ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ।

Aug 30, 2025 - 17:05
0 86
ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ।

ନବରଙ୍ଗପୁର,୩୦l୮ (ଷ୍ଟାର ନିୟୁଜ ଓଡିଶା ): ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ନବରଙ୍ଗପୁର ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି |ଉକ୍ତ ସ୍ମାରକ ପତ୍ରରେ ସାମ୍ବାଦିକ ମାନଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା କୁ ଦ୍ବିଗୁଣିତ କରିବା, ସାମ୍ବାଦିକ ମାନଙ୍କ ପରିବାରରେ ଥିବା 25ବର୍ଷ ରୁ ଉର୍ଦ୍ଧ ଅବିବାହିତ ପୁତ୍ର କନ୍ୟା ଓ ବୃଦ୍ଧ ପିତାମାତା ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା, ସାମ୍ବାଦିକ ମାନଙ୍କୁ ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା, ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ସାମ୍ବାଦିକ ମାନଙ୍କ ପାଇଁ ପେନସନ ଲାଗୁ କରିବା ଭଳି ଦାବୀ ଗୁଡିକ ଉଲ୍ଲେଖ ରହିଛି |ଆଜି ନବରଙ୍ଗପୁର ଶାଖା ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘର ବରିଷ୍ଠ କର୍ମକର୍ତା ମାନେ ସ୍ଥାନୀୟ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏହି ସ୍ମାରକ ପତ୍ରଟି ପ୍ରଦାନ କରିଛନ୍ତି |ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘର ଜିଲ୍ଲା ସଭାପତି ଶେଖର ଖୁରା, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ,ଜିଲ୍ଲା ଉପ ସଭାପତି ହିମାଂଶୁ ଶେଖର ବାଘ,ଜିଲ୍ଲା କୋଷାଧକ୍ଷ ରଞ୍ଜିତ ନାୟକ, ଶ୍ରୀଧର ସାମନ୍ତରାୟ, ସଂଜୀବ ଖୁରା, ସୁନ୍ଦରମୋହନ ଶିଷକ ଭୀମ ମିର୍ଗାନ, ଘାସିରାମ ହରିଜନ, ସରୋଜ ମହାକୁଡ଼ ପ୍ରମୁଖ ଉପସ୍ଥିତି ରହି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ରଟି ପ୍ରଦାନ କରିବା ସହ ନବରଙ୍ଗପୁର ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଜିଲାପାଳକୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User