ମାସ ମାସ ଧରି ବନ୍ଦ ରହୁଛି ଚାହାରଝୋଲା ଅଙ୍ଗନବାଡି କେନ୍ଦ୍ର , ଅଙ୍ଗନବାଡିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀଙ୍କ ଦାବୀ ।

ରାଇଘର,୩l୭(ଷ୍ଟାର ନିୟୁଜ ଓଡିଶା) :ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତ ଅନ୍ତର୍ଗତ ଚାହାରଝୋଲା ଗ୍ରାମର ଅଙ୍ଗନବାଡି ସେଣ୍ଟର ବିଷୟରେ ଗ୍ରାମବାସୀମାନେ ଅଙ୍ଗନବାଡି ଦିଦିଙ୍କ ଉପରେ ଗମ୍ଭୀର ଅଭିଯୋଗ ଉଠାଇଛନ୍ତି। ସେମାନେ କହିଛନ୍ତି ଯେ ଏହି କେନ୍ଦ୍ର ପ୍ରାୟ ସବୁ ମାସ ବନ୍ଦ ରହୁଛି। ଅଙ୍ଗନବାଡି ଦିଦି ନିୟମିତ ଭାବରେ ଅଙ୍ଗନବାଡି ସେଣ୍ଟରକୁ ଆସୁନାହାନ୍ତି | ଯାହା ଫଳରେ ଗର୍ଭବତୀ, ପ୍ରସୂତି ଓ କୋମଲ ମତି ଶିଶୁମାନେ ପ୍ରକୃତ ସେବାରୁ ବଞ୍ଚିତ ହେଉଛନ୍ତି।ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତର ଚାହାରଝୋଲା ଏକ ଉପାନ୍ତ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏହାର ଫାଇଦା ଉଠାଇ ଅଙ୍ଗନବାଡି ଦିଦି ଜଣକ ଘରେ ବସି ମନମୁଖି କାର୍ଯ୍ୟ ସମ୍ପଦାନ କରୁଛନ୍ତି ଏବଂ ସହାୟିକାକୁ ତମେ ନିଜ ହାତର ଟଙ୍କା ଖର୍ଚ୍ଚ କରି ଅଣ୍ଡା, ତେଲ ଡାଲି ଓ ପନିପରିବା କିଣିକି ରୋଷେଇ କରି ପିଲାଙ୍କ ଦିଅ ବୋଲି ନିର୍ଦେଶ ଦେଉଛନ୍ତି । ପୋଷଣ, ଟିକାକରଣ, ଶିଶୁ ପ୍ରାଥମିକ ଶିକ୍ଷା ଓ ମିଡ୍-ଡେ ମିଲ୍ ଯୋଗାଣ ବନ୍ଦ ରହିଥିବା ଫଳରେ ଅଞ୍ଚଳର ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ନକରାତ୍ମକ ପ୍ରଭାବ ପଡ଼ୁଛି। ଅଙ୍ଗନବାଡି କେନ୍ଦ୍ର ତଥା ଦିଦିଙ୍କ ଏଭଳି ମନମାନି କରୁଥିବା ଦେଖି ଗ୍ରାମବାସୀ ଚିନ୍ତିତ ଓ କ୍ରୋଧିତ ହୋଇ ଜିଲ୍ଲା ପ୍ରଶାସନ ଓ ସିଡିପିଓଙ୍କ ନଜରାକର୍ଷଣ କରିବା ସ୍ୱତେ ବି କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି |ବର୍ତମାନ ଗ୍ରାମବାସୀ ଦାବି କରୁଛନ୍ତି କି ଏହି ଅଙ୍ଗନବାଡି କେନ୍ଦ୍ର କୁ ତୁରନ୍ତ ନିୟମିତ କରାଯାଉ ଏବଂ ଦାୟିତ୍ୱ ହୀନ ଅଙ୍ଗନବାଡି ଦିଦିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ଯଦି ପ୍ରଶାସନ ପଦକ୍ଷେପ ନେବାରେ ଅବହେଳା କରେ ତେବେ ଅନିର୍ଦ୍ଧିଷ୍ଟ କାଳ ଯାଏ କେନ୍ଦ୍ରକୁ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି।ବର୍ତମାନ ଦେଖିବାକୁ ବାକି ରହିଲା ଚାହାରଝୋଲା ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ କରିବା ପାଇଁ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






