ଦେଶିଆ ନାଟକ ମାନଙ୍କରେ ପରିବେଷିତ ହେଉଥିବା ଅଶ୍ଳୀଳ ନୃତ୍ୟ, ଅଶ୍ଳୀଳ ଗୀତ ଓ ଅଶ୍ଳୀଳ ପୋଷାକ ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ପ୍ରଦାନ ।

ନବରଙ୍ଗପୁର,୩l୭ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧୁଷିତ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ୧୦ ଗୋଟି ବ୍ଲକରେ ବିଭିନ୍ନ ସମୟରେ ଆଞ୍ଚଳିକ ପର୍ବ ପର୍ବାଣୀ ତଥା ଜାନି ଯାତରା ସବୁ ପାଳିତ ହୋଇଥାଏ |ଏହି ଅବସରରେ ଜନସାଧାରଣ ମାନଙ୍କମନରଞ୍ଜନ ସକାଶେ ଦେଶିଆ ନାଟକ ସବୁ ପରିବେଷିତ ହୋଇଥାଏ |ଦେଶିଆ ନାଟକ ମାନଙ୍କରେ ବିଶେଷ କରି ଆଞ୍ଚଳିକ ଚଳଣି, ପରମ୍ପରା, ଭାଷା ଓ ବେଶଭୁଷା ସବୁକୁ ଦୃଷ୍ଟିରେ ରଖି ଦେଶିଆ ନାଟଗୁରୁ ମାନେ ନାଟକ ର କାହାଣୀ, ସଂଳାପ ଓ ଗୀତ ରଚନା କରିଥାନ୍ତି |ଯାହାକି ସମାଜକୁ ସଚେତନତା ବାର୍ତା ଦେବା ସହ ଶିକ୍ଷା ମଧ୍ୟ ପ୍ରଦାନ କରିଥାଏ |କିନ୍ତୁ ବିଗତ ୭/୮ବର୍ଷ ହେବ କିଛି କୋରାପୁଟିଆ ନାଟଗୁରୁ ମାନେ ଏସବୁ କୁ ଆଡେଇ ଦେଇ ନାଟକରେ ଅଶ୍ଳୀଳ ଗୀତ, ଅଶ୍ଳୀଳ ନୃତ୍ୟ, ଅଶ୍ଳୀଳ ସଂଳାପ ଓ ଅଶ୍ଳୀଳ ପୋଷାକ ପରିଧାନ ସାଙ୍ଗକୁ ସତ ସତୀଆ ଚାବୁକ ମାଡ଼, ମିଳନ ଦୃଶ୍ୟ, ଜୀବନ୍ତ ଜୀବଜନ୍ତୁଙ୍କ ପ୍ରଦର୍ଶନ ଆଦିକୁ ଗୁରୁତ୍ୱ ଦେଉଥିବାରୁ ଦିନକୁ ଦିନ ସମାଜ କଳୁଷିତ ହେବାରେ ଲାଗିଛି |ଏସବୁ ଦୃଶ୍ୟ ସପରିବାର ବସିକି ଦେଖିବା ସମ୍ଭବ ହେଉନଥିବା ବେଳେ ଯୁବକ ଯୁବତୀ ତହିଁରେ ବିଶେଷ ଭାବେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି |ଫଳରେ ଜିଲ୍ଲାର ବିଭିନ୍ନ ଗ୍ରାମ ଗୁଡିକରେ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଛି,ସମାଜରେ ବାଲ୍ୟ ବିବାହ,ଧର୍ଷଣ, ବଳାତ୍କାର ଭଳି ଅସାମାଜିକ କାର୍ଯ୍ୟ ସବୁ ବୃଦ୍ଧି ପାଉଛି |ଏଣୁ କୋରାପୁଟିଆ ନାଟଗୁରୁ ମାନଙ୍କର ଏଭଳି କାର୍ଯ୍ୟ କଳାପ ଉପରେ ରୋକ ଲଗେଇବା ପାଇଁ ଆଜି ନବରଙ୍ଗପୁର ଜିଲ୍ଲା ଶାବର ଶ୍ରୀକ୍ଷେତ୍ର ଦେଶିଆ ନାଟଗୁରୁ ସଙ୍ଘ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଜିଲ୍ଲା କଳା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବ୍ଲକ କଳା ସଂସ୍କୃତି ସଙ୍ଘ ସଭାପତି ଏବଂ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ସୂଚନା ରହିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






