ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ।

Aug 9, 2025 - 16:08
 0  8
ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ।


ଫିରିଙ୍ଗିଆ ତା.୯/୮/ ( ଷ୍ଟାର ନିୟୁଜ ଓଡିଶା) ଦେଶ ୭୯ ତମ ସ୍ବାଧିନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଯୋଶ୍ୱସୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରତ୍ୟେକ ବର୍ଷପରି ଏହି ବର୍ଷ ମଧ୍ୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ସୂଚନା ପ୍ରକାରେ ଆଜି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କେଳାପଡା ପଞ୍ଚାୟତ ର ସଭାଗୃହ ଠାରେ  ବିଜେପି ମଣ୍ଡଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କିପରି ନୂଆପଦର ମଣ୍ଡଳର ପ୍ରତ୍ୟେକ ପଞ୍ଚାୟତରେ ଘରେ ଘରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହେବ ସେଥିପାଇଁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏଥିରେ ନୂଆପଦର ମଣ୍ଡଳ ସଭାପତି ଶ୍ରୀ ଦେବଶ୍ଵର ଦୀପ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମଣ୍ଡଳ , ବିଧାୟକ ପ୍ରତିନିଧି ପ୍ରଶାନ୍ତ କୁମାର କମ୍ପ, ଯୋଗଦେଇ ଥିବା ବେଳେ କାର୍ତ୍ତିକ ଗୁରାଣ୍ଡି, ମିଥୁନ ନାୟକ, ଅଜିତ୍ କୁମାର ସାହୁ,ବିକ୍ରମ ଚରଣ କହଁର, ଜୟନ୍ତ ବେହେରା, ଗଣେଶ ପୁଷ୍ଟି, ସରୋଜ ପୁଷ୍ଟି ସମେତ ମଣ୍ଡଳ କାର୍ଯ୍ୟ କର୍ତ୍ତା ଓ କର୍ମୀମାନେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଅଗଷ୍ଟ  ତାରିଖ ଦିନ ତ୍ରିରଙ୍ଗା ଯାତ୍ରା ସହିତ ମସାଲ ସଭା ଯାତ୍ରା କୁ ନେଇ ବିଭାଜନର ବିଭିଶିଖା କାର୍ଯ୍ୟକ୍ରମ ବୈରିକୁମ୍ପା ଠାରୁ ବାହାରି କେଳପଡା ଛକ ଠାରେ ସମାରଫ୍ କାର୍ଯ୍ୟକ୍ରମ ରଖା ଯାଇଅଛି ।
ଫିରିଙ୍ଗିଆ ରୁ ମନୋଜ ସାହୁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow