ସୁକନ୍ୟା ସମୃଦ୍ଧି ପ୍ରୋତ୍ସାହନ ଶିବିର।
ଫୁଲବାଣୀ,୦୧|୧୧(ଷ୍ଟାର ନିୟୁଜ): ସଞ୍ଚୟ ପକ୍ଷ ପାଳନ ଅବସରରେ ସୁକନ୍ୟା ସମୃଦ୍ଧି ଯୋଜନାର ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ରେ ଏକ ବିଶେଷ ଅଭିଯାନର ଆୟୋଜନ କରାଯାଇଥିଲା| ଏଠାରେ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଦାଶ, ସହକାରୀ ଶିକ୍ଷକ ଶ୍ରୀ ସଂଜୀବ କୁମାର ନାୟକ ଓ ଫୁଲବାଣୀ ମୁଖ୍ୟ ଡାକ ଘର ବ୍ୟବସାୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶେଷଦେବ ସାହୁ ଅତିଥି ଭାବରେ ଉପସ୍ଥିତ ରହି ସୁକନ୍ୟା ସମୃଦ୍ଧି ଯୋଜନା ର ଗୁରୁତ୍ୱ ବିଷୟରେ ଛାତ୍ର ଛତ୍ରୀ ଓ ତାଙ୍କର ଅଭିଭାବକମାନଙ୍କୁ ବତାଇଥିଲେ| ଉକ୍ତ ବୈଠକରେ ପିଲାମାନେ ନିଜ ବାପା/ମା' ଙ୍କୁ ଧନ୍ୟବାଦ ଜ୍ଞାପନ କରି କହିଲେ " ଧନ୍ୟବାଦ ମା-ବାପା ମୋର ବି ଅଛି ସୁକନ୍ୟା ଖାତା" ଓ ନିଜର ସୁକନ୍ୟା ପାସବୁକ ପ୍ରଦର୍ଶନ କରିଲେ । ଅନ୍ୟ କିଛି ପିଲାମାନେ ନିଜ ମା- ବାପାଙ୍କୁ ଅନୁରୋଧ କରି କହିଲେ "ପୂଜ୍ୟ ମା ଓ ବାପା; ମୁ ତମର ଅଟେ ଅତି ପ୍ରିୟ କନ୍ୟା, ମୋ ପାଇଁ ଖୋଲି ଦିଅ ଗୋଟେ ଖାତା ସୁକନ୍ୟା"| ସେଠି ଉପସ୍ଥିତ ପିଲାମାନେ ଏହି ବାର୍ତ୍ତା ଶିଖି ପ୍ରଚାର ମଧ୍ୟ କରିଥିଲେ| ଏହି ବୈଠକଟି କୁ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, ଶ୍ରୀ ବିଜୟ ଚନ୍ଦ୍ର ପାଳ ପରିଚାଳନା କରିଥିଲେ| ଶ୍ରୀ ପାଳ ଏହି ବୈଠକ ମାଧ୍ୟମରେ ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ ଓ କହିଥିଲେ ଯେ "ଝିଅ ଆମର ପଢିବ ବଢିବ, ଦେଶର ଉଜ୍ଜ୍ୱଳ ଭବିଷ୍ୟ ଗଢିବ"ଏବଂ " ବେଟି ବଚାଓ , ବେଟି ପଢ଼ାଓ" ଉପରେ ଗୁରୁତ୍ୱ ଦେଇଥିଲେ| ବୃକ୍ଷ ଓ ସଞ୍ଚୟର ସମ୍ପର୍କ ବିଷୟରେ ପିଲାଙ୍କୁ ଅନୁପ୍ରାଣିତ କରିବାକୁ ଯାଇ ଶ୍ରୀ ପାଳ, ସଞ୍ଚୟ ବୃକ୍ଷର ପ୍ରତୀକ ହିସାବରେ ଘର ଭିତରେ ଲଗାଯାଉଥିବା ଗଛ (ଏରିକା ପାମ) ପ୍ରଧାନ ଶିକ୍ଷକଙ୍କୁ ଭେଟ ଦେଇଥିଲେ ଓ ତାଙ୍କୁ ଶ୍ରେଣୀ ଗୃହରେ ଗୋଟେ ଗଛ ରଖିବା ପାଇଁ ଅନୁରୋଧ କରିଥିଲେ ଯାହା ଫଳ ରେ ପିଲା ମାନେ ପରିବେଶ ସଂରକ୍ଷଣ ଓ ଆର୍ଥିକ ସଞ୍ଚୟ ଭଳି ମୂଲ୍ୟ ବାଲ୍ୟ କାଳରୁ ଶିଖି ପାରିବେ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)