ଗଣେଶ ପୂଜା ଉପଲକ୍ଷେ ମଞ୍ଚସ୍ଥ ହେଲା ସାମାଜିକ ନାଟକ ସୁଖ କିଣା ଏଠି ଦୁଃଖ ମାଗଣା I

Aug 30, 2025 - 20:12
0 651
ଗଣେଶ ପୂଜା ଉପଲକ୍ଷେ ମଞ୍ଚସ୍ଥ ହେଲା ସାମାଜିକ ନାଟକ ସୁଖ କିଣା ଏଠି ଦୁଃଖ ମାଗଣା I

ଫିରିଙ୍ଗିଆ, ୩୦l୮(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା କେଳାପଡା ପଞ୍ଚାୟତ ର ଗୁରୁପଡା ଠାରେ ଶ୍ରୀ ତ୍ରିନାଥ ଠାକୁର ସାଂସ୍କୃତିକ କଳାପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଥିବା ଗଣେଶ ପୂଜା ଉପଲକ୍ଷେ ସାମାଜିକ ନାଟକ ସୁଖ କିଣା ଏଠି ଦୁଃଖ ମାଗଣା ନାଟକ ମଞ୍ଚସ୍ଥ ହୋଇଯାଇଛି I ଅନୁଷ୍ଠାନ ର ସଭାପତି ସଞ୍ଜୟ ପ୍ରଧାନ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ନାଟକ ର ଉଦଘାଟନି ଉତ୍ସବ ରେ ବିଜେପି ନୁଆ ପଦର ମଣ୍ଡଳ ସଭାପତି ଦେବେଶ୍ୱର ଦୀପ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଫିରିଙ୍ଗିଆ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, କେଳାପଡା ପଞ୍ଚାୟତର ସରପଞ୍ଚ ସ୍ୱର୍ଣଳତା ପ୍ରଧାନ, ସମାଜ ସେବି ଦୁର୍ଯ୍ୟୋଧନ କହଁର,ମେହେର ପ୍ରଧାନ, ଅବସର ପ୍ରାପ୍ତ ସେନା କର୍ମଚାରୀ ତୀର୍ଥବାସି କହଁର, ପୁରଞ୍ଜନ କହଁର, ମହିଳା ସଭାପତି ଯଶୋଦା ମାଝୀ, ୱର୍ଡ ସଭ୍ୟା ପ୍ରତିଭା ପ୍ରଧାନ, ଏମ୍ବିକେ ଭାବନା ନାଏକ,ନାଏବ ସରପଞ୍ଚ ଶ୍ରୀକାନ୍ତ ନାଏକ, ସମିତି ସଭ୍ୟ ବୈରାଗୀ କହଁର,ପୌରାଣିକ ନାଟକ ସାଙ୍ଗ ଜିଲ୍ଲା ସଭାପତି ଅଜିତ କୁମାର ସାହୁ , ପୂର୍ବତନ ବିଜେଡି ସଭାପତି ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ I ଉଦଘାଟନ କାର୍ଯ୍ୟକ୍ରମ କୁ ପ୍ରଣବ ନାଏକ ପରିଚାଳନା କରିଥିବା ବେଳେ ନାଟକ ଟିକୁ କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଟ୍ୟ ନିର୍ଦେଶକ ଶିବ ପ୍ରସାଦ ନନ୍ଦ ନିର୍ଦେଶନା ଦେଇଥିବା ବେଳେ ସହ ନିର୍ଦେଶକ ଭାବରେ ସୁଜିତ ଠାକୁର ଯୋଗ ଦେଇଥିଲେ I ତେବେ ନାଟକଟିକୁ ଅନୁଷ୍ଠାନ ର ସମସ୍ତ କଳାକାର ଅତି ନିଖୁଣ ଭାବରେ ଅଭିନୟ କରିଥିବା ବେଳେ ନାଟକଟି ବେସ ମନଛୁଆଁ ହୋଇ ପାରିଥିଲା I ନାଟକଟିକୁ ଦେଖିବା ପାଇଁ ଅଂଚଳର ଶତାଧିକ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ଅନ୍ୟପଟେ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ମ୍ୟାନେଜର ଗଣେଶ ପ୍ରଧାନ, ଉପସଭାପତି ମୁକେଶ ପ୍ରଧାନ, କୋଷାଧକ୍ଷ କାଁହୁ ଚରଣ ପ୍ରଧାନ, ମୁଖ୍ୟ ଉପଦେଷ୍ଟା ଜନକ ସାହୁ, ସମ୍ପାଦକ ମାନସ ପ୍ରଧାନ ଙ୍କ ସହ ଗ୍ରାମବାସୀ, ଗାଁର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଓ ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 2
Dislike Dislike 0
Love Love 0
Funny Funny 1
Wow Wow 0
Sad Sad 1
Angry Angry 0

Comments (0)

User