ଟିକାବାଲି ରେ ପାଳନ ହେଲା ଦୂର୍ନିତି ନିବାରଣ ସପ୍ତାହ-୨୦୨୫ ।

Nov 1, 2025 - 18:07
 0  19
ଟିକାବାଲି ରେ ପାଳନ ହେଲା  ଦୂର୍ନିତି ନିବାରଣ ସପ୍ତାହ-୨୦୨୫ ।

ଟିକାବାଲି,୦୧l୧୧(ଷ୍ଟାର ନିୟୁଜ): ରାଜ୍ୟ ଓ କେନ୍ଦ୍ର ସରକାର ଦୂର୍ନିତି ର ମୂଳଉତ୍ପାଟନ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅଧିକ ଜନସଚେତନତା ପାଇଁ ଦୂର୍ନିତି ନିବାରଣ ସପ୍ତାହ ଦେଶବ୍ୟାପି ପାଳନ ହେଉଛି । ଏହି ପରିପ୍ରେକ୍ଷିରେ ଏ ବର୍ଷର ବିଷୟ “ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟିତ୍ୱ” କୁ ନେଇ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି ଭୂବନେଶ୍ୱର ଙ୍କ ମିଳିତ ସହଯୋଗରେ ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୦୨ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପି ପାଳନ ହେବାକୁ ଥିବା ଦୂର୍ନିତି ନିବାରଣ ସପ୍ତାହ-୨୦୨୫ ଟିକାବାଲି ପଂଚାୟତ ଗୃହ ଠାରୁ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ କୁନ୍ଦୁରୁ ମାଲ୍ଲିକ ଙ୍କ ସଭାପତିତ୍ୱରେ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକଳ୍ପ ସଂଯୋଜକ ବିଶ୍ୱରଞନ କର ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦ୍ୟେଶ୍ୟ ବିଷୟ ରେ ଆଲୋକପାତ କରିଥିଲେ । ଏଥିସହ ଏହି ଦିବଶ ର ଇତିହାଶ ବର୍ଣ୍ଣନା କରି କିପରି ଦେଶରେ ୧୯୯୯ ମସିହା ଅକ୍ଟୋବର ମାସ ୩୧ ତାରିଖ ଠାରୁ ପାଳନ କରାଯାଉଛି ଏବଂ ଏହା ଏକ ପୂର୍ଣ୍ଣ୍ୟ ତିଥି ଯାହା ଲହୋମାନବ ଭାବେ ପରିଚିତ ସର୍ଦାର ବଲ୍ଲଭ ଭାଇ ପଟେଲ୍ ଙ୍କ ଜନ୍ମଦିନ ବୋଲି କହିଥିଲେ । ଆହୁରି ମଧ୍ୟ ଦୂର୍ନିତି ନିବାରଣ କାର୍ଯ୍ୟାଳୟ ର ଗୁରୁ ଦାୟିତ୍ୱ ଯେ, ସର୍ବସାଧାରଣ ଅବଗତି ନିମନ୍ତେ ସୂଚନା ଏବଂ ସୂଚନା ପ୍ରଦାନକାରୀ ଙ୍କୁ ସୁରକ୍ଷା ଦେବା ବୋଲି ମଧ୍ୟ ଉପସ୍ଥାପନା କରିଥିଲେ । ତତ୍ସହିତ ଦୂର୍ନିତି ବିରୋଧରେ ଲଢେଇ ହେଉଛି ସାମୁହିକ ଲଢେଇ ଯାହା ଜଣେ ଚାହିଁଲେ କେବେ ସମ୍ଭବ ନୁହେଁ, ତେଣୁ ସମସ୍ତେ ହାତ କୁ ହାତ ମିଶାଇ ଲାଂଚ କାରବାର ଯଥା ଲାଂଚ ନେଉଥିବା କିମ୍ବା ଲାଂଚ ଦେଉଥିବା ସ୍ଥାନରେ ଚୁପ୍ ନରହି ସ୍ୱର ଉଠାଇବାକୁ ଆହ୍ୱାନ ଦେଇଥିଲେ ଓ ତୃଣମୂଳ ସ୍ତରରୁ ଦୁର୍ନିତି କୁ ରୋକିବାରେ ସଫଳ ହୋଇପାରିବା ବୋଲି କହିଥିଲେ । କାର୍ଯ୍ୟକ୍ରମ ର ଶେଷରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରି ଙ୍କୁ ନେଇ ଏକ ସାଧୁତାର ଶପଥ ପାଠ କରାଯାଇଥିଲା । ସେହିପରି ଖଜୁରିପଡା ଠାରେ ୩୦ ତାରିଖ ରେ ସ୍ଥାନୀୟ ସରପଂଚ ଙ୍କ ସଭାପତିତ୍ୱ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିରେ ପ୍ରକଳ୍ପ ପରାମର୍ଶଦାତ୍ରୀ ସ୍ନେହଲତା ନାୟକ ଉପସ୍ଥିତ ରହି ସଚେତନତା ବାର୍ତା ଦେଇଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନାରେ କିନ୍ନର ବିଷ୍ଣୁପ୍ରିୟା ପ୍ରଧାନ, ଅଞନା ବେହେରା, ସୀତା ରଣା ଓ ସୁବାସିନି ବେହେରା ପ୍ରମୁଖ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR