ସଡକ ସୁରକ୍ଷା ମାସ-୨୦୨୬ ସଚେତନତା ପାଇଁ ଲୋକନୃତ୍ୟ ବୈଠକ ଓ ପଦଯାତ୍ରା କାର୍ଯ୍ୟକ୍ରମ।

Jan 4, 2026 - 21:31
 0  54
ସଡକ ସୁରକ୍ଷା ମାସ-୨୦୨୬ ସଚେତନତା ପାଇଁ ଲୋକନୃତ୍ୟ ବୈଠକ ଓ ପଦଯାତ୍ରା କାର୍ଯ୍ୟକ୍ରମ।

ଫୁଲବାଣୀ,୪l୧(ଷ୍ଟାର ନିୟୁଜ): ଅଦ୍ୟାବଧି ଆମ ଦେଶରେ ୨୦୨୩ ମସିହାରେ ୧,୬୮,୪୯୧ ଲୋକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଆମ ରାଜ୍ୟରେ ୫୪୬୭ ଲୋକଙ୍କର ମଧ୍ୟ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସେହିପରି କନ୍ଧମାଳ ଜିଲ୍ଲାର ତଥ୍ୟ ଅନୁସାରେ ୨୦୨୪ ମସିହା ଜାନୁଆରି ଠାରୁ ଡିସେମ୍ବର ମଧ୍ୟରେ ୧୭୭ ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ମୋଟ ୧୦୩ ଜଣଙ୍କ ର ମୃତ୍ୟୁ ଘଟିଥିଲା । ସେଥିନିମନ୍ତେ ଏହି ଦୁର୍ଘଟଣାର ପରିମାଣ ବା ସଂଖ୍ୟାକୁ କମାଇବା ପାଇଁ ଓଡିଶା ସରକାରଙ୍କ ପରିବହନ ବିଭାଗର ନିଦେ୍ର୍ଦଶ କ୍ରମେ ସାରା ରାଜ୍ୟରେ ଜାନୁଆରୀ ୦୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ମାସ ପାଳନ କରିବାକୁ ସ୍ଥିର କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆରମ୍ଭ କରାଯାଇଛି ଏବଂ ଏହା ମାସେଧରି ପାଳନ କରାଯିବ ବୋଲି ଜଣା ପଡିଛି । ଏହି ପରିପ୍ରେକ୍ଷି ରେ କନ୍ଧମାଳ ଜିଲ୍ଲାରେ ଫିରିଙ୍ଗିଆ ବ୍ଲକ୍ ର କେଳାପଡା, ବନ୍ଧଗଡ ଠାରୁ ସୁଭାରମ୍ଭ କରାଯାଇଥିବା ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲା ର ସବୁ ବ୍ଲକ୍ ରେ ଅନୁଷ୍ଠିତ ହେବ ବୋଲୋ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଙ୍କ ଠାରି ସୂଚନା ମିଳିଛି । ଏହାକୁ ଆଂଚଳିକ ପରିବହନ ପ୍ରାଧିକରଣ କନ୍ଧମାଳ ସହାୟତା ପ୍ରଦାନ କରିଥିବା ବେଳେ ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ମାଧ୍ୟମରେ ପରିଚାଳନା କରାଯାଉଛି । ଫୁଲବାଣୀ ଆଂଚଳିକ ପରିବହନ ଅଧିକାରଣିି ମିଲି ସାହୁ ଙ୍କ ସହାୟତା ଏବଂ ସଂପାଦକ ଈଂ. ହରିି ଶଙ୍କର ରାଉତ ଙ୍କ ତତ୍ୱାବଧାନ ରେ ବାଲୁଙ୍କେଶ୍ୱର ଦଣ୍ଡବୀଣାକାର କମିଟି କାଶିନିପଦର ର ବିଣାକାର କାଶ୍ୟପ ଖମାରି ଙ୍କ ନେତୃତ୍ୱ ରେ ବିଭିନ୍ନ ସଡକ ସୁରକ୍ଷା ବାର୍ତା ଯଥା- ଗୀତ, ନୃତ୍ୟ, ବିଭିନ୍ନ ଢଗ ଢମାଳି ମାଧ୍ୟମରେ ଦୁଇଚକିଆ ମୋଟର ଯାନର ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ବ୍ୟବହାର କରିବା, ଦୃତ ବେଗରେ ଗାଡି ନଚଲାଇବା, ଗାଡିଚାଳକ ପ୍ରତିଯୋଗିତା ନକରିବା, ଗାଡି ଚଲାଇଲା ବେଳେ ନିଶା ସେବନ ନକରିବା, ଗାଡି ଚାଳନା ବେଳେ ମୋବାଇଲ ଫୋନ୍ ବ୍ୟବହାର ନକରିବା, ୧୮ ବର୍ଷ ରୁ କମ୍ ବୟସ ର ପିଲାଙ୍କୁ କୌଣସି ପ୍ରକାର ଗାଡି ଚଲାଇବାକୁ ନଦେବା, ଚାରିଚକିଆ ମୋଟର ଯାନରେ ଯାତ୍ରା କଲାବେଳେ ଚାଳକ ଏବଂ ଯାତ୍ରୀମାନେ ସିଟ୍ ବେଲ୍ଟ ବ୍ୟବହାର କରିବା ଓ କୌଣସି ଗାଡିର କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ ନକରିବା କିମ୍ବା କ୍ଷମତାଠାରୁ ଅଧିକ ଓଜନ ର ଦ୍ରବ୍ୟ ନବାଆଣିବା ନକରିବା ଇତ୍ୟାଦି ବିଷୟରେ ଜନସାଧାରଣ ମାନଙ୍କୁ ବୁଝାଯାଉଛି । ତତ୍ସହିତ ଏବର୍ଷର ବାର୍ତା ସଚେତନତା ରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତନ” ସଂପର୍କରେ ମଧ୍ୟ ଜନସାଧାରଣ ଙ୍କୁ ସଚେତନ କରି କିପରି ସଡକ ସୁରକ୍ଷା କରି ଜୀବନ ରକ୍ଷା କରିପାରିବା ତାହା ସୂଚନା ଦେଇଥିଲେ । ଏହିପରି ଭାବେ ଜିଲ୍ଲାର ୩୦ ଗୋଟି ଦୂର୍ଘଟଣା ପ୍ରବଣ ସ୍ଥାନରେ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇ ଆନୁମାନିକ ୬୦୦୦ ଲୋକଙ୍କ ପାଖରେ ସଚେତନତା ବାର୍ତା ପହଂଚାଇବାର ଆଶା ରଖାଯାଇଛି ବୋଲି ଅନୁଷ୍ଠାନ ତରଫରୁ କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱରଞନ କର ସୂଚନା ଦେଇଛନ୍ତି । ସେହିପରି ବିଭିନ୍ନ ପଂଚାୟତରେ ସଚେତନତା ମୂଳକ ବୈଠକ ଓ ରାଲି ମଧ୍ୟ କରାଯିବ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ତାହା ପ୍ରଥମେ ଗିରିଶ ଚନ୍ଦ୍ର ସାମଲ ଙ୍କ ନେତୃତ୍ୱ ରେ କଟିମାହା ଓ ପୁଷ୍ପିତା ସାହୁ ଙ୍କ ନେତୃତ୍ୱ ରେ ଲୁିହିସଂ ପଂଚାୟତ ଠାରୁ ସରପଂଚ କର୍ଣ୍ଣେଲ୍ କହଁର ଏବଂ ସୁର୍ଦସନ କହଁର ଙ୍କ ଉପସ୍ଥିତି ରେ ଆରମ୍ଭ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମହୁରିଆ କିସ୍ତରା ଦିଗାଲ ଓ ଢୋଲିଆ ପଣ୍ଡିତ ସାହାଣି ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR