ସୁନାକାଡୁ ଠାରେ ପ୍ରଜ୍ଞାନ ମିଶନ ପକ୍ଷରୁ ଶୀତ କାଳୀନ କମ୍ବଳ ବଣ୍ଟନ ।
ଫିରିଙ୍ଗିଆ,୪l୧(ଷ୍ଟାର ନିୟୁଜ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁନାକାଡୁ ଗ୍ରାମର ମଣ୍ଡପ ଠାରେ ଆଜି ପ୍ରଜ୍ଞାନ ମିଶନ ସଂଗଠନ ପକ୍ଷରୁ ଆଜି ବିକଳାଙ୍ଗ ଓ ବୃଦ୍ଧବୃଦ୍ଧା ମାନଙ୍କୁ ଶୀତ କାଳୀନ କମ୍ବଳ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞାନ ମିଶନ ସଂଗଠନର ପ୍ରତିଷ୍ଠାତା ପରମହଂସ ହରିହର ନନ୍ଦଜୀ ମହାରାଜ ଓ ତାଙ୍କର ଶିଷ୍ୟ ସ୍ୱାମୀ ସୁନିତାନନ୍ଦଜୀ ମହାରାଜ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଫିରିଙ୍ଗିଆ ସମିତିସଭ୍ୟା ମୌସୁମୀ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ସମ୍ପତି ଦିଗାଲ ଯୋଗ ଦେଇଥିଲେ।ଭାବିନ୍ଦ୍ର ମଲ୍ଲିକ ଓ ଜିତିସ କୁମାର ସାହୁ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୋଟ ୧୫ଗୋଟି ୱାର୍ଡର ୫୦୦ରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ରହିଥିଲେ ।ବିଭିନ୍ନ ଗ୍ରାମରୁ ଆସିଥିବା ବୁଢାବୁଢ଼ୀ ଓ ବିକଳାଙ୍ଗ ପୁରୁଷ ଓ ମହିଳା ମାନଙ୍କୁ ୨୭୦ଟି କମ୍ବଳ ବଣ୍ଟନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଉଭୟ ନୁଆଁବର୍ଷ ପାଳନ ଓ ଶୀତ କାଳୀନ କମ୍ବଳ ବିତରଣ କରାଯାଇଥିଲା ।କାର୍ଯ୍ୟକ୍ରମ ଜରିଆରେ ବୃଦ୍ଧବୃଦ୍ଧା ଓ ବିକଳାଙ୍ଗ ମାନଙ୍କୁ ଶୀତ କାଳୀନ କମ୍ବଳ ବଣ୍ଟନ କରାଯାଇଥିବାରୁ କାର୍ଯ୍ୟକ୍ରମକୁ ଆସିଥିବା ବୃଦ୍ଧବୃଦ୍ଧା ଓ ବିକଳାଙ୍ଗ ମହିଳା ଓ ପୁରୁଷ ମାନେ ବେଶ ଆନନ୍ଦିତ ହୋଇ ନିଜ ନିଜ ଗ୍ରାମକୁ ଫେରିଥିବା ଦେଖିବାକୁ ମିଳିଥିଲା ।
What's Your Reaction?