ଗ୍ରେଡ଼ରେ 3ଜଣ ପାସ କରିଛନ୍ତି |ସେମାନଙ୍କ ମଧ୍ୟରେ ସୋନିଆ ଏ2 ଗ୍ରେଡ଼ରେ ରହି ବିଦ୍ୟାଳୟର ଗୌରବ ବଢ଼େଇଛନ୍ତି |ସେ ବେଳଝରୀ ଗ୍ରାମ ନିବାସୀ ଅସଗର ଖାନ ଓ ଫାରିଆ ବେଗମଙ୍କ ସୁପୁତ୍ରୀ ଅଟନ୍ତି |ବାଲ୍ୟକାଳରୁ ତାଙ୍କର ପାଠ ପ୍ରତି ପ୍ରବଳ ଆଗ୍ରହ ଥିବା ପରିବାରଲୋକ କହିଛନ୍ତି |ସେ ବିଦ୍ୟାଳୟ, ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ଅନେକ ଟ୍ରଫି ଓ ମାନପତ୍ର ମଧ୍ୟ ହାତେଇଛନ୍ତି |ସେ ଏହି ସଫଳତାର ଶ୍ରେୟ ନିଜ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦ୍ୟମ ଏବଂ ଜିଲ୍ଲାପାଳଙ୍କ ସହଯୋଗରେ କରାଯାଇଥିବା ସୁପର 50 କାର୍ଯ୍ୟକ୍ରମକୁ ଦେବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣେଇଛନ୍ତି |ଯଦି ସରକାରୀ ସହାୟତା ମିଲେ ତେବେ ଭବିଷ୍ୟତରେ ଜଣେ ଆଇ ଏ ଏସ ଅଫିସର ହେବାର ସ୍ବପ୍ନ ଦେଖିଛନ୍ତି |ସୋନିଆଙ୍କ ଏହି ସଫଳତାରେ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ପାଲିଆ ପଂଚାୟତବାସୀ ଗର୍ବ ଅନୁଭବ କରିବା ସହିତ ସମସ୍ତେ ସୋନିଆଙ୍କୁ ଶୁଭେଚ୍ଛା ଜଣେଇବା ସହିତ ତାର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






