ତୁମୁଡି଼ବନ୍ଧ ରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଗୃହ ଉଦଘାଟନ
ଲବାଣୀ : ୯/୨୬ : ( ଷ୍ଟାର ନିୟୁଜ ଓଡିଶା )କନ୍ଧମାଳ ଜିଲ୍ଲା ତୁମୁଡି଼ବନ୍ଧ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଡକ୍ଟର ବି.ଆର ଅମ୍ବେଦକର ଛକ ନିକଟରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଗୃହ ଉଦଘାଟନ ହୋଇଯାଇଛି। ଏହି ନୂତନ ଭାବେ ନିର୍ମିତ ହୋଇଥିବା ଗୃହ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀଯୁକ୍ତ ରୁଷିନାଥ ନାୟକ ଙ୍କ ନେତୃତ୍ୱରେ ସୋମବାର ଦିନ ସକାଳ ୧୦ ଘଣ୍ଟିକାରେ ଉଦଘାଟନ କରିଛନ୍ତି।
ଏହି ଭାରତୀୟ ଷ୍ଟେଟ ବ୍ୟାଙ୍କ ପୂର୍ବରୁ ତୁମୁଡି଼ବନ୍ଧ ମୁଖ୍ୟ ବଜାରରେ ଥିଲା, ବର୍ତ୍ତମାନ ସ୍ଥାନାନ୍ତରିତ କରାଯାଇଛି।ତୁମୁଡି଼ବନ୍ଧର ଡକ୍ଟର ବି.ଆର ଅମ୍ବେଦକର ଛକ୍ ନିକଟସ୍ଥ ତଥା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ତୁମୁଡି଼ବନ୍ଧ ପାର୍ଶ୍ୱରେ ଗ୍ରାହକ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଗୁରୁତ୍ୱାରୋପ ଦେଇଛନ୍ତି ଶାଖା ପରିଚାଳକ ଶ୍ରୀଯୁକ୍ତ ରୁଷିନାଥ ନାୟକ ନୂତନ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶୁଭାରମ୍ଭ ହେବା ଦ୍ଵାରା ତୁମୁଡି଼ବନ୍ଧ ଅଞ୍ଚଳବାସି ସମ୍ପୂର୍ଣ୍ଣ ଭାବରେ ଖୁସି ଅଟନ୍ତି ସ୍ଥାନୀୟ ଲୋକମାନେ ଭଲ ସେବା ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତ।
କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ ଷ୍ଟାର ନିୟୁଜ୍ ଓଡ଼ିଶା
What's Your Reaction?