ଦେପୁର ଆଞ୍ଚଳିକ ଯାଦବ ସମିତି ଗଠନ।

Jan 5, 2026 - 17:00
 0  25
ଦେପୁର ଆଞ୍ଚଳିକ ଯାଦବ ସମିତି ଗଠନ।

କଳାହାଣ୍ଡି ଜିଲ୍ଲା ତା. ୫/୦୧( ଷ୍ଟାର ନିୟୁଜ ଓଡିଶା)  ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ ଦାଦ ପୁର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରବାହାଲ ରାଧାକୃଷ୍ଣ ମନ୍ଦିର ପରିସରରେ ଦେପୁର, ଦାଦ୍ ପୁର ଓ ଉଦେପୁର ଗ୍ରାମ ପଞ୍ଚାୟତର ଅଧିନସ୍ଥ ଗ୍ରାମର ଯାଦବ ପରିବାରକୁ ନେଇ ଆଞ୍ଚଳିକ ଯାଦବ ସମିତି ଗଠନ କରଯାଇଛି। ଦେପୁର, ଦାଦ୍ ପୁର ଓ ଉଦେପୁର ତିନୋଟି ଗ୍ରାମପଞ୍ଚାୟତକୁ ନେଇ ଶ୍ରୀଝସକେତନ ଗଉଡ ମଣ୍ଡଳ ଉପ ସଭାପତିଙ୍କ ନେତୃତରେ ଓ ଶ୍ରୀ ଦେବରାଜ ଗହୀର ସଭାପତି ସଦର ବ୍ଲକ ଯାଦବ ମହାସଭା ଙ୍କ ସଭପତିତ୍ଵରେ ଦେପୁର ଆଞ୍ଚଳିକ ଯାଦବ ସମିତି ଗଠନ ହୋଇଯାଇଛି।ଶ୍ରୀଦେବରାଜ ଗହୀର ସଭାପତି ସଦର ବ୍ଲକ ଯାଦବ ମହାସଭା, ଶ୍ରୀ ରଥୁରାମ ବାଗ ସମ୍ପାଦକ ସଦର ବ୍ଲକ ଯାଦବ ମହାସଭା, ଶ୍ରୀଜଗଦୀଶ ଯାଦବ ଉପଦେଷ୍ଟା ସଦର ବ୍ଲକ ଯାଦବ ମହାସଭା, ଦେପୁର ମଣ୍ଡଳ ଉପ ସଭାପତି ଶ୍ରୀଝସକେତନ୍ ଗଉଡ ପ୍ରମୁଖ ଉପସ୍ଥିତ ରହି ଆଞ୍ଚଳିକ ଯାଦବ ସମିତି ଗଠନ କରିଥିଲେ । ସର୍ଵ ସମ୍ମତି କ୍ରମେ ଶ୍ରୀଝସକେତନ ଜାଲ ସଭାପତି ,ଉପସଭାପତି ଯୁଗନ୍ତ ଗଉଡ, ଶୁଶାନ୍ତ ନାଗ ଶ୍ରୀମତି ଆରତୀ ଗଉଡ,ସମ୍ପାଦକ ଶ୍ରୀ ନିଳକଣ୍ଠ ରାଉତ୍,ସହ ସମ୍ପାଦକ ସୁନୀଲ ଗଉଡ, କୋଷାଧ୍ୟକ୍ଷ ଦୁର୍ଯୋଧନ ଗଉଡ କାର୍ଯ୍ୟକାରି ସଦସ୍ୟ ଦୁର୍ଯୋଧନ ଗଉଡ, ଗୁରୁବାରୁ ଗଉଡ, ପରୀକ୍ଷିତ ଗଉଡ ଉପଦେଷ୍ଟା ବିଶ୍ଵନାଥ ଗଉଡ, ଜୁଗେଶ୍ୱର୍ ଗଉଡ ଓ ଗୋପୀନାଥ ଗଉଡ ପ୍ରମୁଖ କର୍ମକର୍ତ୍ତା ଚୟନ ହୋଇଥିଲେ। ଶ୍ରୀ ଜଗଦୀଶ ଯାଦବ ନିର୍ବାଚନ ଦାୟିତ୍ଵ ନିର୍ବାହ କରି ନିର୍ବାଚିତ କର୍ମକର୍ତାଙ୍କୁ ଶପଥ ପାଠ କରାଇଥିଲେ। ତାପରେ ମଞ୍ଚାସିନ ଅତିଥି ପ୍ରମୁଖ ଶିକ୍ଷା, ସ୍ୱାସ୍ଥ୍ୟ, ନିଶା ମୁକ୍ତ ସମାଜ ଗଠନ, ଯୌତୁକ ପ୍ରଥା ବିଲୋପ, କୌଳିକ ବୃତ୍ତି,ଆର୍ଥିକ ସ୍ଥିତି, ସାମାଜିକ ସ୍ଥିତି, ଜାତି ପ୍ରମାଣ ପତ୍ର,ଜାତିଭିତ୍ତିକ ଜନଗଣନା, ବୃତ୍ତିଗତ ଶିକ୍ଷା,ଦାଦନ ସମସ୍ୟା, ବାଲ୍ୟ ବିବାହ ନ କରିବା, ଯାଦବ ସମାଜର କଳା ସଂସ୍କୃତି କୌଶଳକୁ ପୁନରୁଦ୍ଧାର କରିବା ପ୍ରମୁଖ ବିଷୟରେ ଗ୍ରାମସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଚେତନା କରିବା,ଯୁବ ଯାଦବ ଓ ମହିଳା ମାନଙ୍କୁ ସକ୍ରିୟ ହେବା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟି ଓ ପଞ୍ଚାୟତ କମିଟି ର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ। ଶ୍ରୀଦୁର୍ଯୋଧନ ଗଉଡ ସଭା ପରିଚାଳନା କରିଥିବା ବେଳେ ଡୁମେରବାହଲ ଗ୍ରାମ ଯାଦବ ସମିତି ସହଯୋଗ କରିଥିଲେ। 
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରୀପୋଟି

What's Your Reaction?

like

dislike

love

funny

angry

sad

wow

SUJAYA EDITOR