ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

Aug 30, 2025 - 09:28
0 125
ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

ଫିରିଙ୍ଗିଆ,୨୯l୮ (ଷ୍ଟାର ନିୟୁଜ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କଲୋନୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ(ନୂତନ ପେନସନ ଯୋଜନା ଭୁକ୍ତ )ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲା ପ୍ରାଥମିକ ସଙ୍ଘର ସଭାପତି କୁମାର ପରାସେଠଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲାର ୧୨ଗୋଟି ବ୍ଲକର ସମସ୍ତ କର୍ମକର୍ତା ଓ ସଦସ୍ୟ ଯୋଗ ଦେଇଥିବା ବେଳେ ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ରାଜେଶ ନାୟକ ଉପସ୍ଥିତ ସମସ୍ତ କର୍ମକର୍ତା ଓ ସଦସ୍ୟ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ ।ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲାରେ ୟୁଏଏସ ବ୍ୟବସ୍ଥାକୁ ବିରୋଧ କରିବା, ଏନପିଏସ ଶିକ୍ଷକ ସଂଘଠନର ଦାବୀ ଯଥା:- ଠିକା ସମୟକୁ ନିୟମିତ କରିବା, ତଥା ୬ ଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରିବା, ୪୨୦୦ ଜିପି ପ୍ରଦାନ କରିବା, ଓପିଏସ ହାସଲ କରିବା, ପ୍ରୋମସନ ତ୍ୱରାନ୍ୱିତ କରିବା,ବିଭିନ୍ନ ବ୍ଲକରେ ଶିକ୍ଷକ କମିଟି ଗୃହ ନିର୍ମାଣ କରିବା,ସମସ୍ତ ବ୍ଲକରେ ସାଙ୍ଗଠନିକ ସୁଦୃଢ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଇତ୍ୟାଦି ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା|ଏହି ବୈଠକରେ ସମ୍ପାଦକ ସାନ୍ତୁନୁ ପ୍ରଧାନ, କାର୍ଯ୍ୟକାରୀ ସଭାପତି ସରୋଜ ସେଠୀ, ଯୁଗ୍ମ ସମ୍ପାଦକ ଉତ୍କଳ କେଶରୀ ବିବବାର, କୋଷାଧ୍ୟକ୍ଷ ସାନ୍ତୁନୁ ପରିଛା, କୈଳାଶ ପ୍ରଧାନ, ଦିଲିପ ଦିଗାଲ, ଡମ୍ବୁରୁଧର ବସ୍ତିଆ, ଅନିଲ ନାୟକ, ଅଜିତ ନାୟକ , ମନୋଜ କୁମାର ବିଶିମlଝି, ସସ୍ମିତାରାଣୀ ନାୟକ ତଥା ୧୨ ଗୋଟି ବ୍ଲକ ର କର୍ମକର୍ତ୍ତା ସମତେ ଅନେକ ସଂଗ୍ରାମୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବୈଠକକୁ ସଫଲ୍ୟ ମଣ୍ଡିତ କରିଥିଲେ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User