ଝରିଗାଁ ପୋଲିସ ପକ୍ଷରୁ ଏକତା ଦୌଡ଼ ଏବଂ ବରିଷ୍ଟ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଝରିଗାଁ,୩୧l୧୦(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ପକ୍ଷରୁ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ 150ତମ ଜନ୍ମ ଦିବସ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଝରିଗାଁ ଥାନା ଠାରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଏକତା ଦୌଡ଼ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଝରିଗାଁ ପୋଲିସ କର୍ମଚାରୀ ସହ ବିଭିନ୍ନ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ପରେ ଝରିଗାଁ ଥାନାରେ ଥାନା ଅଧିକାରୀ ପ୍ରଦୀପ ଶବରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ଝରିଗାଁ ବ୍ଳକର କିଛି ବରିଷ୍ଟ ନାଗରିକ ମାନଙ୍କୁ ବରିଷ୍ଟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଥାନା ଅଧିକାରୀ ଶ୍ରୀ ଶବର ବରିଷ୍ଟ ପ୍ରମାଣ ପତ୍ର ପାଇଥିବା ନାଗରିକ ମାନଙ୍କ ସରକାରୀ ସୁବିଧା ସମ୍ପର୍କରେ ସୂଚନା ଦେବା ସହ ଏହାର ସୁବିଧା ସୁଯୋଗ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।ପ୍ରଥମ ପର୍ଯ୍ୟାୟରେ 27ଜଣ ବରିଷ୍ଟ ନାଗରିକଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ବରିଷ୍ଟ ନାଗରିକ ମାନେ ଆବେଦନ କଲେ ପର୍ଯ୍ୟାୟ କ୍ରମେ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।ଶେଷରେ ପୋଲିସ କର୍ମଚାରୀ ମହେଶ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?