ଆଖଣ୍ଡଳମଣି ମନ୍ଦିରରୁ ଚୋରୀ ।ତାଲା ଭାଙ୍ଗି ସୁନା ଗହଣା ଚୋରୀ କରିନେଲେ ଦୁର୍ବୃତ ।

Jan 5, 2026 - 12:58
Jan 5, 2026 - 15:14
 0  154
ଆଖଣ୍ଡଳମଣି ମନ୍ଦିରରୁ ଚୋରୀ ।ତାଲା ଭାଙ୍ଗି ସୁନା ଗହଣା ଚୋରୀ କରିନେଲେ ଦୁର୍ବୃତ ।

ଫିରିଙ୍ଗିଆ,୫l୧(ଷ୍ଟାର ନିୟୁଜ):ଫିରିଙ୍ଗିଆ ବ୍ଲକ ନୁଆଁ ପଦର ପଞ୍ଚାୟତ କୁଟ୍ରୁ ସୁଗା ଆଖଣ୍ଡଳମଣି ମନ୍ଦିର ରୁ ଗତ ରାତିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି l ସୂଚନା ଅନୁସାରେ ନୁଆଁପଦର କୁଟ୍ରୁ ସୁଗା ଠାରେ ଥିବା ଆଖଣ୍ଡଳମଣି ମନ୍ଦିର ରେ ସକାଳୁ ପୂଜକ ପୂଜା କରିବାକୁ ଯାଇ କବାଟ ଖୋଲିବାକୁ ଗଲା ବେଳେ ମନ୍ଦିର କବାଟ ର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ଓ ମନ୍ଦିର ଭିତରେ ପଶିବା ପରେ ବିଭିନ୍ନ ଜିନିଷ ଏପଟ ସେପଟ ରେ ବିଛେଇ ହୋଇ ପଡିଥିଲା ପୂଜକ ମନ୍ଦିର ସଭାପତି ଓ ସମ୍ପାଦକ ମୀନକେତନ ସାହୁ ଏବଂ କିଛି ଗ୍ରାମବାସୀ ଙ୍କୁ ଚୋରି ହୋଇଥିବା ଜଣାଇବା ପରେ ସମସ୍ତେ ମନ୍ଦିର ଭିତରେ ଦେଖିଥିଲେ ଓ ମନ୍ଦିର ଭିତରୁ ରୁପା ର ଛତ୍ର ଚୋରି ହୋଇଥିବା ଜଣା ପଡିଥିଲା ଓ ପରେ ନିକଟରେ ଥିବା ପାର୍ବତୀ ମନ୍ଦିର ତାଲା ଭାଙ୍ଗି ସୁନା ର ଏକ ଲକେଟ ମଧ୍ୟ ଚୋରି ହୋଇଥିବା ଦେଖିଥିଲେ l ମନ୍ଦିର କମିଟି ସମ୍ପାଦକ ମୀନକେତନ ସାହୁ, ପୂଜକ ମନୋଜ ରଣା ଓ ଗ୍ରାମବାସୀ ଙ୍କ ତରଫରୁ ଚୋରି ହୋଇଥିବା ନେଇଁ ଫିରିଙ୍ଗିଆ ଥାନାରେ ଜଣାଇବା ପରେ ଫିରିଙ୍ଗିଆ ଥାନା ରୁ କୃଷ୍ଣ ଚନ୍ଦ୍ର ଗୌଡ଼, ପ୍ରିୟ ରଞ୍ଜନ ନାୟକ ଓ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଚୋରି ହୋଇଥିବା ରୁପା ଛତ୍ର ଓ ସୁନା ଲକେଟ କୁ ଭକ୍ତ ମାନେ ଦାନ ସୂତ୍ରରେ ଦେଇଥିବା ବେଳେ ଏହା ଆନୁମାନିକ ମୂଲ୍ୟ ପଚାଶ ରୁ ଷାଠିଏ ହଜାର ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି l ତେବେ ମନ୍ଦିର ରେ ପ୍ରତ୍ୟେକ ଦିନ ଗହଳି ଚହଳି ଲାଗି ରହୁଥିବା ବେଳେ ରାତିରେ ପୂଜକ ଙ୍କ ଅନୁପସ୍ଥିତ ର ସୁଯୋଗ ନେଇଁ କେହି ଦୁର୍ବୁତ୍ତ ଚୋରି କରିଥିବାରୁ ଅଞ୍ଚଳ ରେ ଅସନ୍ତୋଷ ଦେଖାଦେଇଥିବା ବେଳେ ତୁରନ୍ତ ଚୋର କୁ ଧରି ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି l

What's Your Reaction?

like

dislike

love

funny

angry

sad

wow

SUJAYA EDITOR