ନିଆଁ ଲାଗି ୯ ଏକର ଧାନ ନଷ୍ଟ, ଚିନ୍ତାରେ ଚାଷୀ।

Jan 4, 2026 - 20:50
 0  29
ନିଆଁ ଲାଗି ୯ ଏକର ଧାନ ନଷ୍ଟ, ଚିନ୍ତାରେ ଚାଷୀ।

ଝରିଗାଁ,୪l୧(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ଅନ୍ତର୍ଗତ ନିରୁଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଧାନ ଖଲାରେ ନିଆଁ ଲାଗି ପ୍ରାୟ ୯ ଏକର ଧାନ ନଷ୍ଟ ହୋଇ ଥିବା ଜଣାପଡିଛି।ସୂଚନା ପ୍ରକାରେ ନିରୁଣ୍ଡି ଗ୍ରାମର ଚାଷୀ ଶୁକଦଶ ଭତରା,ଡମ୍ବରୁ ଭତରା ଏବଂ ଥଇଳ ଭତରା ଏକ ମାସ ତଳେ ୮ ଏକର ଜମିରୁ ଧାନ କାଟି ଘରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଖଲାରେ ଗଛିତ ରଖିଥିଲେ।ସେହିପରି ନକୁଳ ଭତ୍ରା ମଧ୍ୟ ୩ ଏକର ଜମିରୁ ଧାନ କାଟି ରଖିଥିଲେ।ତେବେ ଆଜି ଦିନ ଏକ ଘଣ୍ଟା ସମୟରେ ହଠାତ ପରିବାର ଲୋକ ଧାନ ଖଲାରୁ ନିଆଁ ଲାଗିଥିବା ଦେଖିଥିଲେ। ଖବର ପ୍ରସାର ହେବା ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଡ଼ାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଶେଷରେ ଡ଼ାବୁଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ହେଲେ ଖଲାରେ ଥିବା ପ୍ରାୟ ୯ ଏକର ଧାନ ନିଆଁରେ ପୋଡି ନଷ୍ଟ ହୋଇ ଥିବା ସୂଚନା ମିଳିଛି।ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡି ନଥିବା ବେଳେ ଧାର ଉଧାର କରି ଚାଷ କରିଥିବା ଚାଷୀ ମାନେ ଚିନ୍ତାରେ ପଡିଛନ୍ତି।ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତି ପୁରଣ ଦେବା ପାଇଁ ଦାବି ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR