ବିଦ୍ୟାଳୟରେ ନାମ ଲେଖାଇବା ବାବଦକୁ ଅଧିକ ଟଙ୍କା ଆଦାୟ ଘଟଣାରେ 2 ଶିକ୍ଷକଙ୍କ ବଦଳି ।
ଝରିଗାଁ,୦୧l୧୧(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପୁଂପୁଗାଁ ପଂଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ଆଦିବାସୀ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ଆର୍ଥିକ ଶୋଷଣର ଶିକାର ହେଉଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ସହାୟତାରେ ଜିଲ୍ଲାପାଳ ନିକଟରେ ଅଭିଯୋଗ କରାଯାଇଥିଲା |ଏହି ଖବରଟି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିଲା |ବିଦ୍ୟାଳୟର ଘଟଣାଟି ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେବା ପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ଏବଂ ଝରୀଗାଁ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ରଶ୍ମିତା ନେତମ ଉକ୍ତ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରି ଏହାର ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ I ପରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ମାଝୀଙ୍କୁ ରାଇଘର ବ୍ଳକ ଅନ୍ତର୍ଗତ ପୁଟାନାଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳକୁ ଓ ଶିକ୍ଷକ ଯୋଗେନ୍ଦ୍ର ସୋରିଙ୍କୁ ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡିହି ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି I ବିଜୟ ମାଝୀଙ୍କ ବଦଳି ପରେ ତାଙ୍କରି ସ୍ଥାନରେ ରାଇଘର ବ୍ଲକ ବୁଚାଗୁଡା ସ୍ଥିତ ଉଚ୍ଚ ବିଦ୍ୟାଳୟର ଅଭିରାମ ଲେଙ୍କା ଏବଂ ବାନୁଆଗୁଡ଼I ଉଚ୍ଚ ବିଦ୍ୟାଳୟର ଅରୁଣ ମଣ୍ଡଳଙ୍କୁ ପୁପୁଗାଁ ବିଦ୍ୟାଳୟକୁ ବଦଳି କରା ଯାଇଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?